CBI Raid / ମୋହାଲି ଭିଜିଲାନ୍ସ ଅଫିସରେ CBIର ଚଢଉ; ଦଲାଲ ଗିରଫ, ଭିଜିଲାନ୍ସ ମୁଖ୍ୟଙ୍କ ଫୋନ ବନ୍ଦ
·4 months ago·2 min read

Key Points
ପଞ୍ଜାବରେ ଦୁର୍ନୀତି ବିରୋଧରେ କଡ଼ା ଆକ୍ସନ
ଭିଜିଲାନ୍ସ ଅଫିସରେ ଚଢଉ କଲା ସିବିଆଇ
ଭିଜିଲାନ୍ସ ଅଫିସରେ ଚଢଉ କଲା ସିବିଆଇ
ପଞ୍ଜାବରେ ଦୁର୍ନୀତି ବିରୋଧରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ମୋହାଲି ସ୍ଥିତ ପଞ୍ଜାବର ଭିଜିଲାନ୍ସ ବ୍ୟୁରୋ ଅଫିସ ଉପରେ ସିବିଆଇ ଚଢଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ଭିଜିଲାନ୍ସ ବ୍ୟୁରୋ ସହ ଜଡ଼ିତ ଏକ ଲାଞ୍ଚ ରାକେଟର ଖୁଲାସା ପରେ ନିଆଯାଇଛି । ଯେଉଁଥିରେ ଏକ ପଞ୍ଚ ତାରକା ହୋଟେଲ ପ୍ରକଳ୍ପ ନିର୍ମାଣର ଜମି ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିବା ଅଭିଯୋଗ ହୋଇଥିଲା । ଚଢଉ ସମୟରେ ଦଲାଲ ରାଘବ ଗୋୟଲଙ୍କୁ ଗିରଫ କରିଥିବାବେଳେ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି ।
- ଭିଜିଲାନ୍ସ ଅଫିସରେ ହଇଚଇ
- ଗିରଫ ଦଲାଲଙ୍କୁ ଚାଲିଛି ପଚରାଉଚରା
- ବଢିପାରେ ଗିରଫଦାରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: CBI ପଞ୍ଝାରେ ସରକାରୀ କର୍ମଚାରୀଙ୍କ ସହ କନଷ୍ଟ୍ରକସନ୍ କମ୍ପାନୀର ମାଲିକ ଓ ଆର୍କିଟେକ୍
ସୂଚନା ଥାଉ କି, ପଞ୍ଜାବର ୨୦୦୯ ବ୍ୟାଚ୍ IPS ଅଫିସର ତଥା ନିଲମ୍ବିତ ଡିଆଇଜି ହରଚରଣ ସିଂହ ଭୁଲ୍ଲରଙ୍କ ସହ ଜଡ଼ିତ ଏକ ଲାଞ୍ଚ ଦୁର୍ନୀତିର ତଦନ୍ତର ଏକ ଅଂଶ ଭାବରେ ଏହି ଚଢାଉ କରାଯାଇଥିଲା, ଯାହାକୁ ଏଜେନ୍ସି ଅକ୍ଟୋବର ୨୦୨୫ରେ ଗିରଫ କରିଥିଲା । ସେ ଏକ ସ୍କ୍ରାପ୍ ବ୍ୟବସାୟୀଙ୍କଠାରୁ FIR ରଫାଦଫା କରିବା ପାଇଁ ଲାଞ୍ଚ ମାଗିଥିଲେ । ସେତେବେଳେ ତାଙ୍କ ବାସଭବନରୁ ୫ କୋଟିରୁ ଅଧିକ ନଗଦ ଟଙ୍କା, ସୁନା ଏବଂ ଦାମୀ ଗାଡି ଜବତ କରାଯାଇଥିଲା । ଏହି ହାଇପ୍ରୋଫାଇଲ ମାମଲାରେ ପଞ୍ଜାବ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇନାହିଁ ।

Related Topics
Explore more stories