Go Mafia / ଗୋ-ମାଫିଆଙ୍କ ୧୪୧ ବ୍ୟାଙ୍କରେ ସାଢ଼େ ୪ କୋଟିରୁ ଅଧିକ ଟଙ୍କା; ୫୦ ଲକ୍ରରେ ଅଛି ଆଉ କେତେ ?
·5 months ago·2 min read

Key Points
କେନ୍ଦୁଝର ପୋଲିସର ଛାନଭିନ୍ ବେଳେ ଗୋ-ମାଫିଆଙ୍କ ୧୪୧ଟି ବ୍ୟାଙ୍କ ଆକାଉଣ୍ଟରୁ ମିଳିଛି ସାଢ଼େ ୪ କୋଟିରୁ ଅଧିକ ଟଙ୍କା ।
କେନ୍ଦୁଝର: ବେଆଇନ୍ ଭାବେ ଗାଈଗୋରୁ ଚାଲାଣ କରୁଥିବା ମାଫିଆଙ୍କ ପାଖେ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି । କେନ୍ଦୁଝର ପୋଲିସର ଛାନଭିନ୍ ବେଳେ ଗୋ-ମାଫିଆଙ୍କ ୧୪୧ଟି ବ୍ୟାଙ୍କ ଆକାଉଣ୍ଟରୁ ମିଳିଛି ସାଢ଼େ ୪ କୋଟିରୁ ଅଧିକ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଅତିରିକ୍ତ ଏସ୍ପି ସ୍ନେହାଶିଷ ସାହୁ ।
ଗତ ୧୭ ତାରିଖରେ ୫ଟି ଜିଲ୍ଲାର ଗୋ-ମାଫିଆଙ୍କର ୪୬ଟି ଠିକଣାରେ ବଡ଼ ଧରଣର ଚଢ଼ାଉ କରିଥିଲା କେନ୍ଦୁଝର ପୋଲିସ । ଚଢ଼ାଉ ବେଳେ ଗୋ-ମାଫିଆଙ୍କ ଠାରୁ ମିଳିଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ପୋଲିସ ଜାରି ରଖିଛି ।
ଏଥିସହ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?
ଚଢ଼ାଉ ସମୟରେ ୧୦ ଜଣ ଗୋ-ମାଫିଆଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କର ୧୪୧ଟି ଆକାଉଣ୍ଟ ବ୍ୟାଙ୍କରେ ରହିଥିବା ବେଳେ ସେଥିରେ ୪ କୋଟି ୫୦ ଲକ୍ଷ ୨୫ ହଜାର ୨୮୮ ଟଙ୍କା ଜମା ରହିଛି । ଏ ସବୁ ବ୍ୟାଙ୍କ ଆକାଉଣ୍ଟ ସହ ଗୋ-ମାଫିଆଙ୍କର ୫୦ରୁ ଅଧିକ ଲକର୍ ରହିଛି ।
ଆଗକୁ ପୋଲିସ ସେ ସବୁ ଲକ୍ର ଖୋଲି ଯାଞ୍ଚ କରିବ । ବ୍ୟାଙ୍କ ଲକର୍ ଖୋଲିବା ପରେ ଜଣାପଡ଼ିବ ଗୋ-ମାଫିଆଙ୍କର ପ୍ରକୃତ ସମ୍ପତ୍ତିର ପରିମାଣ । ଆବଶ୍ୟକସ୍ଥଳେ ଗିରଫ ୧୦ ଜଣ ଗୋ-ମାଫିଆଙ୍କୁ ରିମାଣ୍ତରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ।
ଏଥିସହ ପଢ଼ନ୍ତୁ: ବାଲି ମାଫିଆଙ୍କୁ ଆଉ ତ୍ରାହି ନାହିଁ; ଆହୁରି ଘାଣ୍ଟିବ ED
୧୭ ତାରିଖରେ ପୋଲିସ ଚଢ଼ାଉ କରି ୧୦ ଜଣ ଗୋମାଫିଆଙ୍କୁ ଧରିଥିଲା । ସେମାନଙ୍କ ଠାରୁ ନଗଦ ୧ କୋଟି ୫୨ ଲକ୍ଷ ୮୨ହଜାର ୫୦୫ ଟଙ୍କା ସହ ୧ କେଜି ୧୩୧ ଗ୍ରାମ ସୁନା, ୩ କେଜି ୮୦ ଗ୍ରାମ ରୁପା, ୨୩ଟି ୪ ଚକିଆ ଗାଡ଼ି, ୨୩ଟି ୨ ଚକିଆ ଗାଡ଼ି, ୧୩ଟି ମୋବାଇଲ୍ ଫୋନ୍ ଏବଂ ୨୧ଟି ହାତଘଣ୍ଟା ଜବତ କରିଥିଲା ପୋଲିସ ।
କେନ୍ଦୁଝର ସହ ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ବୋଲି ଏସ୍ପି ସୂଚନା ଦେଇଥିଲେ । ଦୈତାରୀ ଥାନାରେ ରୁଜୁ ୧୦୭/୨୦୨୫ ନମ୍ବର କେସ୍ରେ କେନ୍ଦୁଝର JMFC କୋର୍ଟ ସର୍ଚ୍ଚ ୱାରେଣ୍ଟ ଦେଇଥିଲେ । ଯାହାକୁ ନେଇ ପୋଲିସ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରେ ରେଡ୍ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories