Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାହା ହେବାକୁ ବେଙ୍ଗାଲୁରୁରୁ ଭୁବନେଶ୍ଵର ଧାଇଁ ଆସିଲେ, ବେଦୀରୁ ଉଠାଇନେଲା ପୋଲିସ

Crime

Child marriage / ବାହା ହେବାକୁ ବେଙ୍ଗାଲୁରୁରୁ ଭୁବନେଶ୍ଵର ଧାଇଁ ଆସିଲେ, ବେଦୀରୁ ଉଠାଇନେଲା ପୋଲିସ

Sushanta Sahoo
Browse all articles by Sushanta Sahoo
·59 mins ago·2 min read
ବାହା ହେବାକୁ ବେଙ୍ଗାଲୁରୁରୁ ଭୁବନେଶ୍ଵର ଧାଇଁ ଆସିଲେ, ବେଦୀରୁ ଉଠାଇନେଲା ପୋଲିସ
Instagram Love Story Ends at Wedding Stage

Key Points

ବେଦୀ ସଜା ହୋଇଥିଲା, ଭୋଜିଭାତ ବି ସରିଥିଲା । ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିଥାଆନ୍ତା । କିନ୍ତୁ ହଠାତ୍ ସେଠାରେ ପହଞ୍ଚିଲା ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ଟିମ୍ ।
ଭୁବନେଶ୍ଵର: ବେଦୀ ସଜା ହୋଇଥିଲା, ଭୋଜି ବି ସରିଥିଲା । ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିଥାଆନ୍ତା, ହେଲେ ଠିକ୍ ସେତିକି ବେଳେ ମାଡ଼ି ବସିଲା ପୋଲିସ । ଅଧାରେ ରହିଗଲା ବାହାଘର ।

ରାଜଧାନୀ ଉପକଣ୍ଠ ପାହାଳ ଥାନା ଧାମୀଲୋ ଗାଁରେ ଏଭଳି ଏକ ବାଲ୍ୟ ବିବାହକୁ ଭଣ୍ଡୁର କରିଛି ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ । ବାହା ହେବାକୁ ବେଙ୍ଗାଲୁରୁରୁ ଆସିଥିବା ବର ଏବେ ପୋଲିସ ହେପାଜତରେ ।

ଏଥିସହ ପଢ଼ନ୍ତୁ: ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଦୁଷ୍କର୍ମ ନୁହେଁ,ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ 

ପାହାଳ ଥାନା ଧାମୀଲୋ ଗାଁରେ ଚାଲିଥିଲା ବାହାଘର ପ୍ରସ୍ତୁତି । ବେଦୀ ସଜା ହୋଇଥିଲା, ଭୋଜିଭାତ ବି ସରିଥିଲା । ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିଥାଆନ୍ତା । କିନ୍ତୁ ହଠାତ୍ ସେଠାରେ ପହଞ୍ଚିଲା ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ଟିମ୍ । ଆଉ ଚଢ଼ାଉ କରି ଅଧାରେ ଅଟକାଇ ଦେଇଥିଲେ ବାହାଘର ।

କାରଣ କନ୍ୟା ଜଣକ ଥିଲେ ନାବାଳିକା । ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ବରର ବୟସ ଥିଲା ୨୬ ବର୍ଷ । ବିବାହ ପାଇଁ ବେଙ୍ଗାଲୁରୁରୁ ଭୁବନେଶ୍ବର ଆସିଥିବା ବରକୁ ଉଠାଇ ଆଣିଛି ପୋଲିସ । ଏବେ ଥାନାରେ ଉଭୟ ପରିବାରକୁ ପଚରାଉଚରା କରାଯାଉଥିବା ବେଳେ ନାବାଳିକାକୁ CWC ବା ଚାଇଲ୍ଡ ଲାଇନ୍‌ରେ ହାଜର କରାଯାଇଛି ।

ଇନଷ୍ଟାଗ୍ରାମରେ ପ୍ରେମରୁ ବାଲ୍ୟ ବିବାହ

ତେବେ ଏହି ବାହାଘର ପଛର କାହାଣୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଗତ ୩ ବର୍ଷ ହେବ ଇନଷ୍ଟାଗ୍ରାମ ଜରିଆରେ ବେଙ୍ଗାଳୁରୁର ଜୟକୁମାରଙ୍କ ସହ ଏହି ନାବାଳିକାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କନ୍ୟା ଜଣକ ନାବାଳିକା ବୋଲି ଜାଣି ସୁଦ୍ଧା ଜୟ କୁମାର ଓ ତାଙ୍କ ପରିବାର ଲୋକେ ଏହି ବିବାହ ପାଇଁ ଆଗେଇ ଆସିଥିଲେ ।

ସେଥିପାଇଁ ଗୁରୁବାର ଦିନ ଜୟ କୁମାରଙ୍କ ପରିବାର ବେଙ୍ଗାଲୁରୁରୁ ଆସି ଭୁବନେଶ୍ବରରେ ପହଂଚିଥିଲେ । ଆଉ ଶୁକ୍ରବାର ଧାମିଲୋ ଗାଁରେ ବିବାହ ଚାଲିଥିବା ବେଳେ ଏହାକୁ ବନ୍ଦ କରିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାଟିଦେଲେ ଜଣଙ୍କ ପରେ ଜଣଙ୍କ ତଣ୍ଟି, ପୁଣି ଲଗାଇଦେଲେ ନିଆଁ 

ସରକାର ଓ ପ୍ରଶାସନ ପକ୍ଷରୁ ଅନେକ ସଚେତନତା ସତ୍ତ୍ବେ ବି ଦେଶରେ ବାଲ୍ୟ ବିବାହରେ ରୋକ୍ ଲାଗିପାରୁନି । ପରିସଂଖ୍ୟାନ ଅନୁଯାୟୀ, ବାଲ୍ୟ ବିବାହ ମାମଲାରେ ପଶ୍ଚିମବଙ୍ଗ ସାରା ଦେଶରେ ସବୁଠୁ ଆଗରେ ଥିବା ବେଳେ, ଓଡ଼ିଶା ଏହି ତାଲିକାର ୬ ନମ୍ବର ସ୍ଥାନରେ ରହିଛି । ଆମ ରାଜ୍ୟରେ ଏବେ ବି ବାଲ୍ୟ ବିବାହର ହାର ୨.୬ ପ୍ରତିଶତ ରହିଛି, ଯାହା ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତାର ବିଷୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengaluru Groom Detained as Police Stop Child Marriage in Bhubaneswar | Argus News | Argus News