Videos
|
Crime

Gangster Atiq Son Funeral / ଗ୍ୟାଙ୍ଗଷ୍ଟର ଅତିକ୍‌ର ଫେରାର ପତ୍ନୀ ଶାଇସ୍ତା ପୁଅର ଅନ୍ତିମ ସଂସ୍କାରରେ ପହଞ୍ଚିଲେ ? କଣ କହିଲା ପୋଲିସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗ୍ୟାଙ୍ଗଷ୍ଟର ଅତିକ୍‌ର ଫେରାର ପତ୍ନୀ ଶାଇସ୍ତା ପୁଅର ଅନ୍ତିମ ସଂସ୍କାରରେ ପହଞ୍ଚିଲେ ? କଣ କହିଲା ପୋଲିସ
Gangster Atiq Ahmed Son Funeral

Key Points

ଗ୍ୟାଙ୍ଗଷ୍ଟର ଅତିକ୍‌ ପୁଅର ଅନ୍ତିମ ସଂସ୍କାର
ପହଞ୍ଚିଲେ କି ଫେରାର ମାଆ ଶାଇସ୍ତା ?
କଣ କହିଲା ଉତ୍ତର ପ୍ରଦେଶ ପୋଲିସ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମାଫିଆ ଡନ୍ ଅତିକ୍ ଅହମ୍ମଦର ପତ୍ନୀ ତଥା ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସ ଖୋଜୁଥିବା ମହିଳା ଶାଇସ୍ତା ପରୱିନ ଅନେକ ଦିନ ଧରି ଫେରାର ଅଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୁଅର ଆଜି ଅନ୍ତିମ ସଂସ୍କାରରେ ଫେରାର ମାଆ ଆସିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କୁହାଯାଉଥିଲା ଗେହ୍ଲା ପୁଅର ଅନ୍ତିମ ସଂସ୍କାରରେ ନିଶ୍ଚିତ ମାଆ ଛଦ୍ମବେଶୀ ହୋଇ ମଧ୍ୟ ପହଞ୍ଚିବ । ତେବେ ଏହା ଉପରେ ୟୁପି ପୋଲିସ ଓ ପ୍ରଶାସନ ସୂଚନା ଦେଇଛି ।

ଶୁକ୍ରବାର ସକାଳେ ଯେତେବେଳେ ଅତିକ୍‌ର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୁଅ ଅବାନ୍‌ର ଶବ ହଟବା ଗାଁରେ ପହଞ୍ଚିଥିଲା, ଅନ୍ତିମ ଦର୍ଶନ ଲାଗି ଅନେକଙ୍କ ଭିଡ଼ ଜମିଥିଲା । ଅନେକ ସଂଖ୍ୟାରେ ବୁର୍ଖା ପିନ୍ଧିଥିବା ମହିଳାମାନେ ଏକଜୁଟ୍ ହୋଇଥିଲେ । ଏହି ଭିଡ଼ ମଧ୍ୟରେ ଫେରାର ମାଆ ଶାଇସ୍ତା ଥାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଅନେକ କହିଥିଲେ ଯେ ସେ ଚୁପଚାପ୍ ବୁର୍ଖା ପିନ୍ଧି ଆସିଥିଲେ । ଗେହ୍ଲା ପୁଅର ଶବକୁ ଦୂରରୁ ଦେଖି ଚାଲିଯାଇଥିଲେ । ମାତ୍ର ଏହାକୁ ପୋଲିସ ଗୁଜବ ବୋଲି କହିଛି ।

  • ଆଲର୍ଟରେ ଥିଲା ପୋଲିସ
ଶାଇସ୍ତା ଆସିବାର ଆଶଙ୍କା ଥିବାରୁ ପୋଲିସ ଓ ଗୁପ୍ତଚର ଏଜେନ୍ସି ପ୍ରଥମରୁ ହିଁ ସତର୍କ ଥିଲେ । ଏସିପି ଧୁମନଗଞ୍ଜ ଅଜୟେନ୍ଦ୍ର ଯାଦବଙ୍କ ନେତୃତ୍ଵରେ ଅନେକ ସ୍ଥାନରେ ପୋଲିସ ଉପସ୍ଥିତ ଥିଲେ । ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ କାମରେ ଲଗାଯାଇଥିଲା । ଅଧିକାରୀମାନେ ସବୁ ଛୋଟମୋଟ ଗତିବିଧି ଉପରେ ନଜର ରଖୁଥିଲେ । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଶାଇସ୍ତା ପୁଅର ଅନ୍ତିମ ଦର୍ଶନ କରିବା ପାଇଁ ଆସିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ।

  • ଶାଇସ୍ତାଙ୍କ ଗେହ୍ଲା ଥିଲା ସାନପୁଅ ଅବାନ୍
ଗ୍ୟାଙ୍ଗଷ୍ଟର ଅତିକ୍‌ ପରିବାର ସହ ଜଡ଼ିତ ଲୋକଙ୍କ କହିବାନୁସାରେ, ଅବାନ୍ ଶାଇସ୍ତାଙ୍କ ସବୁଠୁ ଗେହ୍ଲା ପୁଅ ଥିଲା । ସାନ ହୋଇଥିବାରୁ ପରିବାରରେ ତାକୁ ସମସ୍ତେ ଭଲପାଉଥିଲେ । ୨୦୨୩ରେ ପିତା ଅତିକ୍ ଅହମ୍ମଦ ଓ ବଡ଼ବାପା ଅଶରଫଙ୍କ ହତ୍ୟା ସମୟରେ ଅବାନ୍ ନାବାଳକ ଥିଲା । ଗିରଫରୁ ବଞ୍ଚିବା ଲାଗି ସେହି ସମୟରେ ହିଁ ଶାଇସ୍ତା ଫେରାର ହୋଇଯାଇଥିଲେ । ସେବେଠାରୁ ପୋଲିସଙ୍କୁ ଶାଇସ୍ତାଙ୍କୁ ନେଇ କୌଣସି ସୁରାକ ମିଳିନାହିଁ । ପ୍ରାୟ ୩ ବର୍ଷ ପରେ ଗେହ୍ଲା ପୁଅର ଏପରି ଦୁଃଖଦ ମୃତ୍ୟୁ ଖବର ନିହାତି ଶାଇସ୍ତା ଜାଣିଥିବେ ଓ ଅନ୍ତିମ ଦର୍ଶନ ଲାଗି ଆସିବେ ବୋଲି ଚର୍ଚ୍ଚା ଧରିଥିଲା ।

ପଢନ୍ତୁ ଏହି ଖବର: ଜେଲରେ ଖାଦ୍ୟ ଖାଉନି ଗ୍ୟାଙ୍ଗଷ୍ଟର ଅତିକ୍‌ର ପୁଅ; କାନ୍ଦି କାନ୍ଦି ଅବସ୍ଥା ଖରାପ

  • ପୂର୍ବରୁ ଆଉ ଏକ ପୁଅର ହୋଇଥିଲା ମୃତ୍ୟୁ
ଏହା ପୂର୍ବରୁ ଅତିକ୍‌ର ଆଉ ଏକ ପୁଅ ଅସଦ୍‌ର ୨୦୨୩ରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା । ଏବେ ଅବାନ୍‌ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅତିକ୍‌ର ଦୁଇ ଜଣ ପୁଅ ଉମର ଓ ଅଲ୍ଲୀ ଦୁଇଟି ଭିନ୍ନ ଭିନ୍ନ ଅପରାଧିକ ମାମଲାରେ ଜେଲରେ ବନ୍ଦୀ ଅଛନ୍ତି । ଏବେ ପତ୍ନୀ ଶାଇସ୍ତା ଫେରାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: