Pune Women Police Drink and Drive Case / 'ମୁଁ ଡ୍ରିଙ୍କ କରିନଥିଲି, ହେଲେ ମୁଁ ମଦ୍ୟପାନ କରିଥିଲି'; ଭିଡ଼ିଓ ଭାଇରାଲ ପରେ ମହିଳା କନେଷ୍ଟବଳ ନିଲମ୍ବିତ
·1 hour ago·2 min read

Key Points
ନିଲମ୍ବନ ଆଦେଶରେ କୁହାଯାଇଛି ଯେ ସେ ମଦ୍ୟପାନ କରି ଗାଡ଼ି ଚଲାଇବା ଦ୍ୱାରା ଅନ୍ୟ ଚାଳକଙ୍କ ସୁରକ୍ଷାକୁ ବିପଦରେ ପକାଇଥିଲେ। ଡାକ୍ତରୀ ପରୀକ୍ଷା ରିପୋର୍ଟ ମଧ୍ୟ ଏହା ନିଶ୍ଚିତ କରିଛି ସେ ମଦ୍ୟପାନ କରିଥିଲେ।
ସଦ୍ୟ ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ମଦ୍ୟପାନ କରି ଗାଡ଼ି ଚଲାଇବା ଅଭିଯୋଗ ହେବା ପରେ ନିଲମ୍ବିତ କରାଯାଇଛି। ମହିଳା ପୋଲିସ ଅଧିକାରୀ ଜଣଙ୍କ ମଦ୍ୟପାନ କରି ବିନା ଲାଇସେନ୍ସ ପ୍ଲେଟ୍ ରେ ଗାଡ଼ି ଚଳାଉଥିଲେ। ଏହି ଭିଡ଼ିଓ ସୂଚନା ଅଧିକାର କର୍ମୀ ବିଜୟ କୁମ୍ଭାର ସେୟାର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ମାଞ୍ଜରୀ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ମଦ୍ୟପାନ କରି ଗାଡ଼ି ଚଲାଇବା ପାଇଁ ମହିଳା କନେଷ୍ଟବଳ ନିଲମ୍ବିତ
ଅଭିଯୁକ୍ତ ମହିଳା ପୋଲିସ କର୍ମଚାରୀଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ଅଶ୍ୱିନୀ କେକାଣ। ତାଙ୍କର ମଦ୍ୟପାନ କରିଥିବାର ଭିଡିଓ ସାମ୍ନାକୁ ଆସିବା ପରେ ମହିଳା କନେଷ୍ଟବଳ ଅଶ୍ୱିନୀ କେକାଣଙ୍କୁ ନିଲମ୍ବିତ କରାଯାଇଛି। ଭାଇରାଲ ଭିଡି଼ଓରେ ତାଙ୍କୁ ଏକଥା କହୁଥିବାର ଶୁଣିବାକୁ ମିଳିଛି ଯେ, ମଦ୍ୟପାନ କରି ମହିଳା କନେଷ୍ଟବଳ କହୁଥିବାର ଦେଖାଯାଇଛି, "ମୁଁ ଡ୍ରିଙ୍କ (Drinks) କରିନଥିଲି, ହେଲେ ମୁଁ ମଦ୍ୟପାନ (Wine) କରିଥିଲି।"
ଏହା ସହ ପଢନ୍ତୁ: ଚୋରି ସ୍କୁଟି ଚଳାଉଥିଲେ ଖାକିଧାରୀ ମହିଳା; ଇ-ଚାଲାଣ ମେସେଜ୍ ମିଳିବା ପରେ ହେଲା ପର୍ଦ୍ଦାଫାଶ
ପୋଲିସ ୟୁନିଫର୍ମ ପିନ୍ଧି ମଦ୍ୟପାନ କରିଥିବାର ହୋଇଛି ଅଭିଯୋଗ
ମହିଳା ପୋଲିସ କନେଷ୍ଟବଳ ଅଶ୍ୱିନୀ କେକାଣଙ୍କ ନିଲମ୍ବନ ଆଦେଶ ୨୦୨୬ ଅକ୍ଟୋବର ୨୮ ତାରିଖରେ ଜୋନ୍-୬ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଙ୍କ ଦ୍ୱାରା ଜାରି କରାଯାଇଥିଲା। ତାଙ୍କ ବିରୋଧରେ ସ୍ଥାନୀୟ ମାଞ୍ଜରୀ ଥାନା କ୍ଷେତ୍ରାଧିକାର (Manjari Police Station Pune) ମଧ୍ୟରେ ମଦ୍ୟପାନ କରି ଗାଡି଼ ଚଳାଇଥିବାର ଅଭିଯୋଗ ହୋଇଥିଲା। ନିଲମ୍ବନ ଆଦେଶରେ ଅକ୍ଟୋବର ୨୬-୨୭ ତାରିଖ ମଧ୍ୟରେ ଘଟିଥିବା ଏକ ଘଟଣାର ବିବରଣୀ ଦିଆଯାଇଛି। ମହିଳା କନଷ୍ଟେବଳ ଜଣଙ୍କ ପୋଲିସ ପୋଷାକରେ ମଦ୍ୟପାନ କରି ଡ୍ୟୁଟି ସମୟରେ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଦ୍ୟପାନକୁ ନିଶ୍ଚିତ କରିଛି ମେଡ଼ିକାଲ ରିପୋର୍ଟ
ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ଯେ ମହିଳା କନଷ୍ଟେବଳ ଅଶ୍ୱିନୀ କେକାଣ ମଦ୍ୟପାନ କରି ଗାଡି଼ ଚଲାଇବା ସମୟରେ ତାଙ୍କ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ରାସ୍ତାରେ ଅନ୍ୟ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ବିପଦରେ ପକାଇ ବେପରୁଆ ଭାବରେ ଗାଡି଼ ଚଳାଉଥିଲେ। ସାସୁନ୍ ହସ୍ପିଟାଲ ମେଡ଼ିକାଲ ରିପୋର୍ଟ ଅନୁସାରେ ସେ ମଦ୍ୟପାନ କରିଥିବା ନେଇ ନିଶ୍ଚିତ ହୋଇଛି। ଏହି ମାମଲାରେ ମାଞ୍ଜରୀ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ବିଭାଗର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ କୌଣସି ପ୍ରକାରର ବ୍ୟକ୍ତିଗତ ଚାକିରି କିମ୍ବା ବ୍ୟବସାୟ କରିବାରୁ ମଧ୍ୟ ବାରଣ କରାଯିବ। ଅନୁମତି ବିନା ମହିଳା କନଷ୍ଟେବଳ ପୋଲିସ ମୁଖ୍ୟାଳୟ ଛାଡି଼ ପାରିବେ ନାହିଁ। ତାଙ୍କୁ ପ୍ରତିଦିନ ପୋଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ପଡିବ।