Terrorist Arrest / ଆତଙ୍କୀ ନେଟୱର୍କ ତିଆରି ପାଇଁ ଥିଲା ଯୋଜନା; ଭବିଷ୍ୟତରେ କରିଥାନ୍ତେ ବଡ଼ ଆକ୍ରମଣ
·2 months ago·2 min read

Key Points
ଗୁଜରାଟ ATSକୁ ବଡ଼ ସଫଳତା
ଧରାପଡ଼ିଲେ ୮ଜଣ ଆତଙ୍କବାଦୀ
ଗତ ୬ମାସ ଧରି ରଚୁଥିଲେ ଷଡ଼ଯନ୍ତ୍ର
ଧରାପଡ଼ିଲେ ୮ଜଣ ଆତଙ୍କବାଦୀ
ଗତ ୬ମାସ ଧରି ରଚୁଥିଲେ ଷଡ଼ଯନ୍ତ୍ର
ଗାନ୍ଧୀନଗର: ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ATS) ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (JeM)ର ୮ ଜଣ ସନ୍ଦିଗ୍ଧ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣଙ୍କ ବୟସ ମାତ୍ର ୧୮ ଏବଂ ୧୯ ବର୍ଷ । ସେମାନେ ଗୁଜରାଟରେ ଏକ ସକ୍ରିୟ ଆତଙ୍କବାଦୀ ନେଟୱାର୍କ ତିଆରି କରିବାକୁ ଚେଷ୍ଟା କରୁଥିଲେ ବୋଲି ତଦନ୍ତ ଏଜେନ୍ସିଗୁଡ଼ିକ ଦାବି କରୁଛନ୍ତି । ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନକୁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି ।
ଗୁଜରାଟ ATS ଗୁରୁବାର ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପଡ଼ୋଶୀ ମଧ୍ୟପ୍ରଦେଶରେ ଏକକାଳୀନ ଚଢାଉ କରି ଏହି ୮ ଜଣଙ୍କୁ ଗିରଫ କରିଛି । ଅଧିକାରୀଙ୍କ ଅନୁଯାୟୀ ସେମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ ଥିଲେ ଏବଂ ସଂଗଠନର ନିର୍ଦ୍ଦେଶରେ ଗୁଜରାଟରେ ସେମାନଙ୍କର ନେଟୱାର୍କକୁ ମଜଭୁତ କରିବାକୁ ଚେଷ୍ଟା କରୁଥିଲେ । ଗିରଫ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ।
ପଢନ୍ତୁ ଏହି ଖବର: ଟାର୍ଗେଟରେ ଥିଲା ଥାନା, ମନ୍ଦିର; ପାକିସ୍ତାନ ପଠାଉଥିଲେ ଭିଡିଓ; ୪ ISI ଆତଙ୍କୀ ଗିରଫ

- କେବଳ ୭ଜଣ ଗୁଜରାଟରେ ଥିଲେ
ପଢନ୍ତୁ ଏହି ଖବର: ଟାର୍ଗେଟରେ ଥିଲା ଥାନା, ମନ୍ଦିର; ପାକିସ୍ତାନ ପଠାଉଥିଲେ ଭିଡିଓ; ୪ ISI ଆତଙ୍କୀ ଗିରଫ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ୨୧ ବର୍ଷୀୟ ଜାକରିଆ ଡୁରାନି ମହମ୍ମଦ ଅମ୍ମାର ଘାଗା, ୪୦ ବର୍ଷୀୟ ମୁଫତି ଫୈଜାନ ଇସମାଇଲ ଦୌବା ଏବଂ ୨୧ ବର୍ଷୀୟ ମହମ୍ମଦ ଅମିନ ଶେରାଙ୍କୁ ମଧ୍ୟ ପାଟନ ଜିଲ୍ଲାର ଗିରଫ କରାଯାଇଛି । ଏଟିଏସ୍ ମଧ୍ୟ ନାଭସାରୀ ଜିଲ୍ଲାର ୨୨ ବର୍ଷୀୟ ମହମ୍ମଦ ଅବଦୁଲ ରହମାନ ସାବାଡି ଏବଂ ମଧ୍ୟପ୍ରଦେଶର ୧୮ ବର୍ଷୀୟ ବିଲାଲ ଦୁରାନୀ ମହମ୍ମଦ ଅମର ଗାଗାଙ୍କୁ ଗିରଫ କରିଛି । ଗୁଜରାଟ ATS ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPAର ଅନେକ ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ଏଥିରେ ଧାରା ୧୩ (ବେଆଇନଗତ କାର୍ଯ୍ୟକଳାପ), ୧୭ (ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ), ୧୮ (ଆତଙ୍କବାଦୀ ଷଡଯନ୍ତ୍ର), ୩୮ (ଆତଙ୍କବାଦୀ ସଂଗଠନର ସଦସ୍ୟତା) ଏବଂ ୩୯ (ଆତଙ୍କବାଦୀ ସଂଗଠନକୁ ସମର୍ଥନ ଯୋଗାଇବା) ସାମିଲ ।
- ଲାଗିଲା ସଙ୍ଗୀନ ଦଫା
Related Topics
Explore more stories