Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭେଜ୍ ବିରିୟାନୀ ଦୋକାନର ଖୋଲିଲା ରହସ୍ୟ; ଫ୍ରିଜ୍ ଭିତରେ ଶବ, ଅବାକ୍ ପୋଲିସ

Crime

Murder in Veg Hotel / ଭେଜ୍ ବିରିୟାନୀ ଦୋକାନର ଖୋଲିଲା ରହସ୍ୟ; ଫ୍ରିଜ୍ ଭିତରେ ଶବ, ଅବାକ୍ ପୋଲିସ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଭେଜ୍ ବିରିୟାନୀ ଦୋକାନର ଖୋଲିଲା ରହସ୍ୟ; ଫ୍ରିଜ୍ ଭିତରେ ଶବ, ଅବାକ୍ ପୋଲିସ
Murder in Veg Hotel

Key Points

ଭେଜ୍ ବିରିୟାନୀ ଦୋକାନ ଫ୍ରିଜରେ ଶବ
ଲକ୍ଷ୍ନୌରେ ଘଟିଛି ଏପରି ଘଟଣା
ଫ୍ରିଜ୍ ଖୋଲିଲା ପରେ ଅବାକ୍ ପୋଲିସ
ଉତ୍ତରପ୍ରଦେଶରେ ନୀଳ ଡ୍ରମ୍ ପରେ ଏବେ ଲକ୍ଷ୍ନୌର ଏକ ଡିପ୍ ଫ୍ରିଜରରେ ମିଳିଛି ମୃତଦେହ । ଗତ ୩ ଦିନ ଧରି ଭେଜ୍ ବିରିୟାନୀ ଦୋକାନଟି ବନ୍ଦ ଥିଲା । ହେଲେ ଏବେ ବିରିୟାନୀ ଦୋକାନର ଡିପ୍ ଫ୍ରିଜରରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାସ୍ଥଳରୁ ପୋଲିସ ପାଇଥିବା ପ୍ରମାଣ ହତ୍ୟାକୁ ଇଙ୍ଗିତ କରୁଛି ।

ତେବେ ମୃତକଙ୍କ ନାମ ହେଉଛି ବିଜୟ ପାଲ । ତାଙ୍କର ଗୋଟିଏ ଚପଲ ରାସ୍ତା କଡ଼ରେ ମିଳିଥିବାବେଳେ ଅନ୍ୟଟି ଦୋକାନ ଭିତରୁ ମିଳିଛି । ସ୍ଥାନୀୟ ପୋଲିସର କହିବାନୁସାରେ, ଦୋକାନଟି ଗତ ତିନି ଦିନ ଧରି ବନ୍ଦ ଥିଲା ଏବଂ ଏହା ଅନୁମାନ କରାଯାଉଛି ଯେ ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ଫ୍ରିଜର ଭିତରେ ମୃତଦେହକୁ ଲୁଚାଇ ରଖିଥାଇପାରନ୍ତି ।

୩ ଦିନ ଧରି ବନ୍ଦ ଥିଲା ଭେଜ୍ ବିରିୟାନୀ ସପ୍
ଗତ ରବିବାର ସକାଳେ ବିକେଟିର କିଶନପୁର ଗାଁର ବାସିନ୍ଦା ବିଜୟ ପାଲଙ୍କ ମୃତଦେହ ଜିସିଆର କଲେଜ ଗେଟ୍ ସାମ୍ନା ଏକ ନିରାମିଷ ବା ଭେଜ୍ ବିରିୟାନୀ ଦୋକାନର ଫ୍ରିଜରରୁ ମିଳିଛି । ବିଜୟ ପାଲ୍ ଶୁକ୍ରବାର ଅପରାହ୍ନରୁ ନିଖୋଜ ଥିଲେ । ଅନ୍ୟପଟେ ଯେତେବେଳେ ଭେଜ୍ ବିରିୟାନୀ ଦୋକାନର ମାଲିକ ସାମଗ୍ରୀ ନେବାକୁ ପହଞ୍ଚିଲେ, ସେ ଡିପ୍ ଫ୍ରିଜର ଖୋଲିଥିଲେ ଏବଂ ସେଥିରେ ବିଜୟ ପାଲଙ୍କ ମୃତଦେହ ପାଇଥିଲେ । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ।



ଆଧାର କାର୍ଡରୁ ମିଳିଲା ପରିଚୟ
ଡେପୁଟି କମିଶନର ଅଫ୍ ପୋଲିସ (ଉତ୍ତର) ଗୋପାଳ କୃଷ୍ଣ ଚୌଧୁରୀ ଏବଂ ତାଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ମୃତଦେହକୁ ଉଦ୍ଧାର କରି ଘଟଣାସ୍ଥଳକୁ ସିଲ୍ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତକଙ୍କ ମୋବାଇଲ୍ ଫୋନ୍ ଏବଂ ଆଧାର କାର୍ଡ ମାଧ୍ୟମରେ ତାଙ୍କ ନାଁ ବିଜୟ ପାଲ୍ ବୋଲି ଚିହ୍ନଟ କରାଯାଇଛି । ସେ ଏକାକୀ ରହୁଥିଲେ । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ ପୋଲିସ ହତ୍ୟା ସନ୍ଦେହ କରୁଛି । ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ସେପଟେ ପରିବାର ମଧ୍ୟ ଏଯାବତ୍ କୌଣସି ଅଭିଯୋଗ ଦାଖଲ କରିନାହିଁ ।

ଅଧିକ ଖବର ପଢନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dead Body Found inside fridge of Veg Biryani Hotel in UP | Argus News