Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଚାଲ..ତୁମକୁ ବାପଘରେ ଛାଡ଼ିଦେବି' ପ୍ରଥମ ସ୍ତ୍ରୀ, ପରେ ୩ ପିଲାଙ୍କୁ କେନାଲକୁ ଠେଲିଲା

Crime

Canal Tragedy / 'ଚାଲ..ତୁମକୁ ବାପଘରେ ଛାଡ଼ିଦେବି' ପ୍ରଥମ ସ୍ତ୍ରୀ, ପରେ ୩ ପିଲାଙ୍କୁ କେନାଲକୁ ଠେଲିଲା

Debashree Debasmita Sahoo
Browse all articles by Debashree Debasmita Sahoo
·1 day ago·2 min read
'ଚାଲ..ତୁମକୁ ବାପଘରେ ଛାଡ଼ିଦେବି' ପ୍ରଥମ ସ୍ତ୍ରୀ, ପରେ ୩ ପିଲାଙ୍କୁ କେନାଲକୁ ଠେଲିଲା
Bihar Canal Tragedy

Key Points

ବିହାରର ପଶ୍ଚିମ ଚମ୍ପାରଣରେ ଜଣେ ନିଷ୍ଠୁର ପିତାର କାରନାମା
ଘରୋଇ କଳିକୁ ନେଇ ସ୍ତ୍ରୀ ଏବଂ ତିନି ଶିଶୁଙ୍କୁ କେନାଲକୁ ଠେଲିଲା
ଘଟଣାରେ ଚାଲିଗଲା ୩ ନିର୍ଦ୍ଦୋଷ ପିଲାଙ୍କ ଜୀବନ
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରୁ ଆସିଲା ଭୟଙ୍କର ତଥା ହୃଦୟ ବିଦାରକ ଘଟଣା, ଯାହାକି ସମଗ୍ର ମାନବଜାତିକୁ ଲଜ୍ଜିତ କରିଛି । କୁମାରବାଗ ଥାନା ଅଞ୍ଚଳରେ ଜଣେ ନିର୍ଦ୍ଦୟ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ତିନି ନିର୍ଦ୍ଦୋଷ ପିଲାଙ୍କୁ ପାଣିରେ ପୂରିଥିବା କେନାଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ନିର୍ଦ୍ଦୋଷ ପିଲାଙ୍କ ମୃତ୍ୟୁ ଘଟିଛି । ଏହି ଭୟଙ୍କର ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ରୋଧ ଏବଂ ନୀରବତା ସୃଷ୍ଟି କରିଛି ।

  • ଟ୍ରିପଲ୍ ମର୍ଡର ପଛର କାରଣ
ଭଙ୍ଗହା ଗ୍ରାମର ବାସିନ୍ଦା ରାମବାବୁ ଯାଦବ ସୋମବାର ରାତିରେ ତାଙ୍କ ପତ୍ନୀ ଲଳିତା ଦେବୀଙ୍କ ସହ ଏକ ପାରିବାରିକ ପ୍ରସଙ୍ଗକୁ ନେଇ ପ୍ରବଳ ଝଗଡ଼ା କରିଥିଲେ । ଏହି ବିବାଦ ପରେ ରାମବାବୁ ଥଣ୍ଡା ମନରେ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ । ମଙ୍ଗଳବାର ସକାଳ ପ୍ରାୟ ୩ଟାରେ ରାମବାବୁ ତାଙ୍କ ପତ୍ନୀଙ୍କୁ କହିଥଇଲେ ଯେ ସେ ତାଙ୍କୁ ବାପଘର (ମଜୌଲିଆ ଥାନା ଅଞ୍ଚଳ ଅନ୍ତର୍ଗତ ବିରୱା ଗାଁରେ) ଛାଡିଦେବ । ତାଙ୍କ ସ୍ତ୍ରୀ ଅଭିଯୁକ୍ତର କଥାରେ ପଡ଼ିଗଲେ ଏବଂ ଅଭିଯୁକ୍ତ ସ୍ତ୍ରୀ ସହ ତିନି ନିର୍ଦ୍ଦୋଷ ପିଲାଙ୍କୁ ବାଇକରେ ବସାଇ ଯାତ୍ରା ଆରମ୍ଭ କରିଥିଲା ।

  • ଜଣ ଜଣ କରି ସମସ୍ତଙ୍କୁ କେନାଲକୁ ଠେଲିଲା
ଯେତେବେଳେ ଅଭିଯୁକ୍ତର ବାଇକ୍ ଲୋହିଆରିଆ ଛକ ପାର ହୋଇ ଛାଭରହିଆ ଗାଁ ନିକଟସ୍ଥ ବାରୋହିଆ କେନାଲ ନିକଟରେ ପହଞ୍ଚିଲା, ସେ ବାଇକ୍ ଅଟକାଇଲା । ନୀରବତାର ସୁଯୋଗ ନେଇ ସେ ପ୍ରଥମେ ସ୍ତ୍ରୀ ଲଳିତା ଦେବୀଙ୍କୁ ଗଭୀର ପାଣିକୁ ଠେଲି ଦେଇଥିଲା । ତା’ପରେ ସେହି ରାକ୍ଷସ ରୂପୀ ପିତା ତିନି କାନ୍ଦୁଥିବା ପିଲାଙ୍କୁ ମଧ୍ୟ ଜଣକ ପରେ ଜଣେ କେନାଲକୁ ଫିଙ୍ଗିଥିଲା । ଏହାପରେ ସେ ଘଟଣାସ୍ଥଳରୁ ଫେରାର ମାରିଥିଲା । ଲଳିତା ଦେବୀ ଅତି କଷ୍ଟରେ କେନାଲରୁ ପହଁରି ବାହାରି ଆସି ନିଜ ବାପଘରେ ପହଞ୍ଚିଥିଲେ ଓ ତିନି ପିଲାଙ୍କ ମୃତ୍ୟୁ ଏବଂ ସ୍ଵାମୀର ଭୟଙ୍କର କାଣ୍ଡ ବିଷୟରେ କହିଥିଲେ ।

  • କେନାଲରୁ ୩ ଶିଶୁଙ୍କ ମୃତଦେହ ଉଦ୍ଧାର
ମଙ୍ଗଳବାର ସକାଳେ ଯେତେବେଳେ ଗାଁ ଲୋକମାନେ ବାରୋହିଆ କେନାଲରେ ଏକ ଅଜଣା ଝିଅର ମୃତଦେହ ଭାସୁଥିବାର ଦେଖିଲେ, ସେତେବେଳଏ ପୂରା ଅଞ୍ଚଳ ଥରି ଉଠିଲା । ସେମାନେ ତୁରନ୍ତ ପୋଲିସକୁ ଖବର ଦେଲେ । ପୋଲିସ ମୃତଦେହକୁ ଅଜଣା ବୋଲି ଭାବି ଜବତ କରି ପୋଷ୍ଟମର୍ଟମ ପାଇଁ GMCHକୁ ପଠାଇଲା । କିନ୍ତୁ ଅପରାହ୍ନ ସୁଦ୍ଧା ସ୍ଥାନୀୟ ଲୋକ ଏବଂ ପୋଲିସର ମିଳିତ ସର୍ଚ୍ଚ ଅପରେସନ ସମୟରେ ଅନ୍ୟ ଦୁଇ ପିଲାଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଥିଲା । ଯେତେବେଳେ ୩ଟି ମୃତଦେହ ଉଦ୍ଧାର କରାଯାଇଥିଲା, ସେତେବେଳେ ସମସ୍ତଙ୍କ ପରିଚୟ ମିଳିଥିଲା । ତିନି ନିଷ୍ପାପ ପିଲାଙ୍କ ମୃତଦେହ ଏକାଠି ଦେଖି ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା ।

ପଢନ୍ତୁ ଏହି ଖବର: ଘର ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର; କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

  • ଅଭିଯୁକ୍ତ ବାପାକୁ ଧରିଲେ ଗାଁ ଲୋକେ
ଘଟଣା ବିଷୟରେ ଜଣାପଡ଼ିବା ପରେ ଲଳିତାଙ୍କ ପିତାମାତା ଏବଂ ସ୍ଥାନୀୟ ଗ୍ରାମବାସୀ ଅଭିଯୁକ୍ତ ପିତା ରାମବାବୁକୁ ଘେରିଯାଇ କାବୁ କରିଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି ଏବଂ ପୀଡିତା ଲଳିତା ଦେବୀ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି । ପୋଲିସ କହିଛି ଯେ ଏହା ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସମ୍ବେଦନଶୀଳ ମାମଲା, ଏବଂ କଠୋରତମ ଆଇନଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored