Videos
|
National

Delimitation Bill / ସୀମା ପୁନଃନିର୍ଦ୍ଧାରଣ ପରେ ଓଡ଼ିଶାରେ ବଢ଼ିବ କେତେ ଆସନ ?

Sushanta Sahoo
Browse all articles by Sushanta Sahoo
·20 mins ago·2 min read
ସୀମା ପୁନଃନିର୍ଦ୍ଧାରଣ ପରେ ଓଡ଼ିଶାରେ ବଢ଼ିବ କେତେ ଆସନ ?
Odisha Lok Sabha Seats After Delimitation

Key Points

ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ କୁହାଯାଉଛି ଲୋକସଭା ଆସନ ୫୦ ପ୍ରତିଶତ ବୃଦ୍ଧି ପାଇବ । ଅର୍ଥାତ୍ ଏବେ ଲୋକସଭାରେ ୫୪୩ ଆସନ ରହିଥିବା ବେଳେ ଏହା ବଢ଼ି ୮୫୦ ହେବ ।
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସହ ଜଡ଼ିତ ଦୁଇଟି ବିଲ୍‌କୁ ଶୁକ୍ରବାର ଅନୁମୋଦନ ମିଳିଛି । ଏଥିସହ ସହକାର ନଭେମ୍ବର ୩୦ ତାରିଖରେ ଲୋକସଭା ଅଧିବେଶନ ଡାକିଥିବା ବେଳେ ଡିସେମ୍ବର ୨ରେ ଡାକିଛନ୍ତି ରାଜ୍ୟସଭା ଅଧିବେଶନ ।

ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ କୁହାଯାଉଛି ଲୋକସଭା ଆସନ ୫୦ ପ୍ରତିଶତ ବୃଦ୍ଧି ପାଇବ । ଅର୍ଥାତ୍ ଏବେ ଲୋକସଭାରେ ୫୪୩ ଆସନ ରହିଥିବା ବେଳେ ଏହା ବଢ଼ି ୮୫୦ ହେବ । ଆଉ ଏହି ବର୍ଦ୍ଧିତ ୮୫୦ ଆସନରୁ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ୩୩ ପ୍ରତିଶତ ସିଟ୍ ।

ଏଥିସହ ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି; ଲୋକସଭା ସହ ବିଧାନସଭାରେ ବଢ଼ିବ ୫୦% ଆସନ 

କେଉଁ ରାଜ୍ୟରେ ବଢ଼ିବ କେତେ ଆସନ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୋକସଭା ଆସନ ସଂଖ୍ୟା ଦୃଷ୍ଟିରୁ ଏବେ ଉତ୍ତର ପ୍ରଦେଶରେ ସର୍ବାଧିକ ୮୦ଟି ସିଟ୍ ରହିଛି । ସୀମା ପୁନଃନିର୍ଦ୍ଧାରଣ ପରେ ଉତ୍ତରପ୍ରଦେଶର ଲୋକସଭା ସନ ସଂଖ୍ୟା ୧୨୦କୁ ବୃଦ୍ଧି ପାଇବ । ସେହିଭଳି ଦ୍ଵିତୀୟରେ ମହାରାଷ୍ଟ୍ରରେ ଏବେ ୪୮ଟି ଲୋକସଭା ଆସନ ଥିବାବେଳେ ଏହା ୭୨ରେ ପହଞ୍ଚିବ ।

ପଶ୍ଚିମବଙ୍ଗରେ ଏବେ ୪୨ଟି ଆସନ ଥିବାବେଳେ ୬୩କୁ ବୃଦ୍ଧି ପାଇବ । ବିହାରରେ ୪୦ରୁ ୬୦, ତାମିଲନାଡ଼ୁରେ ୩୯ରୁ ୫୯-୬୦, ମଧ୍ୟପ୍ରଦେଶରେ ୨୯ରୁ ୪୪-୪୫, କର୍ଣ୍ଣାଟକ ୨୮ରୁ ୪୨, ଗୁଜରାଟରେ ୨୬କୁ ୩୯, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ୨୫ରୁ ୩୭-୩୮ ଲୋକସଭା ଆସନ ହୋଇପାରେ ।

ଓଡ଼ିଶାରେ କେତେ ?

ଓଡ଼ିଶାରେ ଏବେ ୨୧ଟି ଲୋକସଭା ଆସନ ରହିଥିବା ବେଳେ ଏହା ବୃଦ୍ଧି ପାଇ ୩୧ରୁ ୩୨ଟି ହୋଇପାରେ । କେରଳରେ ୨୦ ଆସନ ରହିଥିବା ବେଳେ ବୃଦ୍ଧି ପାଇ ଲୋକସଭାରେ ୩୦ ହେବ । ତେଲଙ୍ଗାନାରେ ୧୭ରୁ ୨୫-୨୬, ଆସାମ ଓ ଝାଡ଼ଖଣ୍ଡରେ ୧୪ରୁ ୨୧କୁ ବୃଦ୍ଧି ପାଇପାରେ ।

ଏଥିସହ ପଢ଼ନ୍ତୁ: ପୁଟିନଙ୍କ ସହ ସେଲ୍ଫି, ବାପାଙ୍କୁ ଦେଇଛନ୍ତି ଚାକିରି...ଭାରତର AI Wonder Kid ରାଉଲ୍ ଜନ୍ ଅଜୁ କିଏ ? 

ପଞ୍ଜାବରେ ୧୩ ଆସନ ରହିଥିବା ବେଳେ ଏହା ୧୯ରୁ ୨୦କୁ ବୃଦ୍ଧି ପାଇପାରେ । ଛତିଶଗଡ଼ରେ ୧୧ ଆସନ ଥିବା ବେଳେ ୧୬ରୁ ୧୭ ହୋଇପାରେ । ହରିୟାଣାରେ ୧୦ରୁ ୧୫, ଉତ୍ତରାଖଣ୍ଡରେ ୫ରୁ ୭-୮, ଅରୁଣାଚଳ ପ୍ରଦେଶ, ଗୋଆ, ମଣିପୁର, ମେଘାଳୟ, ତ୍ରିପୁରା ଆଦି ରାଜ୍ୟରେ ଏବେ ୨ଟି ଲୋକସଭା ଆସନ ଥିବାବେଳେ ୩କୁ ବୃଦ୍ଧି ପାଇବ । ମିଜୋରାମ, ନାଗାଲାଣ୍ଡ ଓ ସିକ୍କିମ୍‌ରେ ଗୋଟିଏ ଆସନ ରହିଥିବା ବେଳେ ଏହା ୨କୁ ବୃଦ୍ଧି ପାଇପାରେ ।

କେନ୍ଦ୍ର ଶାସିତ ଅଞ୍ଚଳରେ କେତେ ?

ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ପରେ ବଢ଼ିବ ଆସନ ସଂଖ୍ୟା । ଦିଲ୍ଲୀରେ ଏବେ ୭ଟି ଲୋକସଭା ଆସନ ରହିଥିବା ବେଳେ ଏହା ୧୦ରୁ ୧୧, ଜମ୍ମୁ-କାଶ୍ମୀରରେ ୫ରୁ ୭-୮, ଦାମନ ଓ ଡିଉ ୨ରୁ ୩ଟି, ଚଣ୍ଡିଗଡ଼, ଲଦାଖ, ଲାକ୍ଷାଦ୍ଵୀପ ଓ ପୁଡୁଚେରୀରେ ଏବେ ଗୋଟିଏ ଲେଖାଏଁ ଆସନ ରହିଥିବା ବେଳେ ୨ଟି ହୋଇପାରେ ।