Videos
|
Crime

Delhi Techie Death / ୬୦ଲକ୍ଷ ପ୍ୟାକେଜ, ଥିଲେ ନାତି ନାତୁଣୀ...ବିବାହର ୩ବର୍ଷ ପରେ ଜ୍ଵାଇଁଙ୍କୁ ମାରିଦେଲେ ଶ୍ଵଶୁର ଘର !

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
୬୦ଲକ୍ଷ ପ୍ୟାକେଜ, ଥିଲେ ନାତି ନାତୁଣୀ...ବିବାହର ୩ବର୍ଷ ପରେ ଜ୍ଵାଇଁଙ୍କୁ ମାରିଦେଲେ ଶ୍ଵଶୁର ଘର !
Delhi Techie Death

Key Points

ଚର୍ଚ୍ଚାରେ ଦିଲ୍ଲୀ ଇଞ୍ଜିନିୟରଙ୍କ ମୃତ୍ୟୁ
ଶ୍ଵଶୁର ଘର ମାରିଥିବା ଅଭିଯୋଗ
ସାମାନ୍ୟ କଥାରୁ ହତ୍ୟାକାଣ୍ଡ ସୂଚନା
ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ନିହାଲ ବିହାର ଅଞ୍ଚଳର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ମୃତ୍ଯୁ ଖବର ସାମ୍ନାକୁ ଆସିଛି । ୬୦ ଲକ୍ଷର ପ୍ୟାକେଜ୍ ଥିଲା । ଦୁଇଟି ପିଲାର ବାପା ଥିଲେ । ବିବାହକୁ ମାତ୍ର ୩ ବର୍ଷ ହୋଇଥିଲା । ମାତ୍ର ସାମାନ୍ୟ କଥାରୁ ଶ୍ଵଶୁର ଘର ଲୋକେ ଜ୍ଵାଇଁଙ୍କୁ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟର ପ୍ରଥମେ ଝଗଡ଼ା ହୋଇଥିଲା । ସ୍ତ୍ରୀ ଘର ବାହାରକୁ ଗଲେ । ୧୦ ମିନିଟ୍ ପରେ ଫେରିଲେ । ଆଉ ତା' ପରେ ଯାହା ଘଟିଥିଲା ଆଜି ତାହା ଖବର ପାଲଟିଛି । ୩୧ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ବିନୟଙ୍କ ମୃତ୍ଯୁ ଘଟିଛି।

ଏହି ଘଟଣାରେ ଏବେ ପୋଲିସ ବିନୟଙ୍କ ପତ୍ନୀ ରେଖା, ପତ୍ନୀଙ୍କ ଦୁଇ ଭାଇ ଓ ଜଣେ ଭାଉଜଙ୍କୁ ଗିରଫ କରାଯାଇଛି । ବିନୟଙ୍କ ପରିବାର ତାଙ୍କ ଶ୍ଵଶୁର ଘର ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଜଣାପଡ଼ିଛି ଯେ ବିନୟଙ୍କୁ ୩୧ ବର୍ଷ ହୋଇଥିଲା । ଆଇଟି ଚାକିରି କରୁଥିଲେ । ପରିବାରର କହିବାନୁସାରେ ୬୦ ଲକ୍ଷର ପ୍ୟାକେଜ୍ ଥିଲା । ପ୍ରାୟ ୩ ବର୍ଷ ପୂର୍ବରୁ ବୁଧ ବିହାର ଅଧିବାସୀ ରେଖାଙ୍କ ସହ ତାଙ୍କର ବିବାହ ହୋଇଥିଲା । ଉଭୟଙ୍କ ଯାଆଁଳା ଛୁଆ ହୋଇଥିଲେ-ଗୋଟିଏ ପୁଅ ଓ ଗୋଟିଏ ଝିଅ । ବାହାରୁ ତାଙ୍କର ହସଖୁସି ସଂସାର ଥିଲା । ଚାକିରି ଠିକ ଚାଲିଥିଲା । ଦୁଇଟି କୋମଳମତୀ ସନ୍ତାନ ଥିଲା । ହେଲେ ପତ୍ନୀଙ୍କ ସହ ବିବାଦ ହେଉଥିଲା ।

  • ବିନୟଙ୍କ ସହ କଣ ଘଟିଲା ?
ମୃତ ବିନୟଙ୍କ ପରିବାରର କହିବାନୁସାରେ, ବିବାହ ପରେ ଉଭୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ ହେଉଥିଲା । ରେଖା ନିଜ ଶାଶୂ ଶ୍ଵଶୁରଙ୍କ ସହ ମଧ୍ୟ ଯୁକ୍ତି କରୁଥିଲେ । ଏପରିକି ରେଖାଙ୍କ ଭାଇ ବିନୟଙ୍କୁ ଧମକ ମଧ୍ୟ ଦେଉଥିଲେ । ବିନୟଙ୍କ ମାଆ କହିଛନ୍ତି ଯେ ଘରେ ଛୁଆଙ୍କୁ ଔଷଧ ଲଗାଇବା କଥାକୁ ନେଇ ଝଗଡ଼ା ହୋଇଥିଲା । ବିନୟ ଯୁକ୍ତିତର୍କ ବେଳେ ଉଚ୍ଚ ସ୍ଵରରେ କଥା ହୋଇଥିଲେ । ରେଖା ଚିଡ଼ିଗଲେ ଓ ବାହାରକୁ ପଳାଇଲେ ।


  • ୧୦ ମିନିଟ୍ ପରେ ଫେରିଥିଲେ ରେଖା
ବିନୟଙ୍କ ପରିବାରର କହିବାନୁସାରେ, ପ୍ରାୟ ୧୦ ମିନିଟ୍ ପରେ ରେଖା ଫେରିତିଲେ । ମାତ୍ର ଏଥର ତାଙ୍କ ସହ ତାଙ୍କ ବାପଘର ଲୋକେ ଥିଲେ । ରେଖାଙ୍କ ଦୁଇ ଭାଇ ଓ ଜଣେ ଭାଉଜ ତାଙ୍କ ସହ ଆସିଥିଲେ । ଏହି ଘଟଣାରେ ଏବେ ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରେଖା ଲାଲ ରଙ୍ଗର ସୁଟ୍ ପିନ୍ଧିଛନ୍ତି । ତାଙ୍କ ସହିତ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଅନ୍ୟ ଜଣେ ମହିଳା (ରେଖାଙ୍କ ଭାଉଜ) ଅଛନ୍ତି । କାର ନିକଟରେ ଏମାନଙ୍କୁ ଦେଖାଯାଇଛି । ବିନୟଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ବିନୟଙ୍କୁ ମାରପିଟ କରିଥିଲେ । ବିନୟଙ୍କ ଛାତିକୁ ବାରମ୍ବାର ଆଘାତ କରିଥିଲେ । ଏହାପରେ ଧୀରେ ଧୀରେ ବିନୟଙ୍କ ସ୍ଥିତି ବିଗିଡ଼ିଥିଲା ।

ପଢନ୍ତୁ ଏହି ଖବର: ଟଏଲେଟ୍ କଣା କରି ସୁଟିଂ କରୁଥିବା ଅଶ୍ଳୀଳ ଭିଡିଓ; ପଦାରେ ପଡ଼ିଲା ଘର ମାଲିକ ପୁଅର ଘୃଣ୍ୟ କାଣ୍ଡ

ଏହାପରେ ଯେତେବେଳେ ବିନୟଙ୍କୁ ପଡ଼ୋଶୀ ଉଠାଇଥିଲେ, ସେ ଠିଆ ହୋଇପାରୁନଥିବା ପରିବାର କହିଛି । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ବିନୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ମୋଟ ୪ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ବିନୟଙ୍କ ପତ୍ନୀ ରେଖା, ତାଙ୍କର ଦୁଇ ଭାଇ ଓ ଜଣେ ଭାଉଜ ସାମିଲ । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: