Online Dating Scam / ଡେଟିଂ ଆପ୍ ବ୍ୟବହାର କରୁଥିଲେ ସାବଧାନ ! ଆପଣ ବି ଏମିତି ଫସିଯିବେ…
·1 hour ago·2 min read

Key Points
ସୁନ୍ଦରୀ ତରୁଣୀଙ୍କ ଫଟୋ, ମିଠା ମିଠା କଥା । ଡେଟିଂ ଆପ୍ରେ ଚାଟିଂ ପରେ ସାକ୍ଷାତ ପାଇଁ ଡାକି ଯୁବକଙ୍କୁ ଫସାଉଥିଲେ ଅଭିଯୁକ୍ତ । ନିରୋଳା, ନିଛାଟିଆ ସ୍ଥାନରେ ନକଲି ପୋଲିସ ସାଜି ଦେଉଥିଲେ ଦୁଷ୍କର୍ମ ମାମଲା ଧମକ । ଦାବି କରୁଥିଲେ ଲକ୍ଷ ଲକ୍ଷ ଟଙ୍କା...
ନୂଆଦିଲ୍ଲୀ: ଡେଟିଂ ଆପ୍ରେ ମ୍ୟାଚିଂ ପରେ ଚାଟିଂ । ପୁଣି ଯୁବତୀଙ୍କ ଡାକରା ପାଇଁ ଭେଟିବାକୁ ଯିବା । ଏ କାହାଣୀ କୌଣସି ଡେଟିଂ ଆପ୍ର ଭଳି ଲାଗୁଛି ନା । କିନ୍ତୁ କବାଟ ଖୋଲିବା ମାତ୍ରେ ଭିତରେ 'ପୋଲିସ' ଛିଡ଼ା ହୋଇଥିବ । ଆଉ କେଇ ମିନିଟ୍ରେ ୧୫ ଲକ୍ଷ ମାଗିବା ସହ ନଦେଲେ ଦୁଷ୍କର୍ମ ମାମଲାରେ ଫସାଇ ଜେଲ୍ ପଠାଇବାକୁ ଧମକ ମିଳିବ ।
ଏଭଳି ଏକ ହନିଟ୍ରାପ୍ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମାନେ ଡେଟିଂ ଆପ୍ ଜରିଆରେ ଲୋକଙ୍କୁ ଫସାଉଥିଲେ । ଯୁବତୀଙ୍କ ଫେକ୍ ପ୍ରୋଫାଇଲ୍ ତିଆରି କରି ପ୍ରଥମେ ବନ୍ଧୁତା ପରେ ଭେଟିବାକୁ ଡାକି ନକଲି ପୋଲିସର ରେଡ୍ ପରେ ଟଙ୍କା ଆଦାୟ କରୁଥିଲେ । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ୨ ଅଭିଯୁକ୍ତ ଫେରାର୍ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…
ଏହି ହନିଟ୍ରାପ୍ ଗ୍ୟାଙ୍ଗର ସଦସ୍ୟ Tinder ଏବଂ QuackQuack ଭଳି ଡେଟିଂ ଆପ୍ରେ ଯୁବତୀଙ୍କ ନାଁରେ ମିଛ ପ୍ରୋଫାଇଲ୍ ତିଆରି କରୁଥଲେ । ପ୍ରୋଫାଇଲ୍ରେ ସୁନ୍ଦରୀ ତରୁଣୀଙ୍କ ଫଟୋ ଲଗାଇ ମିଠା ମିଠା କଥା କହୁଥିଲେ । କିଛିଦିନ ଚାଟିଂ ପରେ ବ୍ୟକ୍ତିଗତ ଭାବେ ଭେଟିବାକୁ ଡାକୁଥିଲେ । ଫ୍ଲାଟ କିମ୍ବା ନିଛାଟିଆ ସ୍ଥାନରେ ଭେଟିବାକୁ କହୁଥିଲେ ।
ଏଭଳି ଭାବେ ହନିଟ୍ରାପ୍ରେ ଫସିଥିବା ଜଣେ ପୀଡ଼ିତଙ୍କ ଅଭିଯୋଗ ପରେ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି । ପୀଡ଼ିତଙ୍କ ଅନୁସାରେ, ଡେଟିଂ ଆପ୍ରେ ସେ 'କୀର୍ତ୍ତି' ନାମକ ଯୁବତୀଙ୍କ ସହ କଥା ହୋଇଥିଲେ । କଥାବାର୍ତ୍ତା ଆଗୁ ବଢ଼ିବା ପରେ ତାଙ୍କୁ ଜନକପୁରୀ ଡାକିଥିଲେ ।
ଯୁବକ ଯାଇ ଯୁବତୀଙ୍କୁ ଭେଟିଥିଲେ । ସେଠାରୁ ଫ୍ଲାଟକୁ ଯାଇଥିଲେ । ଆଉ ଫ୍ଲାଟର କବାଟ ଖୋଲିବା ମାତ୍ରେ କିଛି ଲୋକ ଘରକୁ ପଶିଥିଲେ । ଆଉ ସେଥିରେ ଜଣେ ପୋଲିସ ପୋଷାକରେ ଥିଲେ । ସେ ନିଜକୁ ପୋଲିସ କର୍ମଚାରୀ କହିବା ସହ ଯୁବକ, ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ।
ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ । ନକଲି ପୋଲିସ ଯୁବକଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିବା ଡର ଦେଖାଇ ୧୫ ଲକ୍ଷ ଟଙ୍କା ମାଗିଥିଲେ । ଆଉ ଭୟରେ ଯୁବକ କିଛି ଭାବି ପାରନିଥିଲେ, ପାଖରେ ଟଙ୍କା ବି ନଥିଲା ।
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟାର ସିବିଆଇ ତଦନ୍ତ ଦାବି କଲେ ମୃତ ସୌମ୍ୟଙ୍କ ବାପା ,ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ
ଅଭିଯୁକ୍ତମାନେ ଯୁବକଙ୍କୁ କାର୍ରେ ବସାଇ ବନ୍ଧକ କରି ଏଟିଏମ୍ ନେଇଯିବା ସହ ଟଙ୍କା ଉଠାଇଥିଲେ । ଅବଶିଷ୍ଟ ଟଙ୍କା ଦେବାକୁ ଚାପ ପକାଇଥିଲେ । ସେଠାରୁ ଫେରିବା ପରେ ଯୁବକ ଜଣଙ୍କପୋଲିସକୁ ଜଣାଇଥିଲେ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।
ପୋଲିସ ହାତରେ ଗ୍ୟାଙ୍ଗ ଧରା ପଡ଼ିବା ବେଳେ ଗ୍ୟାଙ୍ଗର ମୁଖ୍ୟ ସୁଶୀଲ କୁମାର ପୋଲିସ ପୋଷାକରେ ଥିଲା । ପୋଲିସ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସୁଶୀଲକୁ ପୂର୍ବରୁ ଏଭଳି ମାମଲାରେ ପୋଲିସ ୨୦୧୭ରେ ଗିରଫ କରିଥିଲା । ଏବେ ପୁଣି ଥରେ ସୁଶୀଲ ଧରାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories