Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Murder In Ladies Hostel / ମହିଳା ହଷ୍ଟେଲ୍‌ରେ ପଶି ଦାଆରେ କାଟିଦେଲା ସ୍ତ୍ରୀର ତଣ୍ଟି; ପୁଣି ସେଲ୍ଫିକୁ ଷ୍ଟାଟସ୍ ରଖି ଦୁନିଆକୁ ଦେଖାଇଲା...

Sushanta Sahoo
Browse all articles by Sushanta Sahoo
·7 months ago·2 min read
ମହିଳା ହଷ୍ଟେଲ୍‌ରେ ପଶି ଦାଆରେ କାଟିଦେଲା ସ୍ତ୍ରୀର ତଣ୍ଟି; ପୁଣି ସେଲ୍ଫିକୁ ଷ୍ଟାଟସ୍ ରଖି ଦୁନିଆକୁ ଦେଖାଇଲା...
Husband Kills Wife in Chennai Women’s Hostel

Key Points

ମହିଳା ହଷ୍ଟେଲରେ ରହୁଥିବା ସ୍ତ୍ରୀକୁ ଦେଖା କରିବାକୁ ଆସି ସ୍ଵାମୀ ଘଟାଇଛି ନାରକୀୟ କାଣ୍ଡ । ଯାହାକୁ ନେଇ ସ୍ତବ୍ଦ ହୋଇ ଯାଇଛନ୍ତି ସମସ୍ତେ ।
ଚେନ୍ନାଇ: ଏକାଠି ରହୁ ନଥିଲେ ଦମ୍ପତି । ସ୍ତ୍ରୀ ରହୁଥିଲେ ମହିଳା ହଷ୍ଟେଲରେ ଆଉ ସ୍ଵାମୀ ରହୁଥିଲା ଘରେ । କିନ୍ତୁ ଅଲଗା ହୋଇ ମହିଳା ହଷ୍ଟେଲରେ ରହୁଥିବା ସ୍ତ୍ରୀକୁ ଦେଖା କରିବାକୁ ଆସି ସ୍ଵାମୀ ଘଟାଇଛି ନାରକୀୟ କାଣ୍ଡ । ଯାହାକୁ ନେଇ ସ୍ତବ୍ଦ ହୋଇ ଯାଇଛନ୍ତି ସମସ୍ତେ । ମହିଳାଙ୍କ ପାଇଁ ଷ୍ଟାଲିନ୍‌ଙ୍କ ତାମିଲନାଡ଼ୁ ସୁରକ୍ଷିତ ନୁହେଁ ବୋଲି ସ୍ଲୋଗାନ୍ ଦେଇ ପ୍ରତିବାଦ ବି ଆରମ୍ଭ ହେଲାଣି ।

ରବିବାର କୋଏମ୍ବାଟୁରର ଏକ ମହିଳା ହଷ୍ଟେଲ୍ ଭିତରେ ସ୍ତ୍ରୀକୁ ଅତି ଜଘନ୍ୟ ଭାବେ ହତ୍ୟା କରିଛି ସ୍ଵାମୀ । ମହିଳା ଜଣଙ୍କ ତିରୁନେଲଭେଲି ଅଞ୍ଚଳର ଶ୍ରୀପ୍ରିୟା । ସେ କୋଏମ୍ବାଟୁରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହୋଇ ମହିଳା ହଷ୍ଟେଲରେ ରହୁଥିଲେ ।

ଏଥିସହ ପଢ଼ନ୍ତୁ: ବଡ଼ ଡକାୟତି, ବଡ଼ ଗ୍ୟାଙ୍ଗକୁ ଧରିଲା ପୋଲିସ; ୨ ନାବାଳକଙ୍କ ସହ ମହିଳାଙ୍କୁ ମିଶାଇ ୧୦ ଗିରଫ

ସୂଚନା ଅନୁସାରେ, ଶ୍ରୀପ୍ରିୟାଙ୍କ ସ୍ଵାମୀ ବାଲାମୁରୁଗାନ ରବିବାର ଦେଖା କରିବାକୁ ମଧ୍ୟାହ୍ନରେ ଆସିଥିଲେ । ଆଉ ତାଙ୍କ ଡ୍ରେସ୍ ଭିତରେ ଲୁଚାଇ ଆଣିଥିଲେ ଧାରୁଆ ଦାଆ । ମହିଳା ହଷ୍ଟେଲ ଭିତରେ ଦୁହେଁ ଦେଖା କରିବା ସହ ଆରମ୍ଭ ହୋଇଥିଲା ଝଗଡ଼ା ।

ପୋଲିସ ଅନୁସାରେ, "ଝଗଡ଼ା ଆରମ୍ଭ ମାତ୍ରେ ବାଲାମୁରୁଗାନ ପୋଷାକରୁ ଦାଆ କାଢ଼ି ସ୍ତ୍ରୀକୁ ହଷ୍ଟେଲ୍ ଭିତରେ ହିଁ ଆକ୍ରମଣ କରିଥିଲା । ତଣ୍ଟିକୁ ଧାରୁଆ ଦାଆରେ କାଟିବା ପରେ ମୃତଦେହ ସହ ସେଲ୍ଫି ଉଠାଇ ହ୍ଵାଟ୍ସଆପ୍ ଷ୍ଟାଟସ୍‌ରେ ରଖିଥିଲା ନୃଶଂସ ସ୍ଵାମୀ ।"

ଏଥିସହ ପଢ଼ନ୍ତୁ: ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍‌ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର

ମହିଳା ହଷ୍ଟେଲ୍ ଭିତରେ ଜଘନ୍ୟ ହତ୍ୟାକାଣ୍ଡ ପରେ ଅନ୍ୟ ଅନ୍ତେବାସୀ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । କିନ୍ତୁ ସ୍ତ୍ରୀକୁ ମାରିବା ପରେ ଅବିଚଳିତ ଥିଲା ବାଲାମୁରୁଗାନ । ପୋଲିସ ଆସିବା ପର୍ଯ୍ୟନ୍ତ ସ୍ତ୍ରୀର ମୃତଦେହ ପାଖରେ ବସିଥିଲା । ପୋଲିସ ବାଲାମୁରୁଗାନକୁ ଗିରଫ କରିବା ସହ ଦାଆକୁ ଜବତ କରିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବାଲାମୁରୁଗାନଙ୍କ ସ୍ତ୍ରୀ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଥିଲେ ।

ତେବେ ମହିଳା ହଷ୍ଟେଲ୍ ଭିତରେ ହତ୍ୟାକାଣ୍ଡ ତାମିଲନାଡ଼ୁ ରାଜନୀତିକୁ ଦୋହଲାଇ ଦେଇଛି । ମହିଳା ସୁରକ୍ଷାକୁ ନେଇ ମୁହାଁମୁହିଁ ହୋଇଛନ୍ତି ନେତା । ଶାସକ ଡିଏମ୍‌କେକୁ ବିରୋଧୀ ସମାଲୋଚନା କରିବା ସହ ମହିଳା ବିରୋଧୀ ହିଂସା ପାଇଁ ଦାୟୀ କରିଛନ୍ତି । ଅନ୍ୟପଟେ ସରକାରୀ ଦଳ ଓ ପୋଲିସ କହିଛି, "ଏଭଳି ହତ୍ୟା ଜଘନ୍ୟ, ଯାହାକି ବ୍ୟକ୍ତିଗତ ଶତ୍ରୁତାୁ ନେଇ ହୋଇଛି । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Woman Murdered in Chennai Hostel; Husband Held After Brutal Attack | Argus News | Argus News