Dombivli Crime Accused Surrender Maharashtra / ସ୍ୱପ୍ନରେ ଆସି ଡରାଇଲା ମୃତକ ବନ୍ଧୁ! ଭୟରେ ଥରହର ଅଭିଯୁକ୍ତ ଥାନାରେ କରିଦେଲା ଆତ୍ମସମର୍ପଣ
·1 hour ago·2 min read

Key Points
୨୦ ଦିନ ଧରି, ଜଣେ ବ୍ୟକ୍ତି ପ୍ରତି ରାତିରେ ଭୟରେ ବଞ୍ଚୁଥିଲା। ସେ ବାରମ୍ବାର ତାଙ୍କ ବନ୍ଧୁର ମୁହଁ ଦେଖୁଥିଲା, ଯାହାର ମୃତ୍ୟୁ କେବଳ ସେ ଜାଣିଥିଲା। ନିଦ ହଜିଗଲା, ଚିନ୍ତା ବଢ଼ିଗଲା, ଏବଂ ଶେଷରେ, ତାଙ୍କର ଭୟ ଏତେ ତୀବ୍ର ହୋଇଗଲା ଯେ ସେ ପୋଲିସ ପାଖକୁ ଗଲେ। ସମ୍ପୂର୍ଣ୍ଣ କାହାଣୀ ଜାଣନ୍ତୁ...
ସଦ୍ୟ ମହାରାଷ୍ଟ୍ରର ଡୋମ୍ବିଭାଲି ଅଞ୍ଚଳରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଜଣେ ଯୁବକ ନିଜ ବନ୍ଧୁକୁ ହତ୍ୟା କରିବାର ପ୍ରାୟ ୨୦ ଦିନ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ଦାବି କରିଛି ଯେ ହତ୍ୟାକାଣ୍ଡ ଘଟଣା ଘଟିବା ପରେ ସେ ତାଙ୍କ ମୃତ ବନ୍ଧୁଙ୍କୁ ନେଇ ସବୁବେଳେ ଦୁଃସ୍ୱପ୍ନ ଦେଖୁଥିଲା। ତାଙ୍କର ମୃତକ ବନ୍ଧୁ ସବୁବେଳେ ତାଙ୍କ ସ୍ୱପ୍ନରେ ଆସୁଥିଲେ। ଯାହା ତାଙ୍କୁ ମାନସିକ ଭାବରେ ବିଚଳିତ କରି ଦେଇଥିଲା। ହତ୍ୟାକାଣ୍ଡ ଭିଆଇବା ପରେ ଶେଷରେ ସେ ନିଜର ଅପରାଧ ସ୍ୱୀକାର କରିଛନ୍ତି।
ପଶ୍ଚିମ ଡୋମ୍ବିଭାଲି ସ୍ଥିତ ମୋଠାଗାଓଁ ଅଞ୍ଚଳରେ ବିଶାଲ କଦମ ହତ୍ୟା ମାମଲାରେ ନୂତନ ଖୁଲାସା ହୋଇଛି। ମୃତକ ବିଶାଲ କଦମ (୪୨) ଏବଂ ଅଭିଯୁକ୍ତ ପ୍ରଭୁ କରକଡ଼େ ଘନିଷ୍ଠ ବନ୍ଧୁ ରହିଥିଲେ। ପୋଲିସ କହିବା ଅନୁଯାୟୀ ଯେତେବେଳେ ଉଭୟେ ଏକାଠି ହୋଇ ମଦ୍ୟପାନ କରୁଥିଲେ ସେତେବେଳେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହେଲେ ଏହି ବିବାଦ ବଢ଼ିବା ସହିତ ପ୍ରଭୁ ବିଶାଲଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ। ଯାହା ଫଳରେ ବିଶାଲଙ୍କ ମୃତ୍ୟୁ ହୋଇଥିଲା।
ଏହା ସହ ପଢନ୍ତୁ: 'ମୁଁ ଡ୍ରିଙ୍କ କରିନଥିଲି, ହେଲେ ମୁଁ ମଦ୍ୟପାନ କରିଥିଲି'; ଭିଡ଼ିଓ ଭାଇରାଲ ପରେ ମହିଳା କନେଷ୍ଟବଳ ନିଲମ୍ବିତ
ହତ୍ୟା ପରେ ପ୍ରଭୁ କରକଡ଼େ ଭୟଭୀତ ହୋଇ ତାଙ୍କ ଘର ମାଲିକ ସନ୍ଦେଶ ମହାତ୍ରେଙ୍କ ସାହାଯ୍ୟ ଲୋଡ଼ିଥିଲେ। ସେମାନେ ମିଶି ବିଶାଲ କଦମଙ୍କ ମୃତଦେହକୁ ଏକ ବସ୍ତାରେ ରଖି କୋପର ରୋଡ ସ୍ଥିତ କ୍ରିକ୍ ନିକଟରେ ଏକ ନିର୍ଜନ ଅଞ୍ଚଳରେ ପକାଇ ଦେଇଥିଲେ। ଯାହା ଦ୍ୱାରା ମୃତକ ବିଶାଲଙ୍କ କୌଣସି ସୁରାକ ମିଳିବ ନାହିଁ। ଅପରାଧକୁ ଲୁଚାଇବା ପାଇଁ ସେମାନଙ୍କର ପ୍ରୟାସ ସତ୍ତ୍ୱେ, ଅଭିଯୁକ୍ତ ନିଜକୁ ଦୋଷୀ ଭାବିବାରେ ଲାଗିଥିଲେ। ରିପୋର୍ଟ ହୋଇଛି ଯେ ସେ ବିଗତ ୨୦ ଦିନ ଧରି ଶୋଇପାରି ନଥିଲେ। ତାଙ୍କର ମୃତକ ବନ୍ଧୁ ବାରମ୍ବାର ତାଙ୍କ ସ୍ୱପ୍ନରେ ଆସୁଥିଲେ। ଏହି ମାନସିକ ଚାପ ଏବଂ ଭୟ ଯୋଗୁଁ ପ୍ରଭୁ କରକଡ଼େ ସିଧାସଳଖ ଥାନେ କ୍ରାଇମ୍ ବ୍ରାଞ୍ଚ କେନ୍ଦ୍ରୀୟ ୟୁନିଟ୍ ଯାଇ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ।
ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ପରେ ପୋଲିସ ପ୍ରଭୁ କରକଡ଼େ ଏବଂ ସନ୍ଦେଶ ମହାତ୍ରେଙ୍କୁ ଗିରଫ କରିଥିଲା। ଯେଉଁମାନେ ମୃତଦେହକୁ ନଷ୍ଟ କରିବାରେ ସାହାଯ୍ୟ କରିଥିଲେ। ଉଭୟଙ୍କୁ କଲ୍ୟାଣ କୋର୍ଟ ଠାରେ ହାଜର କରାଯାଇଥିଲା। ଯେଉଁଠାରେ କୋର୍ଟ ସେମାନଙ୍କୁ ୪ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ ବିଷ୍ଣୁନଗର ପୋଲିସ ହତ୍ୟା ପଛର ଉଦ୍ଦେଶ୍ୟ ଏବଂ ଘର ମାଲିକଙ୍କ ଭୂମିକା ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories