Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ସବୁ ସାରିଦେଲା ମଦ୍ୟପ ଡ୍ରାଇଭର; ଦୋକାନରୁ ନେଇ ଗାଡ଼ି ସମସ୍ତଙ୍କ ଉପରେ ମଡ଼ାଇଦେଲା...

Sushanta Sahoo
Browse all articles by Sushanta Sahoo
·5 months ago·2 min read
ସବୁ ସାରିଦେଲା ମଦ୍ୟପ ଡ୍ରାଇଭର; ଦୋକାନରୁ ନେଇ ଗାଡ଼ି ସମସ୍ତଙ୍କ ଉପରେ ମଡ଼ାଇଦେଲା...
Drunk Dumper Driver Goes on Rampage in Bhogarai Market

Key Points

ବଜାର ଭିତରେ ଯାହା ପାଇଲା ଚୁରମାର୍ କରି ଭାଙ୍ଗିଦେଲା । କ୍ୟାବିନରୁ ନେଇ ପକ୍କା ଦୋକାନ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ି କିଛି ବି ବାଦ୍ ପଡ଼ିଲାନି । ବିଳମ୍ବିତ ରାତିରେ ୫୭ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ବଜାରରେ ଏମିତି ୪୫ ମିନିଟ୍‌ରୁ ଅଧିକ ସମୟ ଧରି ଆତଙ୍କ ଖେଳାଇ ଚାଲିଥିଲା ଡମ୍ପର ।
ଭୋଗରାଇ (ବାଲେଶ୍ଵର): ହଠାତ୍ ମାଡ଼ି ଆସିଲା । ବଜାର ଭିତରେ ଯାହା ପାଇଲା ଚୁରମାର୍ କରି ଭାଙ୍ଗିଦେଲା । କ୍ୟାବିନରୁ ନେଇ ପକ୍କା ଦୋକାନ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ି କିଛି ବି ବାଦ୍ ପଡ଼ିଲାନି । ବିଳମ୍ବିତ ରାତିରେ ୫୭ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ବଜାରରେ ଏମିତି ୪୫ ମିନିଟ୍‌ରୁ ଅଧିକ ସମୟ ଧରି ଆତଙ୍କ ଖେଳାଇ ଚାଲିଥିଲା ଡମ୍ପର ।

ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଚୌକି ବଜାରରେ ନିଶାସକ୍ତ ଅବସ୍ଥାରେ ଜଣେ ଡ୍ରାଇଭର୍ ଡମ୍ପର ଚଢ଼ାଇ ବଜାରକୁ ଖିନଭିନ୍ କରି ଦେଇଛନ୍ତି । ରାତି ପ୍ରାୟ ୧୧ଟା ସମୟରେ ମଦ୍ୟପ ଡ୍ରାଇଭର ଜଣଙ୍କ ଡମ୍ପର ନେଇ ଚୌକି ବଜାରକୁ ମାଡ଼ି ଆସିଥିଲେ ।

ଏଥିସହ ପଢ଼ନ୍ତୁ: ଶ୍ଵେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେହି କିଛି ବୁଝିବା ଆଗରୁ ଡମ୍ପରଟି ଦ୍ରୁତ ଗତିରେ ଗୋଟିଏ ପରେ ଗୋଟିଏ ଦୋକାନ ଉପରେ ମାଡ଼ି ଯାଇଥିଲା । ଲୋକେ ଯେତେ ଅଟକାଇଥିଲେ ବି ଶୁଣିନଥିଲା ମଦ ନିଶାରେ ଚୂର୍ ଥିବା ଡ୍ରାଇଭର । ବଜାରରେ ଥିବା ୧୫ରୁ ଅଧିକ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଭାଙ୍ଗିବା ସହ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ୨ଟି ବ୍ଯାଟେରୀ ଚାଳିତ ଅଟୋ, ବାଇକ, ୨୦ରୁ ଅଧିକ ସାଇକେଲ୍‌ ଉପରେ ଚଢ଼ାଇ ଦେଇଛି ।

ଯାହାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଡମ୍ପର ଏଭଳି କାଣ୍ଡ ଘଟାଇଛି । ଭୋଗରାଇ ପୋଲିସ ଓ ଜଳେଶ୍ଵର ଏସଡିପିଓ ଖବର ପାଇ ପହଞ୍ଚିଥିଲେ ବି ଡମ୍ପର ସହ ଡ୍ରାଇଭରକୁ ଧରିବାକୁ ନାକେଦମ୍ ହୋଇଥିଲେ । ଯାହାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା ।

ଏଥିସହ ପଢ଼ନ୍ତୁ: ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି'

ବଜାରରେ ଡମ୍ପର ପ୍ରାୟ କୋଟିଏରୁ ଅଧିକ ଟଙ୍କାର କ୍ଷତି କରିଥିବା ବ୍ୟବସାୟୀମାନେ କହିଛନ୍ତି । ଏବେ ହୋଇଥିବା କ୍ଷୟକ୍ଷତିର ଭରଣା କରି କରିବ ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ । ବଜାରରେ ଦୋକାନ ଭାଙ୍ଗିବା ସହ ବିଶ୍ଵହିନ୍ଦୁ ପରିଷଦର ସଭା ପାଇଁ ହୋଇଥିବା ବିଶାଳ ସଭା ମଣ୍ଡପକୁ ଡମ୍ପରଟି ଭାଙ୍ଗି ଦେଇଛି ।

ତେବେ ଡମ୍ପର ଡ୍ରାଇଭର ଜଣଙ୍କ କାହା ପ୍ରରୋଚନାରେ ଏତେ ବଡ଼ କ୍ଷୟକ୍ଷତି ଘଟାଇଛନ୍ତି କି ? ନା ନିଶାସକ୍ତ ଅବସ୍ଥାରେ ଅଜାଣତରେ ଏଭଳି ଭଙ୍ଗାରୁଜା କରିଛନ୍ତି ? ତାହା ସ୍ପଷ୍ଟ ହୋଇନଥିବା ବେଳେ ଭୋଗରାଇ ପୋଲିସ ଡମ୍ପର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drunk Dumper Driver Wreaks Havoc in Bhogarai Market, Balasore | Argus News | Argus News