Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨ ଦିନିଆ ରିମାଣ୍ଡରେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ; ଭୀମସେନଙ୍କ ଦ୍ଵିତୀୟ ପ୍ରେମିକାକୁ ବି ହୋଇପାରେ ଜେରା

Crime

Chandrika Death Mystery / ୨ ଦିନିଆ ରିମାଣ୍ଡରେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ; ଭୀମସେନଙ୍କ ଦ୍ଵିତୀୟ ପ୍ରେମିକାକୁ ବି ହୋଇପାରେ ଜେରା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୨ ଦିନିଆ ରିମାଣ୍ଡରେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ; ଭୀମସେନଙ୍କ ଦ୍ଵିତୀୟ ପ୍ରେମିକାକୁ ବି ହୋଇପାରେ ଜେରା
Bhimsen Tudu Faces Intense Interrogation

Key Points

ରିମାଣ୍ଡ ଖୋଲିବ ଚନ୍ଦ୍ରିକା ମୃତ୍ୟୁ ରହସ୍ୟ !
ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ଘନଘନ ଜେରା
ଡିଜିଟାଲ ପ୍ରମାଣ ଆଧାରରେ ପଚରାଉଚରା
ବାଲେଶ୍ଵର/କଟକ: ଖୋଲିବ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ରହସ୍ୟ । ବଢ଼ିଲା ସରକାରୀ ବାବୁ ତଥା ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ପାଇଁ ଅଡୁଆ । ଚନ୍ଦ୍ରିକା ମୃତ୍ୟୁ ମାମଲାକୁ ୨୦ ଦିନ ବିତି ଯାଇଥିବା ବେଳେ ଏବେ ଅଭିଯୁକ୍ତ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାରଙ୍ଗ ଥାନା ପୋଲିସ ।

ପ୍ରଥମ ଦିନରେ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ କରାଯାଇଛି ଘନଘନ ଜେରା । ସେପଟେ ଦ୍ଵିତୀୟ ପ୍ରେମିକାଙ୍କୁ ବି ଡାକିପାରେ ବାରଙ୍ଗ ପୋଲିସ । ସରକାରୀ ବାବୁ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରୁଛି ।

ଏଥିସହ ପଢ଼ନ୍ତୁ: ଘର ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର; କାରଣ ଜାଣି ଆଶ୍ଚର୍ଯ୍ୟ ହେବେ 

ଆବଶ୍ୟକ ପଡ଼ିଲେ ଭୀମସେନଙ୍କ ଦ୍ଵିତୀୟ ପ୍ରେମିକାଙ୍କୁ ବି ଡାକିପାରେ । ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇ ଭୀମସେନଙ୍କୁ ଜେରା କରାଯାଉଛି । ଭୀମସେନଙ୍କ ବିରୋଧରେ ପୋଲିସ BNSର ଦଫା ୧୦୮ ଲଗାଇଛି । ଏଥିପାଇଁ ଯଥେଷ୍ଟ ଡିଜିଟାଲ ପ୍ରମାଣଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

ଚନ୍ଦ୍ରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଭୀମସେନକୁ ବିଳମ୍ବରେ ରିମାଣ୍ଡରେ ଆଣିଥିବାରୁ ପ୍ରଶ୍ନ ଉଠିଛି । ଯେ କୌଣସି ମାମଲାରେ ଅଭିଯୁକ୍ତଙ୍କୁ ବିଳମ୍ବରେ ରିମାଣ୍ଡରେ ଆଣିଲେ ଅନେକ ତଥ୍ୟ ପ୍ରମାଣ ନଷ୍ଟ ହେବା ସହ ତଦନ୍ତକାରୀ ଟିମ୍ ଚାହୁଁଥିବା ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ପାଇ ପାରିବ ନାହିଁ । ଏ କ୍ଷେତ୍ରରେ ପୋଲିସକୁ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିପାରେ ।

ଆଇନ୍ ଉପରେ ସମ୍ପୂର୍ଣ୍ଣ ବିଶ୍ଵାସ ଅଛି ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ପରିବାର । ଡାକ୍ତରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ତ୍ରି-କୋଣୀୟ ପ୍ରେ ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଛି । ତେଣୁ ଭୀମସେନ କାହିଁକି ଚନ୍ଦ୍ରିକାଙ୍କୁ ପତାରଣା କଲେ ଓ ତାଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀଙ୍କ ପ୍ରବେଶ ଚନ୍ଦ୍ରିକାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କଲାକି ସେହି ଦିଗରେ ଆଗଉଛି ବାରଙ୍ଗ ପୋଲିସର ତଦନ୍ତ ।

ଏଥିସହ ପଢ଼ନ୍ତୁ: ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ନୂଆ ମୋଡ଼; ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ଭୀମସେନ ! 

୧୫ ବର୍ଷର ସମ୍ପର୍କ

୧୫ ବର୍ଷ ହେଲା ଚନ୍ଦ୍ରିକାଙ୍କ ସମ୍ପର୍କରେ ଥିଲେ ଭୀମସେନ । ବାହାଘର ପୂର୍ବରୁ ଯୌତୁକ ନେଇଥିଲେ ଟିଭି, ଫ୍ରିଜ୍ ଓ ଏସି । ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ଯୋଗୁଁ ବଦଳିଗଲା ସବୁକିଛି । ଉଦଳା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ ରଶ୍ମିତା । ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଚନ୍ଦ୍ରିକା ଓ ଭୀମସେନ ପରସ୍ପର ସହ ସମ୍ପର୍କରେ ଥିଲେ ବୋଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored