Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ଝିଅକୁ ହତ୍ୟା, ଶବ ବ୍ୟବଚ୍ଛେଦ ପାଇଁ ୩ ହସ୍ପିଟାଲ୍ ବୁଲିଲେ ପରିବାର; ଧାର ଆଣି ଆମ୍ବୁଲାନ୍ସକୁ ଦେଲେ ଭଡ଼ା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଝିଅକୁ ହତ୍ୟା, ଶବ ବ୍ୟବଚ୍ଛେଦ ପାଇଁ ୩ ହସ୍ପିଟାଲ୍ ବୁଲିଲେ ପରିବାର; ଧାର ଆଣି ଆମ୍ବୁଲାନ୍ସକୁ ଦେଲେ ଭଡ଼ା
Family Forced to Pay

Key Points

  • କାମାକ୍ଷାନଗର ଛାତ୍ରୀ ହତ୍ୟା ଘଟଣାରେ ଏ କି ଅମାନବିକତା
  • ମୃତ ଛାତ୍ରୀଙ୍କ ପରିବାର ଗଣିଲା ଶବ ନେଇଥିବା ଆମ୍ବୁଲାନ୍ସ ଭଡ଼ା
  • ମୃତଦେହ ବ୍ୟବଚ୍ଛେଦ ପାଇଁ ୩ ହସ୍ପିଟାଲ ବୁଲିଲେ ପରିବାର
  • ହତ୍ୟାର ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ଏବେବି ଫେରାର
ଢେଙ୍କାନାଳ: ପ୍ରଥମେ ମୃତଦେହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗରରୁ ଢେଙ୍କାନାଳ ହସ୍ପିଟାଲ ଏବଂ ସେଠାରୁ ପୁଣି କଟକ ବଡ଼ ମେଡିକାଲକୁ ବୁଲାଇଲା ପୋଲିସ । ତା ଉପରେ ପୁଣି ମୃତଦେହ ନେବା ପାଇଁ ବ୍ୟବହାର ହୋଇଥିବା ଆମ୍ବୁଲାନ୍ସ ଭଡ଼ା ପୋଲିସ ବଦଳରେ ଦେଲେ ପୀଡ଼ିତାଙ୍କ ପରିବାର ।

ଏବେ ପ୍ରଶ୍ନ ଉଠୁଛି କାମାକ୍ଷନଗରରେ ଉପଖଣ୍ଡ ଡାକ୍ତରଖାନା ଥାଇ ବି ସେଠାରେ କ'ଣ ବ୍ୟବଚ୍ଛେଦ ହୋଇପାରିନଥାନ୍ତା ମୃତଦେହ । ସେଠାରୁ ମୃତଦେହ ନିଆଗଲା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ । ସେଠାରେ ବି ହୋଇପାରିଲାନି ବ୍ୟବଚ୍ଛେଦ । ସେଠାରୁ ପୁଣି ନିଆଗଲା କଟକ ବଡ଼ ମେଡିକାଲ, ହେଲେ କାହିଁକି ?

ଏଥିସହ ପଢ଼ନ୍ତୁ: ଗୁହାଳ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର

ପୀଡ଼ିତାଙ୍କ ପରିବାରକୁ ମେଡିକାଲ୍‌ରୁ ମେଡିକାଲ୍ ବୁଲାଇଲେ । ପୀଡ଼ିତାଙ୍କ ଅଜା କହିଛନ୍ତି, "ଗାଡ଼ିକୁ ଆମେ ସାଢ଼େ ୩ ହଜାର ଟଙ୍କା ଧାର ଆଣିକି ଦେଇଛୁ ।" ଯାହା ସମ୍ବେଦନଶୀଳ ଘଟଣାରେ ପୋଲିସର ସମ୍ବେଦନହୀନତାକୁ ପଦାରେ ପକାଇଛି ।

ସେପଟେ ଏ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଫେରାର ଅଛି । ତାକୁ ଗିରଫ କରିବା ଲାଗି ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ପୋଲିସ । ମାମଲାରେ ଅନ୍ୟ ଦୁଇ ଜଣଙ୍କୁ ଉଠାଇ ଆଣି ଅଜ୍ଞାତ ସ୍ଥାନରେ କାମାକ୍ଷନଗର ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।

ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଖସାଇବାରେ ସାହାଯ୍ୟ କରିଥିବା ତ ମଉସାଙ୍କୁ ପୋଲିସ କରୁଛି ପଚରାଉଚରା । ହତ୍ୟାରେ ବ୍ୟବହାର ହୋଇଥିବା ଏକ ଗାଡ଼ି ଅଭିଯୁକ୍ତର ମଉସାଙ୍କର ବୋଲି ସୂଚନା ମିଳିଛି । କାମାକ୍ଷାନଗର ବିଧାୟକ ମୃତ ଛାତ୍ରୀଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି । ଦୋଷୀକୁ ଶୀଘ୍ର ଧରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି ବିଧାୟକ ।

ଏଥିସହ ପଢ଼ନ୍ତୁ: ମାଛ ପାଇଁ ମୁଥ ମାରିଲେ, ମୁଣ୍ଡକୁ ପଥରରେ ଛେଚି ସାଙ୍ଗକୁ ମାରିଦେଲେ

ଝିଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି ୟ ଝିଅ ପାଇଁ କାନ୍ଦି କାନ୍ଦି ବାରମ୍ବାର ଅଚେତ୍ ହୋଇ ଯାଉଛନ୍ତି ମାଆ । ପୀଡ଼ିତାଙ୍କ ବାପା କହିଛନ୍ତି, "ମୋର କିଛି ଦରକାର ନାହିଁ, ମୋ ଝିଅକୁ ନ୍ୟାୟ ଦରକାର । ଦୋଷୀକୁ ଧରି ଦଣ୍ଡ ଦିଆଯାଉ ।"

ଗୁରୁବାର କାମାକ୍ଷାନଗର ଥାନା ସାରୁଆଳି ଗାଁ ନିକଟ ଜଙ୍ଗଲରୁ ଛାତ୍ରୀଙ୍କ ମୃତଦେହ ଠାବ ହୋଇଥିଲା । ପୀଡ଼ିତା ଜଣକ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀଥିଲେ । ସେ କାମାକ୍ଷାନଗରରେ ଅଜାଘରେ ରହି ପାଠ ପଢୁଥିଲେ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Student Murder Sparks Outrage Over Ambulance Charges | Argus News | Argus News