Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟାର୍ଗେଟରେ ଥିଲା ଥାନା, ମନ୍ଦିର; ପାକିସ୍ତାନ ପଠାଉଥିଲେ ଭିଡିଓ; ୪ ISI ଆତଙ୍କୀ ଗିରଫ

Crime

ISI Terrorist Arrest / ଟାର୍ଗେଟରେ ଥିଲା ଥାନା, ମନ୍ଦିର; ପାକିସ୍ତାନ ପଠାଉଥିଲେ ଭିଡିଓ; ୪ ISI ଆତଙ୍କୀ ଗିରଫ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଟାର୍ଗେଟରେ ଥିଲା ଥାନା, ମନ୍ଦିର; ପାକିସ୍ତାନ ପଠାଉଥିଲେ ଭିଡିଓ; ୪ ISI ଆତଙ୍କୀ ଗିରଫ
ISI Terrorist Arrest

Key Points

ଦିଲ୍ଲୀରେ ISI ସମର୍ଥିତ ଆତଙ୍କବାଦର ପର୍ଦ୍ଦାଫାଶ
ପଞ୍ଜାବ ଓ ଦିଲ୍ଲୀରୁ ଧରାପଡ଼ିଲେ ୪ ଆତଙ୍କବାଦୀ
ଅନେକ ଦିନ ଧରି ଧାର୍ମିକ ସ୍ଥଳର ରେକି କରୁଥିଲେ
କରିଥାନ୍ତେ ବଡ଼ ଧରଣର ବିସ୍ଫୋରଣ । ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର । ବହୁ ଦିନ ଧରି ମନ୍ଦିରର ରେକି କରୁଥିଲେ । ଭାରତରୁ ମନ୍ଦିର ଓ ଥାନାର ଏକାଧିକ ଭିଡିଓ ପାକିସ୍ତାନକୁ ପଠାଉଥିଲେ । କିଛି ଅଘଟଣ ଘଟାଇବା ପୂର୍ବରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ପଞ୍ଜାବରୁ ଧରାପଡ଼ିଛନ୍ତି ୪ଜଣ ଆଇଏସଆଇ ଆତଙ୍କୀ । ଦିଲ୍ଲୀର ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ଧରଣର ଅନ୍ତର୍ଜାତୀୟ ଅପରେସନରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISI ସମର୍ଥିତ ଆତଙ୍କୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।

ଏହି ଆତଙ୍କବାଦୀମାନେ ଦିଲ୍ଲୀକୁ ଟାର୍ଗେଟ କରିଥିଲେ । ଧରାପଡ଼ିଥିବା ଆତଙ୍କୀଙ୍କଠାରୁ ତୁର୍କୀରେ ନିର୍ମିତ ପିସ୍ତଲ ସମେତ ଦୁଇଟି ବିଦେଶୀ ପିସ୍ତଲ, ୯ ରାଉଣ୍ଡ ଗୁଳି ଓ ୫ଟି ମୋବାଇଲ ଜବତ କରିଛି । ଦିଲ୍ଲୀ ପୋଲିସର କହିବାନୁସାରେ, ଏମାନେ ଗତ କିଛି ଦିନ ଧରି ଦିଲ୍ଲୀର ଧାର୍ମିକ ସ୍ଥଳୀରେ ରେକି କରୁଥିଲେ । ଏଠାରୁ ଭିଡିଓ ରେକର୍ଡିଂ କରି ପାକିସ୍ତାନରେ ବସିଥିବା ସର୍ଦ୍ଦାରଙ୍କ ପାଖକୁ ପଠାଉଥିଲେ ।

  • ସ୍ଥାନୀୟ ଯୁବକଙ୍କ ବ୍ରେନୱାସ କରିଥିଲେ
ସ୍ପେଶାଲ ସେଲର ଡିସିପି ପ୍ରବୀଣ କୁମାର ତ୍ରିପାଠୀଙ୍କ କହିବାନୁସାରେ, ଏସିପି ବିବେକ କୁମାର ତ୍ୟାଗି, ଇନସପେକ୍ଟର ସତୀଶ ରାଣା ଓ ଇନସପେକ୍ଟର ଅଶୋକଙ୍କ ଟିମକୁ ଗୁପ୍ତ ସୂଚନା ମିଳିଥିଲା ଯେ, ପାକିସ୍ତାନରେ ବସିଥିବା ଆଇଏସଆଇ ହ୍ୟାଣ୍ଡଲର ଶେହଜାଦ ଭଟ୍ଟି ନିଜ ସହଯୋଗୀଙ୍କ ଜରିଆରେ ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଛି । ଏଥିଲାଗି ପଞ୍ଜାବର କିଛି ସ୍ଥାନୀୟ ଯୁବକଙ୍କୁ ମଧ୍ୟ ଜାଲରେ ଫସାଇବା ଲାଗି ବ୍ରେନୱାସ କରାଯାଇଥିଲା ।

  • ଡ୍ରୋନରେ ଆସୁଥିଲା ଅସ୍ତ୍ରଶସ୍ତ୍ର
ପ୍ରାରମ୍ଭିକ ତଦନ୍ତ ପରେ, ଦିଲ୍ଲୀ ସ୍ପେଶାଲ ସେଲ୍ ଭାରତୀୟ ନ୍ୟାୟ ସଂହିତା (BNS) ଓ ଆର୍ମ୍ସ ଆକ୍ଟ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ଏହାପରେ ଦିଲ୍ଲୀ ଓ ପଞ୍ଜାବରେ ତନାଘନା କରିଥିଲା ପୋଲିସ, ଯେଉଁଥିରେ ୪ ଆତଙ୍କବାଦୀ ଧରାପଡ଼ିଥିଲେ । ପ୍ରଥମେ ପଞ୍ଜାବର ଅମୃତସରରେ ଛାନଭିନ ବେଳେ ଶୁଭଦୀପ ସିଂହ ଓରଫ ବିଶାଳକୁ ଗିରଫ କରାଯାଇଛି । ତା'ଠାରୁ ଏକ ସେମି-ଅଟୋମେଟିକ୍ ପିସ୍ତଲ, ୫ ରାଉଣ୍ଡ ଗୁଳି ଓ ଦୁଇଟି ମୋବାଇଲ ମିଳିଛି । ପଚରାଉଚରା ବେଳେ ସେ କହିଛି ଯେ ପାକିସ୍ତାନରେ ବସିଥିବା ଶେହଜାଦ ଭଟ୍ଟି ନେଟୱର୍କ ସହ ସିଧାସଳଖ ଯୋଗାଯୋଗରେ ଥିଲା । ପାକିସ୍ତାନରୁ ଏହି ଆତଙ୍କୀଙ୍କ ଲାଗି ଡ୍ରୋନରେ ଆବଶ୍ୟକୀୟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ପଠାଯାଉଥିଲା ।

ପଢନ୍ତୁ ଏହି ଖବର: ସୁନ୍ଦର ହେବା ଚେଷ୍ଟାରେ ଧରାପଡ଼ିଲା ଆତଙ୍କବାଦୀ,ଦିଲ୍ଲୀରେ ବଡ଼ ଆକ୍ରମଣ ଯୋଜନା ଫେଲ୍

  • ମୋବାଇଲରୁ ମିଳିଲା ସମ୍ବେଦନଶୀଳ ତଥ୍ୟ
ଶୁଭଦୀପକୁ ଗିରଫ କରିବା ପରେ ପୋଲିସ ପଞ୍ଜାବରୁ ଆଉ ୨ଜଣ ଆତଙ୍କୀ ଗୁରଜତ ସିଂ ଓରଫ ଋଷି ଓ ସାଜନ ସିଂହ ଓରଫ ହନିକୁ ଗିରଫ କରିଛି । ଏମାନଙ୍କଠାରୁ ପିସ୍ତଲ ଓ ୪ ରାଉଣ୍ଡ ଗୁଳି ମିଳିଛି । ୩ଜଣ ଆତଙ୍କୀଙ୍କୁ ଗିରଫ କରିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ଵିତ କରିଥିଲା । ଏହାପରେ ଆଉ ଜଣେ ଆତଙ୍କୀ ଗଗନପ୍ରୀତ ସିଂହଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ତା'ଠାରୁ ମୋବାଇଲ ଜବତ ହୋଇଥିଲା, ଯେଉଁଥିରୁ ଅନେକ ସମ୍ବେଦନଶୀଳ ତଥ୍ୟ ମିଳିଛି ।

  • ଧାର୍ମିକ ସ୍ଥଳରୁ ରେକି କରୁଥିଲେ
ଆତଙ୍କୀ ଗଗନପ୍ରୀତକୁ ପାକିସ୍ତାନୀ ଆତଙ୍କୀ ସର୍ଦ୍ଦାର ସବୁଠୁ ଭୟଙ୍କର କାମ ଦେଇଥିଲା । ସେ ଦିଲ୍ଲୀର ପୋଲିସ ଷ୍ଟେସନ, ପୋଲିସ ପିକେଟ୍ସ ଓ ପ୍ରମୁଖ ଧାର୍ମିକ ସ୍ଥଳର ରେକି କରୁଥିଲା । ଏପରିକି ଏହାର ଭିଡିଓ ରେକର୍ଡ କରି ପାକିସ୍ତାନକୁ ପଠାଉଥିଲା । ଗଗନପ୍ରୀତକୁ ଦିଲ୍ଲୀର ଜନବହୁଳ ସ୍ଥାନରେ ହଠାତ୍ ଗୁଳିବର୍ଷା କରି ଆତଙ୍କ ସୃଷ୍ଟି କରିବାକୁ ଟାସ୍କ ଦିଆଯାଇଥିଲା । ସୌଭାଗ୍ୟବଶତଃ କିଛି ଅଘଟଣ ଘଟିବା ପୂର୍ବରୁ ଦିଲ୍ଲୀ ପୋଲିସ ୪ ଆତଙ୍କୀଙ୍କୁ ଗିରଫ କରିଛି । ଏହି ଷଡ଼ଯନ୍ତ୍ରରେ ଆଉ କିଏ ସାମିଲ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored