|
logo
Live

Argus News - ନିଶା ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା, ପାନ ଦୋକାନରେ ବିକ୍ରି ହେଉଛି ନିଶା ସମାଗ୍ରୀ

Crime

Drug Mafia / ନିଶା ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା, ପାନ ଦୋକାନରେ ବିକ୍ରି ହେଉଛି ନିଶା ସମାଗ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ନିଶା ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା, ପାନ ଦୋକାନରେ ବିକ୍ରି ହେଉଛି ନିଶା ସମାଗ୍ରୀ
Drug mafia

Key Points

ରାଜଧାନୀରେ ନିଶା ବେପାର ବିରୋଧରେ କଡ଼ା ଆକ୍ସନ
କୋଡ ୱାର୍ଡରେ ଚାଲିଛି କାରବାର
ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା
ରାଜଧାନୀରେ ନିଶା ଓ ନିଶାଡିଙ୍କ ବିରୋଧରେ କଡ଼ା ଆକ୍ସନ । ବିଭିନ୍ନ ଶିକ୍ଷାନୁଷ୍ଠାନ ଅଞ୍ଚଳ ହେବ ନିଶା ମୁକ୍ତ । ସେଥିପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ I ନିଶା ଦ୍ରବ୍ୟ ଚୋରା ବିକ୍ରି ଉପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ କରିଛି ଚଢାଉ । ଚନ୍ଦ୍ରଶେଖରପୁର, ପଟିଆ, ଶିଖରଚଣ୍ଡି ଓ ଇନଫୋସିଟି ଅଞ୍ଚଳ ଥିବା ବିଭିନ୍ନ ଦୋକାନ ଉପରେ ଅଚାନକ ଚଢ଼ାଉ କରିଛି ପୋଲିସ୍‌ ।

ରାଜଧାନୀରେ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ I ଦିନ ତମାମ ବିଭିନ୍ନ ଦୋକାନରେ ଚାଲିଛି ଘନଘନ ରେଡ୍ I ଚନ୍ଦ୍ରଶେଖରପୁର, ପଟିଆ, ଶିଖରଚଣ୍ଡି ଓ ଇନଫୋସିଟି ଅଞ୍ଚଳରେ ହୋଇଛି ଚଢ଼ାଉ । ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି ବିଭାଗ I

ଛୋଟିଆ ଦୋକାନ କରି ବିକୁଛନ୍ତି ନିଶା ଦ୍ରବ୍ୟ । ଆଉ ପୋଲିସ୍‌ ଧରିବା ପରେ କହୁଛନ୍ତି ଭୁଲ ହୋଇଯାଇଛି ଆଉ କେବେ କରିବିନି । ଏଭଳି ବ୍ୟକ୍ତିଙ୍କ ପାଇଁ ପାଖରେ ଥିବା ଅନେକ ଶିକ୍ଷାନୁଷ୍ଠାନ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଉଛି I ବ୍ୟକ୍ତିଙ୍କ ପାଖକୁ ଗ୍ରାହକ ଆସିବା ମାତ୍ରେ ସେ ପରସି ଦେଉଛନ୍ତି ଚୁର୍ମା, ଭାଙ୍ଗ, ଗୋଗୋ ପେପର ଓ ଗଞ୍ଜେଇ । ଇନ୍ଫୋସିଟି ଥାନା ଅଧୀନରେ ଥିବା କିଛି ଦୋକାନରେ ମଧ୍ୟ ଠିକ୍ ଏପରି ଦେଖିବାକୁ ମିଳୁଛି ।

ନାମିଦାମୀ କଲେଜରେ ପାଠ ପଢିବା ପାଇଁ ଭୁବନେଶ୍ଵର ଆସୁଥିବା ପିଲାମାନେ ନିଶାସକ୍ତ ହେଉଛନ୍ତି । ଯାହାକୁ ନେଇ ତତ୍ପରତା ଦେଖାଇଛି କମିଶନରେଟ ପୋଲିସ I ବ୍ରାଉନସୁଗାର, କୋକେନ, ଗଞ୍ଜେଇ, ଚରସ, ଅଫିମ, ସିଂଥେଟିକ ଡ୍ରଗ୍ସ ଖାଇ ନିଶାରେ ଝୁମୁଛନ୍ତି ପିଲା । ଆଉ ମାଲେମାଲ୍‌ ହେଉଛନ୍ତି ଦୋକାନୀ । ବାରମ୍ବାର ଏଭଳି ଖବର ପ୍ରକାଶ ପାଇବା ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ସ୍ପେଶାଲ କ୍ରାଇମ୍‌ ୟୁନିଟ । ସହରର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ନିଶା ଦ୍ରବ୍ୟ ଜବତ କରିଛି ପୋଲିସ୍ ।

ଏଥିସହ ପଢ଼ନ୍ତୁ: ନିଶା ବେପାରୀଙ୍କୁ ଛାଡ଼ ନାହିଁ,ନିଶା ମୁକ୍ତ ହେବ ଓଡିଶା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drug Mafia: ନିଶା ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା, ପାନ ଦୋକାନରେ ବିକ୍ରି ହେଉଛି ନିଶା ସମାଗ୍ରୀ | Argus News