Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ

Crime

Police Officers Face Action / ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ
3 Police Personnel Suspended

Key Points

ବାରଙ୍ଗ ପରେ ଗଞ୍ଜାମର କବିସୂର୍ଯ୍ୟନଗର ଥାନା ହାଜତରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଆସିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରୁ ଜଣେ ଦିବ୍ୟାଙ୍ଗ ମୃତ୍ୟୁ ଅଭିଯୋଗ ପରେ ଏସ୍‌ପି ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ ।
କବିସୂର୍ଯ୍ୟନଗର (ଗଞ୍ଜାମ): ଥାନାରେ ନିର୍ଯାତନା, ମେଡିକାଲ୍‌ରେ ଆଖି ବୁଜିଲେ ଦିବ୍ୟାଙ୍ଗ । ବାରଙ୍ଗ ପରେ ଗଞ୍ଜାମର କବିସୂର୍ଯ୍ୟନଗର ଥାନା ହାଜତରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଆସିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରୁ ଜଣେ ଦିବ୍ୟାଙ୍ଗ ମୃତ୍ୟୁ ଅଭିଯୋଗ ପରେ ଏସ୍‌ପି ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ ।

କବିସୂର୍ଯ୍ୟନଗର ଥାନାରେ ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । IPS ନୀତିଶି କୁମାର ମିଶ୍ରଙ୍କ ବଦଳି ଜିଲ୍ଲା ମୁଖ୍ଯାଳୟକୁ କରାଯାଇଛି । ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଗଞ୍ଜାମ ଏସ୍‌ପି ହରୀଶ ବିଶି ।

ଏଥିସହ ପଢ଼ନ୍ତୁ: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ଏସପିଙ୍କ ତନାଘନା 

କବିସୂର୍ଯ୍ୟନଗର ଥାନା ଏସ୍ଆଇ ସମୀର ରାଉତ, ଏଏସ୍ଆଇ ବୈକୁଣ୍ଠ ନାଥ ଜେନା, କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି । ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି ।

ଗରମ ପାଣି ଢାଳିଲେ, ଲଙ୍କା ଗୁଣ୍ଡ ବୋଳିଲେ !

ପୋଲିସ ନିର୍ଯାଚନାରେ ସୁବୁଳିଆ ଗାଁର ଦିବ୍ୟାଙ୍ଗ ସୁଶାନ୍ତ କୁମାର ସାହୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ଥାନା ଭିତରେ ମାଡ଼ ମାରିବା ସହ ଦେହରେ ଗରମ ପାଣି ଢାଳିଥିଲା । ପରେ ଲଙ୍କା ଗୁଣ୍ଡ ବୋଳି ଦେଇଥିଲେ ।

କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବୁଳିଆର ସୁଶାନ୍ତ କୁମାର ସାହୁ ଜଣେ ଦିନ ମଜୁରିଆ । ସେ ଗାଁ ନିକଟରେ ଥିବା ଏକ ପଥର ଖଣିରେ କାମ କରୁଥିଲେ । ଖଣିରେ କିଛି ଝଗଡ଼ା ପରେ ମେ ୨୫ ତାରିଖରେ ସୁଶାନ୍ତଙ୍କୁ ଉଠାଇ ନେଇଥିଲା ପୋଲିସ ।

ଥାନାରେ ସପ୍ତାହେ ଅଟକ

୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସପ୍ତାହେ ଧରି ସୁଶାନ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା । ତଦନ୍ତ ଆଳରେ ହାଜତରେ ନିସ୍ତୁକ ମାଡ଼ ମଧ୍ୟ ମରା ଯାଇଥିବା ଅଭିଯୋଗ ହୋଇଛି । ରବିବାର ପୋଲିସ ସୁଶାନ୍ତଙ୍କ ବାପା ଓ ସାନ ଭାଇଙ୍କୁ ଥାନାକୁ ଡାକିଥିଲା ।

ଏଥିସହ ପଢ଼ନ୍ତୁ: ଜନ୍ମଦିନ ରାତିରେ ବୋହୂକୁ ହତ୍ୟା ! ୨୨ ମାସ ତଳେ କରିଥିଲେ ପ୍ରେମ ବିବାହ 

ସେଠାରେ ସାଦା କାଗଜରେ ଦସ୍ତଖତ କରାଇବା ପରେ ସନ୍ଧ୍ୟାରେ ସୁଶାନ୍ତଙ୍କୁ ଛାଡ଼ି ଦେଇଥିଲା । ସେତେବେଳକୁ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ରହିଥିଲା । ପରିବାର ଲୋକେ ସୁଶାନ୍ତଙ୍କୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ବଡ଼ ମେଡିକାଲ୍ ନେଇଥିଲେ । ସେଠାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ।

ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ସୁଶାନ୍ତ କୁମାର ସାହୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଗଞ୍ଜାମ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganjam Custodial Death: 3 Police Personnel Suspended After Divyang Man Dies | Argus News | Argus News