Videos
|
Crime

Ex TMC MLA Arrest / ବହୁଚର୍ଚ୍ଚିତ ଆରଜି କର ଦୁଷ୍କର୍ମ ହତ୍ୟା ମାମଲା; ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ଗିରଫ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
ବହୁଚର୍ଚ୍ଚିତ ଆରଜି କର ଦୁଷ୍କର୍ମ ହତ୍ୟା ମାମଲା; ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ଗିରଫ
Ex TMC MLA Arrest

Key Points

କୋଲକାତା RG କର ମେଡିକାଲ କଲେଜ ଦୁଷ୍କର୍ମ ଘଟଣା
ସୋରରୁ ପୂର୍ବତନ ଟିଏମସି ବିଧାୟକ ନିର୍ମଳ ଘୋଷ ଗିରଫ
କୋଲକାତା ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ, ଆରଜି କର ମାମଲାର ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୋଲିସକୁ ଏକ ନୂତନ ମାମଲା ପଞ୍ଜିକରଣ କରିବା ଏବଂ ପୀଡିତାଙ୍କ ଶବଦାହ ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୯ ଅଗଷ୍ଟ ୨୦୨୪ ରାତିରେ ଆରଜି କର ହସ୍ପିଟାଲରେ ଜଣେ ଇଣ୍ଟର୍ନ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିବା ଘଟଣା ରାଜ୍ୟ ଏବଂ ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି କରିଥିଲା । ଘଟଣା ପରେ ପ୍ରମାଣ ନଷ୍ଟ କରିଦିଆଯାଇଥିଲା ଏବଂ ମାମଲାକୁ ଚପାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏବେ ତଦନ୍ତ ଆରମ୍ଭ ହେବା ପରେ ଜଣାପଡ଼ିଛି ଯେ ନିର୍ମଳ ଘୋଷଙ୍କ ଉପସ୍ଥିତିରେ ପାଣିହାଟିରେ ପୀଡିତାଙ୍କ ଶବଦାହକୁ ତରବରିଆ ଭାବେ କରାଯାଇଥିଲା ।

  • ଶେଷକୃତ୍ୟକୁ ନେଇ ସନ୍ଦେହ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୀଡ଼ିତାଙ୍କ ଶବଦାହ ଫି ଛାଡ଼ ଏବଂ କାଗଜପତ୍ରରେ ପରିବାର ସଦସ୍ୟଙ୍କ ଦସ୍ତଖତ ନ ଥିବାରୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସେ କହିଥିଲେ ଯେ ଟିଏମସି ପୂର୍ବତନ ବିଧାୟକ ନିର୍ମଳ ଘୋଷ, ସ୍ଥାନୀୟ ଟିଏମସି ନେତା ସୋମନାଥ ଦେ ଏବଂ ପରିବାରର ପଡ଼ୋଶୀ ସଞ୍ଜିବ ମୁଖାର୍ଜୀଙ୍କ ଭୂମିକା ତଦନ୍ତ କରାଯିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ବାରାକପୁର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

  • ଜୁଲାଇରୁ ଲୁଚିଥିଲେ ନିର୍ମଳ
ଜଣେ ପୋଲିସ ଅଫିସର କହିଛନ୍ତି ଯେ ଗତ ଜୁଲାଇ ୧୧ ତାରିଖରୁ ନିର୍ମଳ ଘୋଷ ଲୁଚୁଥିଲେ । ଗତମାସ ନିର୍ମଳଙ୍କ ପୁଅ ତିର୍ଥଙ୍କର ଅନ୍ୟ ଏକ ଅପରାଧିକ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଛି । ଆଜି ତାଙ୍କୁ ବାଲେଶ୍ଵରରୁ ଗିରଫ କରାଯାଇଥିବାବେଳେ ରାସ୍ତାଯୋଗେ କୋଲକାତାକୁ ଅଣାଯାଉଛି । ଶୁକ୍ରବାର ତାଙ୍କୁ କୋର୍ଟରେ ହାଜର କରାଯିବ । ଯଦି ନିର୍ମଳ ଏହି ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆରଜି କର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟକୁ ଆଜୀବନ

ଏଠାରେ କହିରଖୁଛୁ ଯେ ଅଗଷ୍ଟ ୨୦୨୪ରେ, ବର୍ତ୍ତମାନର ମଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତଥାତତ୍କାଳୀନ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ପୂର୍ବତନ ଟିଏମସି ବିଧାୟକ ନିର୍ମଳ ଘୋଷ ପୀଡିତାଙ୍କ ମୃତଦେହକୁ ଶ୍ମଶାନ ଭିତରକୁ ନେଇଯିବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଉଥିବାର ଦେଖାଯାଇଥିଲା ।

  • କଣ ପୂରା ଘଟଣା ?
୨୦୨୪ ଅଗଷ୍ଟ ୯ ତାରିଖରେ ଆରଜି କର ହସ୍ପିଟାଲର ସେମିନାର ହଲ୍‌ରୁ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ମିଳିଥିଲା । ସିସିଟିଭି ଫୁଟେଜ୍ ଓ କ୍ରାଇମ୍ ସିନ ସାକ୍ଷ୍ୟ ଆଧାରରେ କୋଲକାତା ପୋଲିସ ସିଭିକ୍ ଭଲ୍ୟୁଣ୍ଟିଅର ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଭାର ନେଇଥିଲା ସିବିଆଇ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତାର ଯାଞ୍ଚ ରିପୋର୍ଟରେ ସଞ୍ଜୟ ରାୟକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଫାଶୀ ଦଣ୍ଡ ଦେବାକୁ ଦାବି କରିଥିଲା ।
Ex-TMC MLA Nirmal Ghosh Arrested Over ‘Hasty Cremation’ of RG Kar Rape-Murder Victim | Argus News