Odisha Anti Ragging Rules / ରାଗିଂ ବିରୋଧରେ କଠୋର ହେଲା ଉଚ୍ଚଶିକ୍ଷା ବିଭାଗ, ସମସ୍ତ କଲେଜକୁ ନୂଆ ନିର୍ଦ୍ଦେଶ
·3 months ago·2 min read

Key Points
ରାଗିଂ ବିରୋଧରେ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ
ହୋଷ୍ଟେଲରୁ କ୍ୟାମ୍ପସ ପର୍ଯ୍ୟନ୍ତ କଡ଼ା ନଜର
ରାଗିଂ ରୋକିବାକୁ ଆକ୍ସନ ମୋଡ୍ରେ ସରକାର
ହୋଷ୍ଟେଲରୁ କ୍ୟାମ୍ପସ ପର୍ଯ୍ୟନ୍ତ କଡ଼ା ନଜର
ରାଗିଂ ରୋକିବାକୁ ଆକ୍ସନ ମୋଡ୍ରେ ସରକାର
ରାଗିଂ ବିରୋଧରେ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ । ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ କଠୋର ପଦକ୍ଷେପ ନେଇଛି । ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ଡିଗ୍ରୀ, ସଂସ୍କୃତ ଓ ଶିକ୍ଷକ ଶିକ୍ଷା କଲେଜର ଅଧ୍ୟକ୍ଷମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏହି ନିର୍ଦ୍ଦେଶରେ ନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ କମିଶନ (NHRC) ଙ୍କ ସୁପାରିଶ ଓ ସୁପ୍ରିମକୋର୍ଟର ରାୟକୁ ଆଧାର କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ବିରୋଧୀ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ କୁହାଯାଇଛି ।
ନିର୍ଦ୍ଦେଶାନୁସାରେ, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ କମିଟି, ଆଣ୍ଟି-ରାଗିଂ ସ୍କ୍ୱାଡ୍ ଓ ମନିଟରିଂ ସେଲକୁ ପୁନର୍ଗଠନ କରି ସକ୍ରିୟ ରଖିବାକୁ କୁହାଯାଇଛି । ବିଶେଷକରି ହୋଷ୍ଟେଲ ଓ କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ସର୍ଭେଲାନ୍ସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ନିୟମିତ ଓ ଅତର୍କିତ ଯାଞ୍ଚ କରି ତାହାର ରେକର୍ଡ ରଖିବାକୁ କୁହାଯାଇଛି ।
ଏହି ନିର୍ଦ୍ଦେଶରେ ଏସ୍ସି/ଏସ୍ଟି ସମୁଦାୟର ପ୍ରତିନିଧିତ୍ୱକୁ ଆଣ୍ଟି-ରାଗିଂ କମିଟିରେ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି । ଏହାର ପାଳନ ହେଉଥିବା ନେଇ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ପ୍ରମାଣପତ୍ର ଦେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ପ୍ୟାଣ୍ଟ ପକେଟ୍ରେ ଫାଟିଲା ମୋବାଇଲ୍, ଅଳ୍ପକେ ବର୍ତ୍ତିଲେ ଯୁବକ
ଏହି ନିର୍ଦ୍ଦେଶରେ ଏସ୍ସି/ଏସ୍ଟି ସମୁଦାୟର ପ୍ରତିନିଧିତ୍ୱକୁ ଆଣ୍ଟି-ରାଗିଂ କମିଟିରେ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି । ଏହାର ପାଳନ ହେଉଥିବା ନେଇ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ପ୍ରମାଣପତ୍ର ଦେବାକୁ ପଡ଼ିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗର ଶୀଘ୍ର ସମାଧାନ ପାଇଁ ତିନି-ସ୍ତରୀୟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଏଥିରେ ଇନ୍ଷ୍ଟିଟ୍ୟୁସନାଲ ସେଲ, ମନିଟରିଂ ଏଜେନ୍ସି ଓ ଆବଶ୍ୟକତା ଅନୁସାରେ ଜିଲ୍ଲା ସ୍ତରୀୟ କମିଟି ମାଧ୍ୟମରେ ଅଭିଯୋଗର ତଦନ୍ତ ହେବ । ପୀଡ଼ିତ ଛାତ୍ରଛାତ୍ରୀଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ କାଉନ୍ସେଲିଂ ଓ ମେଣ୍ଟାଲ ହେଲଥ ସପୋର୍ଟ ସିଷ୍ଟମ ଉପଲବ୍ଧ କରାଇବାକୁ କୁହାଯାଇଛି । ଫ୍ରେସର୍ସମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଓରିଏଣ୍ଟେସନ ସେସନ ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

Related Topics
Explore more stories