Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଖା ଖୋଲିଦେଲା ମିଛ ଅଭିଯୋଗ; ଗଣଦୁଷ୍କର୍ମ ଅଭିଯୋଗ ପାଇଁ ପ୍ରେମିକାକୁ କରୁଥିଲା ମୋହରା

Crime

Crime In Odisha / ମୁଖା ଖୋଲିଦେଲା ମିଛ ଅଭିଯୋଗ; ଗଣଦୁଷ୍କର୍ମ ଅଭିଯୋଗ ପାଇଁ ପ୍ରେମିକାକୁ କରୁଥିଲା ମୋହରା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୁଖା ଖୋଲିଦେଲା ମିଛ ଅଭିଯୋଗ; ଗଣଦୁଷ୍କର୍ମ ଅଭିଯୋଗ ପାଇଁ ପ୍ରେମିକାକୁ କରୁଥିଲା ମୋହରା
Fake NIA Officer Used Girlfriend for Blackmail

Key Points

ନିଜକୁ NIA ଅଧିକାରୀ ପରିଚୟ ଦେଇ ରାଜଧାନୀରେ ବୁଲୁଥିଲା । ପ୍ରେମିକାକୁ ମୋହରା କରି ବିଭିନ୍ନ ଥାନାରେ ଦେଉଥିଲା ଗଣଦୁଷ୍କର୍ମ ଅଭିଯୋଗ । ଏବେ ଖାରବେଳ ନଗର ପୋଲିସ କବ୍‌ଜାରେ ଧରାପଡ଼ିଛି ନକଲି NIA ଅଧିକାରୀ ଆଶିଷ ରେଡ୍ଡୀ ।
ଭୁବନେଶ୍ଵର: ଗାଡ଼ିରେ ଗୃହ ମନ୍ତ୍ରଣାଳୟ ଷ୍ଟିକର । ଛାତିରେ NIAର ପରିଚୟ ପତ୍ର । ଯିଏ ଦେଖିବ ସିଏ ଘାବରେଇ ଯିବ । ଏଭଳି ଜଣେ ଧୂର୍ତ୍ତ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି । ଯିଏ ନିଜକୁ NIA ଅଧିକାରୀ ପରିଚୟ ଦେଇ ରାଜଧାନୀରେ ବୁଲୁଥିଲା । ପ୍ରେମିକାକୁ ମୋହରା କରି ବିଭିନ୍ନ ଥାନାରେ ଦେଉଥିଲା ଗଣଦୁଷ୍କର୍ମ ଅଭିଯୋଗ ।

ଏବେ ଖାରବେଳ ନଗର ପୋଲିସ କବ୍‌ଜାରେ ଧରାପଡ଼ିଛି ନକଲି NIA ଅଧିକାରୀ ଆଶିଷ ରେଡ୍ଡୀ । ଆଶିଷ ନାଲିବତୀ ଗାଡି ଚଢ଼ି ପୋଲିସ ଅଧିକାରୀଙ୍କୁ ଧମକ ଦେଉଥିଲା । ନକଲି ଆଇକାର୍ଡ ଦେଖାଇ ସାଲ୍ୟୁଟ୍ ମାରିବାକୁ ବାଧ୍ୟ କରୁଥିଲା ।

ଏଥିସହ ପଢ଼ନ୍ତୁ: ଚେକ୍ କ୍ଲୋନିଂ କରି ଠକି ନେଲେ ୯ କୋଟି, ୨ ଜଣଙ୍କୁ ବାନ୍ଧିଲା EOW 

ମୁଖା ଖୋଲିଲା ମିଛ ଅଭିଯୋଗ

ବ୍ୟବସାୟୀଙ୍କୁ ଟଙ୍କା ମାଗୁଥିଲା ଟଙ୍କା । ଏମିତିକି ଟଙ୍କା ନପାଇବାରୁ ବ୍ୟବସାୟୀଙ୍କ ନାଁରେ ଖାରବେଳ ନଗର ଥାନାରେ ପ୍ରେମିକାକୁ ଧରି ଗଣଦୁଷ୍କର୍ମ ଅଭିଯୋଗ କରିଥିଲା । ଯାହାର ଖୋଳତାଡ଼ କରି ପୋଲିସ ଆଶିଷକୁ ବାନ୍ଧିଛି ।

ଆଶିଷ ନାଲିବତୀ ଗାଡି ଚଢ଼ୁଥିଲା । ସାଇରନ୍ ମାରି ରାଜଧାନୀରେ ବୁଲୁଥିଲା । ପ୍ରେମିକାକୁ ମୋହରା କରି ବ୍ଲାକମେଲିଂ କରୁଥିଲା । ବିଭିନ୍ନ ଥାନାରେ ଗଣ ଦୁଷ୍କର୍ମ ଅଭିଯୋଗ କରୁଥିଲା । ପୋଲିସ ଅଧିକାରୀଙ୍କୁ କହୁଥିଲା DO YOU KNOW.. WHO AM I । NIAର ଆଇକାର୍ଡ ଦେଖାଇ ସାଲ୍ୟୁଟ୍ ମାରିବାକୁ ବାଧ୍ୟ କରୁଥିଲା ।

ଏଭଳି ଜଣେ ଧୂର୍ତ୍ତ ଠକକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ହାତରେ ଟାଟୁ, ହଟାକଟା ଚେହେରା । NIA ଟି-ସାର୍ଟ ପିନ୍ଧି ଥିବା ଠକ ଜଣକ ହେଉଛି ଆଶିଷ ରେଡ୍ଡୀ । ତା ନିକଟରୁ ଜବତ ହୋଇଛି ଖଣ୍ଡା, ମାରଣାସ୍ତ୍ର, NIA ଟି-ସାର୍ଟ, ନକଲି ID କାର୍ଡ, ସୁନା ଚେନ୍ ।

ରାଜଧାନୀର ଜଣେ ବ୍ୟବସାୟୀଙ୍କୁ ମୋଟା ଅଙ୍କର ଟଙ୍କା ମାଗିବା ସହ ବାରମ୍ବାର ବ୍ଲାକମେଲିଂ କରି ଆସୁଥିଲା ଏ ନକଲି NIA ଅଫିସର ଆଶିଷ । ଏମିତିକି ଟଙ୍କା ନପାଇବାରୁ ବ୍ୟବସାୟୀଙ୍କ ନାଁରେ ଖାରବେଳ ନଗର ଥାନାରେ ପ୍ରେମିକାକୁ ଧରି ଗଣଦୁଷ୍କର୍ମ ଅଭିଯୋଗ ବି କରିଥିଲା ।

ଏଥିସହ ପଢ଼ନ୍ତୁ: ରାଗିଂ ବିରୋଧରେ କଠୋର ହେଲା ଉଚ୍ଚଶିକ୍ଷା ବିଭାଗ, ସମସ୍ତ କଲେଜକୁ ନୂଆ ନିର୍ଦ୍ଦେଶ 

ଥାନାରେ ହଙ୍ଗାମା, ଖୋଲିଲା ପେଡ଼ି

ପୋଲିସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଏ କେସ୍‌କୁ ରଫାଦଫା କରିଥିଲା । ପରେ ଆଶିଷ ରେଡ୍ଡୀ ଥାନାରେ ପହଞ୍ଚି ହଙ୍ଗାମା କରିଥିଲା । ସନ୍ଦେହ ହେବାରୁ ଭୁବନେଶ୍ଵର NIA କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲା ପୋଲିସ । ତାପରେ ସାମ୍ନାକୁ ଆସିଥିଲା ନକଲି ବାବୁଙ୍କ କଳା କାରନାମା ।

ନକଲି NIA ଅଫିସର ସାଜି ଆଶିଷ ରେଡ୍ଡୀ କେତେ ଲୋକଙ୍କୁ ଠକିଛି ? ଏଥିରେ କିଏ କିଏ ତାକୁ ସହଯୋଗ କରୁଥିଲେ ? ଏବେ ସେ ଦିଗରେ ଅଧିକ ଖୋଳତାଡ଼ କରୁଛି ଖାରବେଳ ନଗର ଥାନା ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake NIA Officer Arrested in Bhubaneswar Over False Gangrape Complaint | Argus News | Argus News