Videos
|
Crime

Dead Elephant Buried / ଆମ୍ବ ଆକର୍ଷଣରେ ଆସି ହାତୀ ହେଲା ହତ୍ୟାର ଶିକାର, ୧୦ ଫୁଟ୍ ତଳେ ପୋତିଦେଲେ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଆମ୍ବ ଆକର୍ଷଣରେ ଆସି ହାତୀ ହେଲା ହତ୍ୟାର ଶିକାର, ୧୦ ଫୁଟ୍ ତଳେ ପୋତିଦେଲେ
Elephant Electrocuted for Eating Mangoes

Key Points

ବନ ବିଭାଗ ଆଗରେ ଅଭିଯୁକ୍ତର ସାଂଘାତିକ ସ୍ୱୀକାରୋକ୍ତି
'ଅତିଷ୍ଠ କଲା ହାତୀ, ତେଣୁ କରେଣ୍ଟ ଦେଇ ମାରିଦେଲୁ'
ପ୍ରମାଣ ନଷ୍ଟ ପାଇଁ ୧୦ ଫୁଟ୍ ମାଟି ତଳେ ପୋତିଦେଲେ
ହିନ୍ଦୋଳ (ଢେଙ୍କାନାଳ): "ଅତିଷ୍ଠ କଲା ହାତୀ, ତେଣୁ ମାରିଦେଲୁ" । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନଖଣ୍ଡର ଚରଣପୁରରେ ହାତୀ ମୃତ୍ୟୁ ଉପରୁ ପରଦା ହଟୁଛି । ଫାର୍ମ ହାଉସରେ ହାତୀ ମୃତ୍ୟୁ ଘଟଣା ସ୍ୱାଭାବିକ ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚିତ୍ର ସ୍ପଷ୍ଟ ହୋଇଛି ।

ବନ ବିଭାଗ ନିକଟରେ ଅଭିଯୁକ୍ତ କରିଛି ସାଂଘାତିକ ସ୍ୱୀକାରୋକ୍ତି । କହିଛି, "ହାତୀ ଅତିଷ୍ଠ କରୁଥିଲା, ତେଣୁ ମାରିଦେଲୁ । ମୃତ ହାତୀଟି ଏକ 'ମାଖନା' ପ୍ରଜାତିର ବୋଲି ବନ ବିଭାଗ ସୂଚନା ଦେଇଛି । ଦୀର୍ଘ ୫ ଘଣ୍ଟାର ତ୍ୱରିତ ଅପରେସନ ପରେ ପ୍ରାୟ ୧୦ ଫୁଟ ମାଟି ତଳୁ ଉଦ୍ଧାର ହୋଇଛି ହାତୀର ମୃତଦେହ ।
 
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ 

ଫାର୍ମ ହାଉସ୍‌ରୁ ହାତୀର ମୃତଦେହ କାଢ଼ିବା ବେଳେ ଆହୁରି ଗୁମର ଖୋଲିଛି । ସେଠାରେ ଫାର୍ମ ହାଉସ୍ ଆଢୁଆଳରେ ଚାଲିଥିଲା ଗଞ୍ଜେଇ ଚାଷ । ଏପରିକି ସରକାରୀ ଜମି ଜବରଦଖଲ କରି ବେଆଇନ କାରବାର ଚାଲିଥିଲା । ଏବେ ପ୍ରଶାସନ ସେ ସବୁର ଖୋଳତାଡ଼ କରିବ ।

ହାତୀ କେମିତି ମଲା ?

ହାତୀଟିର ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ମିଳିବ ବୋଲି ବନ ବିଭାଗ କହିଛି । ତେବେ କାହିଁକି ଓ କେମିତି ରଚାଯାଇଥିଲା ଏହି ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାତୀ ହତ୍ୟା ପଛରେ ମାଲିକ

ହିନ୍ଦୋଳ ଟାଉନ ହରିହାଟ ସାହିର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରମୋଦ ରାଜଙ୍କର ଚରଣପୁରଠାରେ ରହିଛି ବିସ୍ତୀର୍ଣ୍ଣ ଫାର୍ମ ହାଉସ । ବିଭିନ୍ନ ପ୍ରକାର ଫଳ ଓ ପନିପରିବାରେ ପରିପୂର୍ଣ୍ଣ ଏହି ଫାର୍ମ ହାଉସରେ ଥିବା ଆମ୍ବ ଗଛଗୁଡ଼ିକ ହାତୀକୁ ଆକର୍ଷିତ କରିଥିଲା ।

ହେଲେ ନିଜ ଫାର୍ମ ହାଉସରୁ ହାତୀ ଆମ୍ବ ଖାଇବାକୁ ସହ୍ୟ କରିପାରିନଥିଲେ ମାଲିକ ପ୍ରମୋଦ ରାଜ। ଶେଷରେ ରଚିଥିଲେ କ୍ରୁର ଷଡ଼ଯନ୍ତ୍ର। ଫାର୍ମ ହାଉସ ଚାରିପାଖରେ ଥିବା ସୋଲାର ବାଡ଼ରେ ବିଳମ୍ବିତ ରାତିରେ ସଂଯୋଗ କରିଦେଉଥିଲେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ।

ହତ୍ୟା ପରେ ଜେସିବି ଲଗାଇ ପୋତିଦେଲେ

ଗତ ଗୁରୁବାର ବିଳମ୍ବିତ ରାତିରେ ସମ୍ପୃକ୍ତ ମାଖନା ହାତୀଟି ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା। ହାତୀ ମରିଯିବା ପରେ ପ୍ରମାଣ ନଷ୍ଟ କରିବାକୁ ଶୁକ୍ରବାର ଦିନ ଏକ ଜେସିବି ସାହାଯ୍ୟରେ ହାତୀର ଶରୀରକୁ ସେହି ଫାର୍ମ ହାଉସ ପରିସରରେ ପୋତି ଦେଇଥିଲେ ।

ଏହି ପୂରା କାରବାରର ମୁଖ୍ୟ ସୂତ୍ରଧର ଥିଲେ ଫାର୍ମ ମାଲିକ ପ୍ରମୋଦ ରାଜ ଏବଂ ତାଙ୍କୁ ସହଯୋଗ କରିଥିଲେ ଫାର୍ମ ହାଉସର ଜଣେ ୱାଚର୍ । ତଦନ୍ତ ବେଳେ ଶିକାର ପାଇଁ ବ୍ୟବହୃତ ହୋଇଥିବା କିଛି ରକ୍ତଭିଜା ବିଦ୍ୟୁତ୍ ତାର ଜବତ କରିଛି ସ୍ପେଶାଲ ଟିମ୍ ।

ଏଥିସହ ପଢ଼ନ୍ତୁ: ମା'ର କୋଳରୁ ଛୁଆକୁ ଛଡ଼ାଇ ଆଣି ତଳେ କଚାଡ଼ି କଚାଡ଼ି ମାରିଲା ପିଶାଚ ରୂପି ମଣିଷ 

ତେବେ ଖୋଳତାଡ଼ ବେଳେ କେବଳ ହାତୀ ହତ୍ୟା ନୁହେଁ, ବରଂ ଫାର୍ମ ହାଉସ୍ ଆଢୁଆଳରେ ଚାଲିଥିବା ଅନ୍ୟ ଏକ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍ ହୋଇଛି । ଫାର୍ମ ହାଉସ୍ ଭିତରେ ଫଳଚାଷ ସହ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ତଦନ୍ତକାରୀ ଦଳ ଜାଣିବାକୁ ପାଇଛି ।

ଏହା ସହିତ ଉଭୟ ଜଙ୍ଗଲ ଜମି ଓ ରାଜସ୍ୱ ବିଭାଗର ସରକାରୀ ଜମିକୁ ମଧ୍ୟ ବେଆଇନ ଭାବେ ଜବରଦଖଲ କରାଯାଇ ଫାର୍ମ ହାଉସ କରାଯାଇଥିଲା । ସମସ୍ତ ଦିଗକୁ ଅନୁଧ୍ୟାନ କରି ସ୍ଥାନୀୟ ପ୍ରଶାସନ ଏବେ କଠୋର ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି ।