Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚେକ୍ କ୍ଲୋନିଂ କରି ଠକି ନେଲେ ୯ କୋଟି, ୨ ଜଣଙ୍କୁ ବାନ୍ଧିଲା EOW

Crime

Cheque Cloning Fraud / ଚେକ୍ କ୍ଲୋନିଂ କରି ଠକି ନେଲେ ୯ କୋଟି, ୨ ଜଣଙ୍କୁ ବାନ୍ଧିଲା EOW

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·1 min read
ଚେକ୍ କ୍ଲୋନିଂ କରି ଠକି ନେଲେ ୯ କୋଟି, ୨ ଜଣଙ୍କୁ ବାନ୍ଧିଲା EOW
Cyber fraud

Key Points

୯ କୋଟି ଠକେଇ ମାମଲାରେ ବଡ଼ ଖୁଲାସା
ଇଣ୍ଟରଷ୍ଟେଟ୍ ଗ୍ୟାଙ୍ଗ୍ ସକ୍ରିୟ
ଏବେ ଧରାପଡ଼ିଲେ ୨ ଅଭିଯୁକ୍ତ
ଚେକ୍ କ୍ଲୋନିଂ କରି ଠକି ନେଲେ କୋଟି କୋଟି ଟଙ୍କା । ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ଗାଏବ ମାମଲାରେ EOW କୁ ମିଳିଛି ବଡ଼ ସଫଳତା । ଦୁଇ ଜଣ ଠକଙ୍କୁ ଛତିଶଗଡ଼ର ରାୟପୁରରୁ ଗିରଫ କରିଛି EOW । ଗିରଫ ଅଭିଯୁକ୍ତ ହେଲେ ସୁରଜିତ ରାୟ ଓ ସମୀର ଶ୍ରୀବାସ୍ତବ । ଉଭୟେ ରୟ ଆସୋସିଏଟସ୍‌ ଓ ଏସ୍‌ଏସ୍‌ ଟ୍ରେଡର୍ସ ନାମରେ ଦୁଇଟି ସଂସ୍ଥା ଚଳାଉଥିଲେ । ଠକେଇ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ତଦନ୍ତରେ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ରାଗିଂ ବିରୋଧରେ କଠୋର ହେଲା ଉଚ୍ଚଶିକ୍ଷା ବିଭାଗ, ସମସ୍ତ କଲେଜକୁ ନୂଆ ନିର୍ଦ୍ଦେଶ


ସୂଚନା ଅନୁଯାୟୀ, District Mineral Foundation Trust ର ଆକାଉଣ୍ଟରୁ ନକଲି ଚେକ୍ ବ୍ୟବହାର କରି ଟଙ୍କା ଉଠାଯାଇଥିଲା । ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାରିପଦା ଶାଖାରୁ ଟଙ୍କା ଉଠାଇ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା । EOW ତଦନ୍ତରେ ଜଣାପଡିଛି, ଏହା ପଛରେ ଏକ ବଡ଼ ଇଣ୍ଟରଷ୍ଟେଟ୍‌ ଗ୍ୟାଙ୍ଗ୍‌ ରହିଛି । ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଏହି ଗ୍ୟାଙ୍ଗର ନେଟୱର୍କ ଥିଲା । ଗତ ୪ ବର୍ଷ ଧରି ଏଭଳି ଠକେଇ କରୁଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା ।

ଏହି ମାମଲାରେ ଆଗରୁ ୪ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଗିରଫ ସଂଖ୍ୟା ୬କୁ ବଢ଼ିଛି । ଠକେଇ ଟଙ୍କାରୁ ୫ କୋଟିରୁ ଅଧିକ ଟଙ୍କା ବ୍ଲକ୍ କରାଯାଇଥିବା ବେଳେ ୩୩ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି EOW । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଖୋଳତାଡ଼ ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EOW Arrests 2 in ₹9.56 Crore Cheque Cloning Fraud | Argus News