Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗୁଣି ଗାରେଡ଼ି ଅଭିଯୋଗରେ ମହିଳା ଗିରଫ; ବିଚାରପତିଙ୍କ ଆସନ ଉପରକୁ ପିଙ୍ଗିଲେ ସୋରିଷ

Crime

Karnataka black magic case / ଗୁଣି ଗାରେଡ଼ି ଅଭିଯୋଗରେ ମହିଳା ଗିରଫ; ବିଚାରପତିଙ୍କ ଆସନ ଉପରକୁ ପିଙ୍ଗିଲେ ସୋରିଷ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗୁଣି ଗାରେଡ଼ି ଅଭିଯୋଗରେ ମହିଳା ଗିରଫ; ବିଚାରପତିଙ୍କ ଆସନ ଉପରକୁ ପିଙ୍ଗିଲେ ସୋରିଷ
Karnataka black magic case

Key Points

କର୍ଣ୍ଣାଟକର ଚିକ୍କାବଲ୍ଲାପୁର ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ବିଚାରପତିଙ୍କ ଚୌକିରେ କଳାଯାଦୁ କରିବା ଅଭିଯୋଗରେ ଗିରଫ କରାଯାଇଛି।
Karnataka woman arrested for black magic: ସଦ୍ୟ କର୍ଣ୍ଣାଟକର ଚିକ୍କାବଲ୍ଲାପୁର ସହରରେ ଘଟିଯାଇଛି ଏକ ଅଜବ ଘଟଣା। ଏଠାକାର ଜଣେ ୬୫ ବର୍ଷୀୟ ମହିଳା ଗୁଣି ଗାରେଡ଼ି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଜଣେ ବିଚାରପତିଙ୍କ ଆସନରେ ଗୁଣି ଗାରେଡ଼ି କରୁଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କୁ ଗୁଣି ଗାରେଡ଼ି କରୁଥିବାର ଦେଖିବାକୁ ମିଳିଛି। ଅଭିଯୁକ୍ତ ମହିଳାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ହେଉଛି ମଞ୍ଜୁଳା। ସେ ଚିକ୍କାବଲ୍ଲାପୁର ସହରର ଜେଏମଏଫସି କୋର୍ଟର ପ୍ରଥମ ଅତିରିକ୍ତ ସିନିୟର ସିଭିଲ ଜଜ୍ ଙ୍କ ଆସନରେ ଗୁଣିଗାରେଡ଼ି କରୁଥିଲେ। ଗିରଫ ମହିଳା ଜଣଙ୍କ କ'ଣ ପାଇଁ ଏଭଳି କାମ କରୁଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି।

ବିଚାରପତିଙ୍କ ଆସନ ଉପରକୁ ଫିଙ୍ଗିଲେ ସୋରିଷ
ଏନେଇ ନେଇ ମିଳିଥିବା ଖବର ଅନୁଯାୟୀ, ପୋଲିସ କହିଛି ଯେ ସିସିଟିଭି ଫୁଟେଜ ଆଧାରରେ ଏହା ଦେଖିବାକୁ ମିଳୁଛି ଯେ ମହିଳା ଜଣକ ବିଚାରପତିଙ୍କ ଆସନରେ ସୋରିଷ ଦାନା ବିଞ୍ଚୁଥିବାର ଦେଖାଯାଇଛି। ପୋଲିସ କହିଛି ଯେ ଏହି ଘଟଣା ପ୍ରାୟ ୨ ଦିନ ପୂର୍ବେ ଘଟିଥିଲା। ଏହାର ଭିଡ଼ିଓ ଫୁଟେଜ ସାମ୍ନାକୁ ଆସିବା ପରେ, ସହରର ଜେଏମଏଫସି କୋର୍ଟ ମୁଖ୍ୟ ପ୍ରଶାସନିକ ଅଧିକାରୀ ନେତ୍ରା ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ମଞ୍ଜୁଳାଙ୍କୁ ଗିରଫ କରିଛି।

ଏହା ସହ ପଢନ୍ତୁ: କିଏ ଏହି ବିଙ୍ଗସନ ଜନ୍? ଯିଏ ୩୦୦, 5-Star ହୋଟେଲକୁ ଲଗାଇଥିଲେ ଚୂନା
 
ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ତାଙ୍କ ବିରୋଧରେ ୨୦୧୭ କର୍ଣ୍ଣାଟକ ଗୁଣିଗାରେଡ଼ି ଅଭ୍ୟାସ ଏବଂ ନିରାକରଣ ଆଇନ, (Karnataka Prevention and Eradication of Human Evil Practices and Black Magic Act, 2017) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଗିରଫଜାରୀ ପରେ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored