Crime In Odisha / ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା; ୪ ଜଣଙ୍କୁ ବାନ୍ଧିଲା ପୋଲିସ
·7 months ago·2 min read

Key Points
ଧର୍ମଶାଳାରେ ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା
୪ ଜଣଙ୍କୁ ଗିରଫ କଲା ଜେନାପୁର ପୋଲିସ
ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆରୁ ମିଳିଲା
୪ ଜଣଙ୍କୁ ଗିରଫ କଲା ଜେନାପୁର ପୋଲିସ
ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆରୁ ମିଳିଲା
ଧର୍ମଶାଳା (ଯାଜପୁର): ଧର୍ମଶାଳାରେ ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ଜେନାପୁର ଥାନା ପୋଲିସ । ସିସିଟିଭି ଫୁଟେଜ୍ ଓ ସୋସିଆଲ ମିଡିଆ ଭିଜୁଆଲ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ରବିବାର ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଢେଙ୍କାନାଳରୁ ପନ୍ତୁରି ରାସ୍ତାରେ ଫେରୁଥିବା ବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିକଟରେ ସୁନୀଲଙ୍କ ଗାଡ଼ି ଅଟକାଇ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ବାଲେଶ୍ଵରରୁ ଆସି ଭଦ୍ରକରେ ଡକାୟତି ଯୋଜନା; ବୁଦ୍ଧିଆକୁ ଗୁଳି କଲା ପୋଲିସ
ଅନ୍ୟପଟେ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଥିଲେ ହିମାଂଶୁଙ୍କ ସମର୍ଥକ ତାଙ୍କ ଫାର୍ମ ହାଉସରେ ପଶି ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆରୋପ ପ୍ରତ୍ୟାରୋପ ଭିତରେ କାର୍ଯ୍ୟାନୁଷ୍ଠାନ ଦାବିରେ ହିମାଂଶୁଙ୍କ ସମର୍ଥକ ଜେନାପୁର ଥାନା ଆଗରେ ଧାରଣା ଦେଇଥିଲେ ।
ସେପଟେ ପ୍ରଣବ ଓ ତାଙ୍କ ସମର୍ଥକ ଡିଜି କ୍ୟାମ୍ପ ଅଫିସ୍ ଆଗରେ ଆନ୍ଦୋଳନରେ ବସିଥିଲେ । SDPO ଲକ୍ଷ୍ମୀଧର ସ୍ୱାଇଁଙ୍କ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ କରିଛନ୍ତି ବିଜେପି ସମର୍ଥକ ।
ତେବେ ଧର୍ମଶାଳା ରାଜନୀତିରେ ଆକ୍ରମଣ ନେଇ ଆରୋପ ପ୍ରତ୍ୟାରୋପ ନୂଆ ନୁହଁ । ପୂର୍ବରୁ ବି ଅନେକଥର ଏଭଳି ଆକ୍ରମଣ ଅଭିଯୋଗ ହୋଇଛି । ଗତବର୍ଷ ନଭେମ୍ବର ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁଙ୍କ ଉପରେ ଯାଜପୁର ବୁଢ଼ା ବ୍ରିଜ୍ ଉପରେ ଆକ୍ରମଣ ହୋଇଥିଲା ।
ଯାଜପୁର ଟାଉନ୍ରେ ଏକ ସରକାରୀ ବୈଠକରେ ଯୋଗ ଦେଇ ଫେରିବା ବେଳେ ହିମାଂଶୁଙ୍କ ଉପରେ ହୋଇଥିଲା ଆକ୍ରମଣ । ଯାହା ପରେ ଯାଜପୁର ରାଜନୀତି ଉଷ୍ମ ହୋଇଥିଲା । ଆଉ ଏବେ ପୁଣି ଆକ୍ରମଣ ଅଭିଯୋଗ ନେଇ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଛି ।
ଏଥିସହ ପଢ଼ନ୍ତୁ: 'ପତିଆରା କମୁଥିବାରୁ ହିଂସ୍ର ହେଉଛି BJD, ଅନୁମତି ନଥାଇ ଡିଜି ଅଫିସ ଆଗରେ ଚାଲିଛି ପ୍ରହସନ'
ଯାଜପୁର ଜିଲ୍ଲା ଧର୍ମଶାଳାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ସୋମବାର ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ହିମାଂଶୁ । ସେ କହିଛନ୍ତି, ପୂର୍ବତନ ବିଧାୟକଙ୍କ ପତିଆରା କମୁଥିବାରୁ ହିଂସ୍ର ହେଉଛି ବିଜେଡି । ଲୋକଙ୍କୁ ଉସୁକାଇ ଗଣ୍ଡଗୋଳ କରାଉଛି ।
ପୂରା ଘଟଣାରେ ଧର୍ମଶାଳା ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଥିଲା ବିଜେଡି । ଏହାର ଜବାବରରେ ତାଙ୍କ ସଂପୃକ୍ତିର ପ୍ରମାଣ ମାଗି ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ । ସେହିପରି ଗଣ୍ଡଗୋଳ ଘଟିଥିବା ଧର୍ମଶାଳା କିମ୍ବା ଜେନାପୁର ଥାନାରେ FIR ନ କରି ଡିଜି ଅଫିସ ଆଗରେ ବିନା ଅନୁମତିରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ଧାରଣାରେ ବସିବାକୁ ପ୍ରହସନ ବୋଲି ସେ କହିଛନ୍ତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପତିଆରା କମୁଥିବାରୁ ସେ ରାଜନୈତିକ ଡ୍ରାମା ଚଳାଇଥିବା କହି ଅତି କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଧାୟକ ହିମାଂଶୁ ସାହୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories