Videos
|
Crime

Mass Shooting Plan / ସ୍କୁଲ୍ କ୍ୟାମ୍ପସ୍‌ରେ ଗଣ ଗୁଳିକାଣ୍ଡ ପାଇଁ ଯୋଜନା କରିଥିଲା ପାକିସ୍ତାନୀ ଯୁବକ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ସ୍କୁଲ୍ କ୍ୟାମ୍ପସ୍‌ରେ ଗଣ ଗୁଳିକାଣ୍ଡ ପାଇଁ ଯୋଜନା କରିଥିଲା ପାକିସ୍ତାନୀ ଯୁବକ
US Foils School Shooting Plot by Pakistani

Key Points

ଏକାଧିକ ବନ୍ଧୁକ ସହ ଧରାପଡ଼ିଛି ପାକିସ୍ତାନୀ ଯୁବକ । ୨୫ ବର୍ଷର ପାକିସ୍ତାନୀ ଯୁବକ ଲୁକମାନ ଖାନ ବିଦ୍ୟାଳୟ କ୍ୟାମ୍ପସ୍‌ରେ ଗଣ ଗୁଳିକାଣ୍ଡ ପାଇଁ ଯୋଜନା କରିଥିଲା ।
ନୂଆଦିଲ୍ଲୀ: ଟାର୍ଗେଟ୍‌ରେ ଥିଲା ସ୍କୁଲ୍ କ୍ୟାମ୍ପସ୍ । କାର୍‌ରେ ରଖିଥିଲା ଖାଲି ବନ୍ଧୁକ । ଏକାଧିକ ବନ୍ଧୁକ ସହ ଧରାପଡ଼ିଛି ପାକିସ୍ତାନୀ ଯୁବକ । ୨୫ ବର୍ଷର ପାକିସ୍ତାନୀ ଯୁବକ ଲୁକମାନ ଖାନ ବିଦ୍ୟାଳୟ କ୍ୟାମ୍ପସ୍‌ରେ ଗଣ ଗୁଳିକାଣ୍ଡ ପାଇଁ ଯୋଜନା କରିଥିଲା ।

ଲୁକମାନକୁ ପୋଲିସ ହେପାଜତକୁ ନେଇଛି । ତା' ଠାରୁ ଏକାଧିକ ବନ୍ଧୁକ ସହ ଗୁଳିଗୋଳ ଏବଂ ଗୁଳିକାଣ୍ଡ ଯୋଜନାର ଚିଠା ମିଳିଛି । ଅନେକଙ୍କୁ ହତ୍ୟା କରି ନିଜକୁ ସହିଦ ସଜାଇବାକୁ ଯୋଜନା କରିଥିଲା ଲୁକମାନ ଖାନ ।

ଆମେରିକାର ଡିପାର୍ଟମେଣ୍ଟ ଅପ୍ ଜଷ୍ଟିସ୍ (DoJ) ଅନୁସାରେ, ଲୁକମାନ ଖାନ ଡେଲାୱେୟାର ବିଶ୍ଵବିଦ୍ୟାଳୟରେ ପାଠ ପଢ଼ୁଥିଲା । ନଭେମ୍ବର ୨୪ ତାରିଖରେ ପୋଲିସ ତାକୁ ଏକ ପିକଅପ୍ ଟ୍ରକ୍ ସହ ଧରିଛି ।

ଏଥିସହ ପଢ଼ନ୍ତୁ: 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଟ୍ରକ୍‌ରୁ ଗୋଟିଏ ୩୫୭ କାଲିବର ଗ୍ଲକ ହ୍ୟାଣ୍ଡଗନ୍ ସହ ୨୭ ରାଉଣ୍ଡ ଗୁଳି ପାଇଛି । ଯାହାକି ଗାଡ଼ି ଭିତରେ ରହିଥିଲା । ପିକଅପ୍ ଟ୍ରକ୍ ଭିତରୁ ଆଉ ୩ଟି ରାଇଫଲ୍ ମିଳିଛି । ପୋଲିସ ଏକ ନୋଟବୁକ୍ ମଧ୍ୟ ଜବତ କରିଛି ।

ଏକ ହାତଲେଖା ନୋଟବୁକ୍ ପୋଲିସକୁ ମିଳିଛି । ଯେଉଁଥିରେ ଲୁକମାନ ପାଖେ ଥିବା ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ବାବଦରେ ଲେଖା ଯାଇଛି । ଜବତ ଅସ୍ତ୍ରଶସ୍ତ୍ରକୁ ଲୁକମାନ ଆକ୍ରମଣ ଲାଗି କିଭଳି ବ୍ୟବହାର କରିଥାନ୍ତା ତାହା ସେଥିରେ ବର୍ଣ୍ଣନା କରାଯାଇଛି ।

ଉକ୍ତ ନୋଟବୁକ୍‌ରେ ଲୁକମାନ ଖାନ ପଢ଼ୁଥିବା ବିଶ୍ଵବିଦ୍ୟାଳୟର ନାଁ ସହିତ ପୋଲିସ ଷ୍ଟେସନ ନାଁ ରହିଛି । ନୋଟ୍ ଭିତରେ ଏକ ବିଲ୍ଡିଂର ଲେଆଉଟ୍ ଚିତ୍ର ରହିଛି । ବିଲ୍ଡିଂର ପ୍ରବେଶ ପଥ ସହ ପ୍ରସ୍ଥାନ ପଥ ବାବଦରେ ଲେଖା ଯାଇଛି ।

ପୋଲିସ ଅନୁସାରେ, ଗଣ ଆକ୍ରମଣର ଯୋଜନାର ସବୁ କିଛି ସେହି ନୋଟବୁକ୍‌ରେ ଲେଖା ଯାଇଛି । ତେବେ ଲୁକମାନର ପୂରା ଲକ୍ଷ୍ୟ କ'ଣ ଥିଲା ? କେଉଁ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଏଥିସହ ପଢ଼ନ୍ତୁ: ବଞ୍ଚିଗଲେ ଅଂଶୁମାନ, ଚାଲିଗଲେ ଉଦିତ; ସାଙ୍ଗକୁ ଛଡ଼ାଇନେଲା ବିରୂପା

ସୂଚନା ଅନୁସାରେ, ପାକିସ୍ତାନରେ ଜନ୍ମିତ ଲୁକମାନ ଅନେକ ଦିନ ହେଲା ଆମେରିକାରେ ରହୁଛି । ଏପରିକି ତା'ପାଖରେ ଆମେରିକାର ନାଗରିକତ୍ଵ ରହିଛି । ଲୁକମାନକୁ ଗିରଫ ପରେ FBI ତାର ୱିଲିମିଂଟନ୍ ଘରେ ରେଡ୍ କରିଛି । ଯେଉଁଠୁ ରାଇଫଲ୍ ସହ ପିସ୍ତଲ୍ ମିଳିଛି ।

ମିଳିଥିବା ଗ୍ଲକ ପିସ୍ତଲକୁ ବେଆଇନ୍ ଭାବେ ପରିବର୍ତ୍ତନ କରାଯାଇ ସମ୍ପୂର୍ଣ୍ଣ ସ୍ଵୟଂଚାଳିତ ମେସିନ୍ ଚାଳିତ ବନ୍ଧୁକରେ ପରିଣତ କରାଯାଇଛି । ଉକ୍ତ ବନ୍ଧୁକରୁ ଗୋଟିଏ ମିନିଟ୍‌ରେ ୧୨୦୦ ରାଉଣ୍ଡ ଗୁଳି କରାଯାଇ ପାରିବ । ତେବେ ଲୁକମାନ ଠାରୁ ମିଳିଥିବା ଅସ୍ତ୍ରଶସ୍ତ୍ରରୁ ଗୋଟିଏ ବି ତା ନାଁରେ ପଞ୍ଜିକରଣ ହୋଇ ନଥିବା FBI ତଦନ୍ତ ବେଳେ ଜାଣିବାକୁ ପାଇଛି ।

Related Topics

Explore more stories

Pakistani Youth Held for US School Attack Plot | Argus News | Argus News