Videos
|
Crime

Cyber Crime / ହ୍ୱାଟ୍ସଆପ୍‌ରେ ଆସିଲା ବିବାହ କାର୍ଡ, ଡାଉନଲୋଡ୍ କରିବା ମାତ୍ରେ ଆକାଉଣ୍ଟରୁ ଗାଏବ ୧୦ ଲକ୍ଷ ଟଙ୍କା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ହ୍ୱାଟ୍ସଆପ୍‌ରେ ଆସିଲା ବିବାହ କାର୍ଡ, ଡାଉନଲୋଡ୍ କରିବା ମାତ୍ରେ ଆକାଉଣ୍ଟରୁ ଗାଏବ ୧୦ ଲକ୍ଷ ଟଙ୍କା
Fake APK File Scam

Key Points

ଏକ ନକଲି ବିବାହ କାର୍ଡ ଜଣେ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ଚୂନ ଲଗାଇଛି । ହ୍ଵାଟ୍ସଆପ୍‌ରେ ଆସିଥିବା ବିବାହ ନିମନ୍ତ୍ରଣ ଫାଇଲ୍ ଡାଉନଲୋଡ୍ କରିବା ପରେ ତାଙ୍କ ମୋବାଇଲ୍ ହ୍ୟାକ୍ ହୋଇ ଯାଇ ୧୦.୦୨ ଲକ୍ଷ ଟଙ୍କା ଉଡ଼ି ଯାଇଛି ।
ଅହମଦାବାଦ: ହ୍ଵାଟ୍ସଆପ୍‌ରେ ଆସୁଥିବା ବିବାହ ନିମନ୍ତ୍ରଣ କାର୍ଡ ଖୋଲିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ । ଏମିତି ଏକ ନକଲି ବିବାହ କାର୍ଡ ଜଣେ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ଚୂନ ଲଗାଇଛି । ଗୁଜରାଟର ଜଣେ ବ୍ୟକ୍ତି ହ୍ଵାଟ୍ସଆପ୍‌ରେ ଆସିଥିବା ବିବାହ ନିମନ୍ତ୍ରଣ ଫାଇଲ୍ ଡାଉନଲୋଡ୍ କରିବା ପରେ ତାଙ୍କ ମୋବାଇଲ୍ ହ୍ୟାକ୍ ହୋଇ ଯାଇଥିଲା । ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦.୦୨ ଲକ୍ଷ ଟଙ୍କା ଠକେଇ ହୋଇଛି ।

କେମିତି ହେଲା ଠକେଇ ?

ସୁରଟ ସହର ପୋଲିସର ସାଇବର କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଅନୁଯାୟୀ, ଠକମାନେ ହ୍ୱାଟ୍ସଆପ୍‌ରେ 'wedding invitation.APK' ନାମରେ ଏକ ଫାଇଲ୍ ପଠାଇଥିଲେ । ଏହାକୁ ଦେଖି ଏକ ବିବାହ କାର୍ଡ ବୋଲି ଭାବି ସମ୍ପୃକ୍ତ ବ୍ୟକ୍ତି ଡାଉନଲୋଡ୍ କରିଥିଲେ ।

ଏଥିସହ ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପରେ ଓଡ଼ିଶାରେ ବଢ଼ିବ କେତେ ଆସନ ? 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫାଇଲ୍ ଡାଉନଲୋଡ୍ କରିବା ପରେ ତାଙ୍କ ମୋବାଇଲ୍ ହ୍ୟାକରଙ୍କ କବଜାକୁ ଚାଲିଯାଇଥିବା ପୋଲିସ କହିଛି । ଏହାପରେ ତାଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ୧୦.୦୨ ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଇ ଦିଆଯାଇଥିଲା ।

ଉତ୍ତରପ୍ରଦେଶରୁ ଜଣେ ଗିରଫ

ଏହି ଘଟଣାର ତଦନ୍ତ କରି ପୋଲିସ ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରୁ ୨୮ ବର୍ଷୀୟ ଦେବେନ୍ଦ୍ର ମଲିକଙ୍କୁ ଗିରଫ କରିଛି । ପୋଲିସର କହିବା ଅନୁଯାୟୀ, ସେ ସାଇବର ଠକଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବାକୁ ଦେଉଥିଲେ ।

ଠକେଇ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବା ପରେ ସେ ଏହାକୁ ଚେକ୍ ମାଧ୍ୟମରେ ଉଠାଉଥିଲେ । ମୋଟ ଟଙ୍କାରୁ ୨୦ ପ୍ରତିଶତ ନିଜେ ରଖି ବାକି ୮୦ ପ୍ରତିଶତ ଅନ୍ୟ ଠକମାନଙ୍କୁ ଦେଉଥିବା ପୋଲିସ କହିଛି । ଏହି ଘଟଣାରେ ଅନ୍ୟ ସମ୍ପୃକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଚଳାଇଛି ।

APK ଫାଇଲ୍ ଡାଉନଲୋଡ୍ କରିବା ପୂର୍ବରୁ ସାବଧାନ

ଏହି ଘଟଣା ପରେ ପୋଲିସ ଲୋକଙ୍କୁ ସତର୍କ କରାଇଛି । ହ୍ୱାଟ୍ସଆପ୍ କିମ୍ବା ଅନ୍ୟ ମେସେଜିଂ ଆପ୍‌ରେ ଅଜଣା ନମ୍ବରରୁ ଆସୁଥିବା APK ଫାଇଲ୍ ଡାଉନଲୋଡ୍ ନକରିବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ସାଇବାବାଙ୍କ ଦରବାରରେ କୋଟି କୋଟି ଟଙ୍କାର ଦାନ; ୧.୧୬ କୋଟିର ସୁନା ହାର ଚଢ଼ାଇଲେ ଭକ୍ତ

ବିବାହ କାର୍ଡ, ଟ୍ରାଫିକ୍ ଚାଲାଣ, ବ୍ୟାଙ୍କ ସେବା, KYC ଅପଡେଟ୍ କିମ୍ବା ସରକାରୀ ଯୋଜନା ନାଁରେ ଆସୁଥିବା ଅଜଣା ଫାଇଲ୍ ଓ ଲିଙ୍କ୍ ଖୋଲିବାରୁ ଦୂରେଇ ରୁହନ୍ତୁ । ଯଦି କେହି ସାଇବର ଠକେଇର ଶିକାର ହେଉଛନ୍ତି, ତେବେ ତୁରନ୍ତ ୧୯୩୦ ନମ୍ବରରେ କଲ୍ କରି ଅଭିଯୋଗ କରନ୍ତୁ । ଏହା ସହ www.cybercrime.gov.in ୱେବସାଇଟ୍‌ରେ ମଧ୍ୟ ଅଭିଯୋଗ କରିପାରିବେ ।