Videos
|
Crime

Drunk Man Stops Train Sitapur Balamau / ମଦ ନିଶାରେ ମଦ୍ୟପଙ୍କ ଅଦ୍ଭୂତ କାଣ୍ଡ; ଟ୍ରାକ୍ ରେ ଦେଖିବା ମାତ୍ରେ ଲୋକ ପାଇଲଟ୍ ଲଗାଇଲେ ବ୍ରେକ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ମଦ ନିଶାରେ ମଦ୍ୟପଙ୍କ ଅଦ୍ଭୂତ କାଣ୍ଡ; ଟ୍ରାକ୍ ରେ ଦେଖିବା ମାତ୍ରେ ଲୋକ ପାଇଲଟ୍ ଲଗାଇଲେ ବ୍ରେକ୍
Drunk Man Stops Train Sitapur Balamau

Key Points

ହରଦୋଇରେ, ଜୀବନ ଏବଂ ମୃତ୍ୟୁ କେବଳ ସେକେଣ୍ଡ ପାଇଁ ଅଲଗା ହୋଇଥିଲା। ଜଣେ ମଦ୍ୟପ ଯୁବକ ଟ୍ରେନ ଚକ ତଳେ ପଡ଼ି ଯାଇଥିଲେ। ହେଲେ ଲୋକ ପାଇଲଟ୍ ତାଙ୍କୁ ବ୍ୟାକ୍ କ୍ୟାମେରାରେ ଦେଖିବା ପରେ ତୁରନ୍ତ ଟ୍ରେନ୍ ଅଟକାଇ ଦେଇଥିଲେ।
  • Train Driver Alertness Saves Drunk Man: ସଦ୍ୟ ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଜଣେ ଲୋକ ପାଇଲଟ୍ ଙ୍କ ସତର୍କତା ଏବଂ ଉପସ୍ଥିତ ବୁଦ୍ଧି ଜଣେ ଯୁବକଙ୍କ ଜୀବନ ବଞ୍ଚିଯାଇଛି। ସୀତାପୁର-ବାଲାମାଉ ରେଳ ଲାଇନ୍ ରେ ଜଣେ ମଦ୍ୟପ ହଠାତ୍ ଟ୍ରେନ ଚକା ତଳେ ପଡ଼ି ଯାଇଥିଲା। ଏହି ଘଟଣା ଅଟୱା ମୁଠିଆ ଏବଂ କମଲପୁର ମଧ୍ୟରେ ଘଟିଥିଲା। ପାଇଲଟ୍ ଜଣଙ୍କ ବ୍ୟାକ୍ କ୍ୟାମେରା ରେ ଯୁବକଙ୍କୁ ଟ୍ରେନ ତଳେ ପଡ଼ି ଯାଉଥିବାର ଦେଖିଥିଲେ। ଏହା ପରେ ସେ ତୁରନ୍ତ ଟ୍ରେନ୍ ଅଟକାଇ ଦେଇଥିଲେ। ଏହାପରେ ରେଳବାଇ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବରେ ଯୁବକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ସମଗ୍ର ଘଟଣାର ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ଲୋକ ପାଇଲଟ୍ ଙ୍କୁ ପ୍ରଶଂସା କରୁଛନ୍ତି।

  • ସୀତାପୁର-ବାଲାମାଉ ରେଳ ଲାଇନ୍ ରେ ଟଳିଲା ବଡ଼ ଦୁର୍ଘଟଣା
    ମଦ୍ୟପାନ କରିଥିବା ଜଣେ ଯୁବକ ଟ୍ରେନ ନିକଟକୁ ଆସି ହଠାତ୍ ଚକା ତଳେ ପଡ଼ିଯିବାରୁ ସୀତାପୁର-ବାଲାମାଉ ରେଳ ଲାଇନ୍ ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ହରଦୋଇ ଜିଲ୍ଲାର ଅଟୱା ମୁଠିଆ ଏବଂ କମଲପୁର ନିକଟରେ ଏହି ଘଟଣା ଘଟିଥିବାର ଜଣାପଡ଼ିଛି।

    ଏହା ସହ ପଢନ୍ତୁ: ଥାନାରେ ନଥିଲେ ଅଫିସର; ନିଜେ ଟୋପି ପିନ୍ଧି SHO ପାଲଟିଗଲା ମଦୁଆ, ଆଉ ତା'ପରେ...

    ନିଶାରେ ଟ୍ରେନ୍ ଚକା ତଳେ ପଡ଼ିଗଲେ ମଦ୍ୟପ ଯୁବକ
    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଯୁବକ ଜଣକ ଟ୍ରେନ୍ ତଳେ ପଡ଼ିଯିବା ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ତାଜୁବ କରିଦେଇଥିଲା। ହେଲେ ତଥାପି ଲୋକ ପାଇଲଟ୍ ଙ୍କ ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା। ସେ ବ୍ୟାକ୍ କ୍ୟାମେରା ସହାୟତାରେ ଏହି ଘଟଣାକ୍ରମ ଉପରେ ନଜର ରଖିଥିଲେ। ମଦ୍ୟପ ଯୁବକ ଜଣକ ଟ୍ରେନ୍ ତଳେ ପଡ଼ିଯିବାର ଦେଖିବା ପରେ ସେ ତୁରନ୍ତ ବ୍ରେକ୍ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକ ସମ୍ପୂର୍ଣ୍ଣ ଘଟଣା ଭିଡ଼ିଓ ରେକର୍ଡଂ କରିଥିଲେ। ମଦ୍ୟପ ଯୁବକଙ୍କୁ ଉଦ୍ଧାର କରାଯିବାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡି଼ଓ ଦେଖିବା ପରେ, ଲୋକେ ଲୋକ ପାଇଲଟ୍ ଏବଂ ରେଳବାଇ କର୍ମଚାରୀଙ୍କ ସତର୍କତାକୁ ପ୍ରଶଂସା କରୁଛନ୍ତି।

    ଲୋକ ପାଇଲଟ୍ ବ୍ୟାକ କ୍ୟାମେରାରେ ଦେଖିବା ପରେ ତୁରନ୍ତ ଟ୍ରେନ୍ ଅଟକାଇଥିଲେ
    ଟ୍ରେନ୍ ଅଟକିଯିବା ପରେ, ରେଳ କର୍ମଚାରୀ ଏବଂ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁତ ସତର୍କତାର ସହିତ, ଯୁବକଙ୍କୁ ଟ୍ରେନ୍ ଚକା ମଧ୍ୟରୁ ବାହାର କରାଯାଇଥିଲା। ସୌଭାଗ୍ୟବଶତଃ, ଯୁବକ ଜଣକ କୌଣସି ଗୁରୁତର ଆଘାତ ପାଇ ନଥିଲେ ଏବଂ ସେ ବଞ୍ଚି ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ଲୋକ ପାଇଲଟ୍ ସମୟ ମଧ୍ୟରେ ଟ୍ରେନ୍ ନ ଅଟକାଇଥାନ୍ତେ, ତାହେଲେ ସେହି ଯୁବକ ଜଣକ ନିଶ୍ଚିତ ଭାବରେ ପ୍ରାଣ ହରାଇଥାନ୍ତେ। ଲୋକମାନେ କହିଥିଲେ ଯେ ପାଇଲଟ୍ ଙ୍କ ଉପସ୍ଥିତ ବୁଦ୍ଧି ଏବଂ ରେଳବାଇ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ପରିବାର ନଷ୍ଟ ହେବାରୁ ରକ୍ଷା ପାଇଗଲା।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored