Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ନୂଆ ମୋଡ଼; ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ଭୀମସେନ !

Odisha

Chandrika Murder Mystery / ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ନୂଆ ମୋଡ଼; ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ଭୀମସେନ !

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ନୂଆ ମୋଡ଼; ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ଭୀମସେନ !
New Revelations in Chandrika Death Investigation

Key Points

ପୁରୁଷ ବନ୍ଧୁ ବିରୋଧରେ ସଂଗୀନ ଅଭିଯୋଗ
୧୫ ବର୍ଷ ହେଲା ଚନ୍ଦ୍ରିକାଙ୍କ ସମ୍ପର୍କରେ ଥିଲେ ଭୀମସେନ
ବାହାଘର ପୂର୍ବରୁ ଯୌତୁକ ନେଇଥିଲେ ଟିଭି, ଫ୍ରିଜ୍ ଓ ଏସି
ଜଣେ ମହିଳାଙ୍କ ଏଣ୍ଟ୍ରି ଯୋଗୁଁ ବଦଳିଗଲା ସବୁକିଛି
ବାରିପଦା/ଉଦଳା/କଟକ: ଉଦଳା ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ପୁରୁଷ ବନ୍ଧୁ ବିରୋଧରେ ସଂଗୀନ ଅଭିଯୋଗ । ୧୫ ବର୍ଷ ହେଲା ଚନ୍ଦ୍ରିକାଙ୍କ ସମ୍ପର୍କରେ ଥିଲେ ଭୀମସେନ । ବାହାଘର ପୂର୍ବରୁ ଯୌତୁକ ନେଇଥିଲେ ଟିଭି, ଫ୍ରିଜ୍ ଓ ଏସି । ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ଯୋଗୁଁ ବଦଳିଗଲା ସବୁକିଛି ।

ଉଦଳା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ପୁରୁଷ ବନ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ ରଶ୍ମିତା । ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଚନ୍ଦ୍ରିକା ଓ ଭୀମସେନ ପରସ୍ପର ସହ ସମ୍ପର୍କରେ ଥିଲେ ।

ଏଥିସହ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ହତ୍ୟା ଗୁମର ଖୋଲିବ ମୋବାଇଲ୍ ଓ ଡାକ୍ତରୀ ପ୍ରେସକ୍ରିପସନ୍‌ 

ଏତିକି ନୁହେଁ ବାହାଘର ହୋଇନଥିଲେ ବି ଆଗୁଆ ଯୌତୁକ ନେଇଥିଲେ ଭୀମସେନ । ଚନ୍ଦ୍ରିକାଙ୍କ ଟଙ୍କାରେ ଭୁବନେଶ୍ବରରୁ ଫ୍ରିଜ, ଟିଭି, ଏସି କିଣି ନିଜ ଘରକୁ ନେଇଥିଲେ ଭୀମସେନ । ପୂର୍ବରୁ ଲ୍ୟାପଟପ୍, ଆଇପ୍ୟାଡ ଓ ଟ୍ୟାବଲେଟ ନେଇଥିବା କହିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ ।

ବାହାଘର ଠିକ୍ ହୋଇଥିଲା, ଆଗୁଆ ଯୌତୁକ ବି ନେଇଥିଲେ ଷ କିନ୍,ତୁ ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ବଦଳାଇଦେଲା ସବୁକିଛି । ପ୍ରଶ୍ନ ଉଠୁଛି କୁଆଡ଼େ ଗଲେ ଭୀମସେନ ? ସ୍ବାତୀ ନାମକ ଆଉ ଜଣେ ମହିଳା କିଏ ? ଏମାନେ ଏବେ ଫେରାର କି ? ଧରିବା ପାଇଁ କଟକ କମିସନରେଟ ପୋଲିସ ଦୁଇଟି ଟିମ୍ ଗଠନ କରି ରାଜ୍ୟ ସହ ରାଜ୍ୟ ବାହାରକୁ ଯାଇ ଖୋଜୁଛି ।


ଭୀମସେନଙ୍କ ସହ ତାଙ୍କ ପରିବାର ଲୋକେ ବି ଏକ ପ୍ରକାରର ଗାଏବ ଅଛନ୍ତି । ଏଫଆଇରରେ ଚନ୍ଦ୍ରିକାଙ୍କୁ ଭୀମସେନ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା କଥା ଉଲ୍ଲେଖ ଥିଲା । କିନ୍ତୁ, ବାରଙ୍ଗ ପୋଲିସ ରୁଜୁ କରିଥିବା ଏତଲାରେ କାହିଁକି କେବଳ BNSର ଦଫା ୧୦୮ରେ ମାମଲା ରୁଜୁ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ଏଥିସହ ପଢ଼ନ୍ତୁ: ପ୍ରେମିକାର Insta ଭିଡିଓ ଦେଖି ପ୍ରେମିକ ସାଜିଲା ସୈତାନ, ୨୬ ଦିନ ପରେ ମିଳିଲା...

ଅନ୍ୟପଟେ କୁଆଡ଼େ ଗଲା ଚନ୍ଦ୍ରିକାଙ୍କ ଡାଏରୀ ? କାହା ପାଖରେ ଅଛି ଚନ୍ଦ୍ରିକାଙ୍କ ଲ୍ୟାପଟପ । ମୃତ୍ୟୁ ପରେ ଚନ୍ଦ୍ରିକାଙ୍କ ପକେଟ୍ ଡାଏରୀକୁ ବ୍ୟାଗରୁ ଜବତ କରିଛି ପୋଲିସ । ଯେଉଁଥିରେ DIE... DIE... DIE... ଲେଖା ଯାଇଛି । ଡାଏରୀରେ ଏକ ତାରିଖ, ସାୟରୀ ଏବଂ ଚନ୍ଦ୍ରିକାଙ୍କ ଡାକ ନାମ ନୁପୁର ବୋଲି ଲେଖା ଯାଇଥିଲା ।

ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା । ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ । ତେବେ ଚନ୍ଦ୍ରିକାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବ ତ ? ନା କେବଳ ଏହି ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ଚୁପ୍ ବସିଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored