Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

IAS in Land Scam / ଦିବ୍ୟାଙ୍ଗଙ୍କୁ ଜମି ବିକ୍ରି ନାଁରେ ୯୫ ଲକ୍ଷ ଠକିନେଲେ ମହିଳା IAS ଅଧିକାରୀ, ଥାନାରେ ମାମଲା ରୁଜୁ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଦିବ୍ୟାଙ୍ଗଙ୍କୁ ଜମି ବିକ୍ରି ନାଁରେ ୯୫ ଲକ୍ଷ ଠକିନେଲେ ମହିଳା IAS ଅଧିକାରୀ, ଥାନାରେ ମାମଲା ରୁଜୁ
Odisha IAS Officer Booked for ₹95 Lakh Land Scam

Key Points

  • ଦିବ୍ୟାଙ୍ଗଙ୍କୁ ଜମି ଦେବା ନାଁରେ ୯୫ ଲକ୍ଷ ଟଙ୍କାର ଠକେଇ
  • ଦେଲେନି ଜମି, ଓଲଟା ଦେଖାଇଲେ ନାଲି ଆଖି
  • ଥାନାରେ ମାମଲା ରୁଜୁ, ବଢ଼ିଲା IAS ଆରାଧନାଙ୍କ ଅଡୁଆ
  • ଠକେଇ ମାମଲା ନେଇ ସରକାରଙ୍କୁ ଜଣାଇଲା ପୋଲିସ
କଟକ: ଜଣେ ଦିବ୍ୟାଙ୍ଗଙ୍କୁ ୯୫ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଜଣେ IAS ଅଫିସର । ଜମି ଦେବା ନାଁରେ ପଇସା ନେଇ ବିଶ୍ୱାସଘାତକତା କରିବା ସହ ଓଲଟା ଧମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗୃହ ବିଭାଗର ଅତିରିକ୍ତ ସଚିବ ଆରାଧନା ଦାସଙ୍କ ବିରୋଧରେ । କଟକ ସିଡିଏ ଫେଜ୍-୨ ଥାନାରେ ମାମଲା ରୁଜୁ ହେବା ପରେ ଏବେ ଅଡୁଆରେ ଆଇଏଏସ୍ ମ୍ୟାଡାମ ।

ପଇସା ନେଲେ, କିନ୍ତୁ ଜମିର ମାଲିକାନା ଦେଲେନି । ଆଉ ପଇସା ମାଗିବାରୁ ଦିବ୍ୟାଙ୍ଗଙ୍କୁ ନାଲି ଆଖି ଦେଖାଇଲେ IAS ମ୍ୟାଡମ । କଟକ ସିଡିଏ ସେକ୍ଟର-୬ର ବାସିନ୍ଦା କମଲ କୁମାର ଭାଉସୀଙ୍କା । ମାଲଗୋଦାମରେ ଏକ ଛୋଟ ଗୋଦାମ ଚଳାଇ ପରିବାର ପ୍ରତିପୋଷଣ କରନ୍ତି, ସେ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫଶି ଆତଙ୍କ ଦୁନିଆରେ ପାଦ ଥାପିଥିଲା ଇମ୍ରାନ !

ଅଭିଯୋଗ ଅନୁଯାୟୀ, ଗୃହ ବିଭାଗର ଅତିରିକ୍ତ ସଚିବ ଆରାଧନା ଦାସଙ୍କ ସିଡିଏ ସେକ୍ଟର-୧୦ରେ ଥିବା ୨୪୦୦ ବର୍ଗଫୁଟର ଏକ ଜମି କିଣିବା ପାଇଁ ୨୦୨୨ରେ ୯୫ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । କମଲ ନିଜ ପତ୍ନୀଙ୍କ ଆକାଉଣ୍ଟରୁ RTGS ମାଧ୍ୟମରେ ପ୍ରାୟ ୮୫ ଲକ୍ଷ ଟଙ୍କା ଏବଂ ନଗଦ ୧୦ ଲକ୍ଷ ଟଙ୍କା ମୋଟ ୯୫ ଲକ୍ଷ ଟଙ୍କା IAS ମ୍ୟାଡାମ ଅନୁରାଧା ଦାସଙ୍କୁ ଦେଇଥିଲେ । କିନ୍ତୁ ବର୍ଷ ବର୍ଷ ବିତିବା ପରେ ମଧ୍ୟ ମ୍ୟାଡାମ ଜମି କାଗଜପତ୍ର ଦେଲେନାହିଁ କି ପଇସା ଫେରସ୍ତ କଲେ ନାହିଁ ।

ଜମି ବଦଳରେ ଧମକ ମିଳିବାରୁ ଶେଷରେ ପୋଲିସର ଶରଣାପନ୍ନ ହୋଇଥିଲେ କମଲ । ୨୦୨୬ ଜାନୁଆରୀ ୨୦ ତାରିଖରେ ସିଡିଏ ଫେଜ୍-୨ ଥାନା ପୋଲିସ IAS ଆରାଧନା ଦାସଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ଠକେଇ (୩୧୮-୪), ବିଶ୍ୱାସଘାତକତା (୩୧୬-୨), ଧମକଚମକ (୩୫୧-୨) ଏବଂ ଗାଳିଗୁଲଜ (୨୯୬-ବି) ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ ।

ଏଥିସହ ପଢ଼ନ୍ତୁ: ବିଭିନ୍ନ ଥାନାରେ ୩୨୪ଟି ସିସିଟିଭି କ୍ୟାମେରା ଅଚଳ, ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ

ସମ୍ପୃକ୍ତ IAS ଅଧିକାରୀ ଆରାଧନା ଦାସ ଏବେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେବେ IAS ମ୍ୟାଡାମ ତଦନ୍ତରେ ସହଯୋଗ କରୁନଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ଗୃହ ବିଭାଗକୁ ଅବଗତ କରାଯାଇଛି । ତଦନ୍ତ ପରେ ମ୍ୟାଡମଙ୍କ ନାମରେ ଚାର୍ଜସିଟ୍ ଦାଖଲ ହେବ ଏବଂ ଆବଶ୍ୟକ ପଡ଼ିଲେ ଗିରଫଦାରୀ ମଧ୍ୟ ହୋଇପାରେ ବୋଲି ଆଇନଜୀବୀ କହିଛନ୍ତି ।

ପୋଲିସ ଏହି ହାଇପ୍ରୋଫାଇଲ୍ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ଏହି ଘଟଣା କି ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAS Officer Accused of ₹95 Lakh Fraud in Cuttack Land Deal | Argus News | Argus News