Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Goa Baga Beach / ଗୋଆର ବାଗା ବିଚ୍‌ରେ ଲହରୀରେ ଭାସିଗଲେ ବ୍ୟକ୍ତି; ରିଲ୍‌ ପାଇଁ ଚାଲିଗଲା ଜୀବନ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଗୋଆର ବାଗା ବିଚ୍‌ରେ ଲହରୀରେ ଭାସିଗଲେ ବ୍ୟକ୍ତି; ରିଲ୍‌ ପାଇଁ ଚାଲିଗଲା ଜୀବନ
Goa Baga Beach

Key Points

ଗୋଆ ସମୁଦ୍ରରେ ଭାସି ଯାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲାଇଫଗାର୍ଡ୍ସ ପର୍ଯ୍ୟଟକଙ୍କୁ ସତର୍କ କରାଇଛନ୍ତି।
Goa Baga Beach Viral Video: ଗୋଆ ସ୍ଥିତ ବାଗା ବିଚ୍‌ ଠାରେ ଘଟିଯାଇଛି ବଡ଼ ଅଘଟଣ। ଏଠାରେ ଜଣେ ବ୍ୟକ୍ତି ସମୁଦ୍ର ଲହରୀରେ ଭାସି ଯାଇଥିବାର କୁହାଯାଉଛି। ରିଲ୍‌ ପାଇଁ ସେହି ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି। ଏହି ଘଟଣାର ଭିଡି଼ଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ସମୁଦ୍ର କୂଳ ନିକଟରେ ଥିବା ଏକ ପଥର ଉପରେ ବସିଥିବା ଜଣେ ବ୍ୟକ୍ତି ହାତରେ ମୋବାଇଲ୍ ଫୋନ୍ ପରି ଦେଖାଯାଉଥିବା ଜିନିଷ ଧରି ବସିଛନ୍ତି। ଯାହାକୁ ସେ ତାଙ୍କ ଶରୀର ଡାହାଣ ପାର୍ଶ୍ୱରେ ରଖୁଛନ୍ତି। ଆଉ ଠିକ୍ ସେହି ସମୟରେ ଏକ ଉଚ୍ଚ ଲହଡ଼ି ଆସି ତାଙ୍କୁ ଭସାଇ ନେଉଛି। ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ସେହି ପାଇଁ ବ୍ୟକ୍ତି ଜଣକ କୂଳରେ ପହଞ୍ଚିବାକୁ ସଂଘର୍ଷ କରୁଛନ୍ତି। ହେଲେ ପ୍ରବଳ ଲହରୀ ତାଙ୍କୁ କେବେ ଡାହାଣ କେବେ ବାମ ପଟକୁ ଠେଲି ଦେଉଛି। ଏହି ଘଟଣା ଘଟିବାର କିଛି ସମୟ ପରେ ସେହି ବ୍ୟକ୍ତିଙ୍କ ମୃତଦେହ ମିଳିଥିବାର ଖବର ଆସୁଛି।

ଛୁଟି କାଟିବା ପାଇଁ କର୍ଣ୍ଣାଟକରୁ ଗୋଆ ଆସିଥିଲେ ମୃତକ
ଯେତେବେଳେ ଉଦ୍ଧାରକାରୀ ଦଳକୁ ବାଗା ବିଚ୍‌ ଠାରେ ଘଟିଥିବା ଘଟଣା ବିଷୟରେ ଖବର ମି ଜାଣିବାକୁ ପାଇଲେ, ସେମାନେ ସମୁଦ୍ର ଲହରୀ ମଧ୍ୟରୁ ବହୁ କଷ୍ଟରେ ମୃତ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରି ପରୀକ୍ଷା କରିବା ଲାଗି କୂଳକୁ ଆଣିବାରେ ସଫଳ ହୋଇଥିଲେ। ସମୁଦ୍ର ଲହରୀରେ ଭାସି ଯାଇଥିବା ମୃତକଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ୩୪ ବର୍ଷୀୟ ଅସଫାକ୍ ମସାଲି। ଯିଏ ଛୁଟି କାଟିବା ପାଇଁ କର୍ଣ୍ଣାଟକରୁ ପ୍ରାୟ ୨୦୦ କିଲୋମିଟର ଦୂର ଗୋଆ ଆସିଥିଲେ। ହେଲେ ଖରାପ ପାଗ ଯୋଗୁଁ ଉତ୍ତର ଗୋଆର ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଅନ୍ୟ ପର୍ଯ୍ୟଟକଙ୍କୁ ଭୟଭୀତ ହୋଇ ଉଠିଛନ୍ତି। ସେଠାରେ ପର୍ଯ୍ୟଚକଙ୍କ ସୁରକ୍ଷା ପାଇଁ ନିୟୋଜିତ ଲାଇଫ୍ ଗାର୍ଡ୍ସ,, ପର୍ଯ୍ୟଟକଙ୍କ ସତର୍କ କରାଇ ଦେଇଛନ୍ତି ଯେ ଜାରି ହୋଇଥିବା ସୁରକ୍ଷା ଜନିତ ଚେତାବନୀକୁ ଅଣାଦେଖା କରି ସମୁଦ୍ର ନିକଟକୁ ଚାଲିଯାନ୍ତ ନାହିଁ। କାରଣ ଏହା ବର୍ଷା ଋତୁରେ ବିପଦପୂର୍ଣ୍ଣ ହୋଇପାରେ।

ଏହା ସହ ପଢନ୍ତୁ: ମୃତ୍ୟୁ ମୁହଁରୁ ଫେରିଆସିଲେ ପର୍ଯ୍ୟଟକ; ଭିଡ଼ିଓ ଭାଇରାଲ


ଭିଡ଼ିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ସୋସିଆଲ ମିଡିଆ ୟୁଜର
ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଏହି ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହ ସେମାନଙ୍କର ସମବେଦନା ପ୍ରକାଶ କରୁଛନ୍ତି। ହେଲେ ତଥାପି କେତେ ଜଣ ଏହି ଘଟଣାର ମଜାକ ଉଡ଼ାଉଛନ୍ତି। ଏନେଇ ସେମାନେ ଲେଖିଛନ୍ତି ଯେ ମୁଁ ଏକ ରିଲ୍ ତିଆରି କରିବାକୁ ଯାଇଥିଲି, ହେଲେ ଏହା ଅନ୍ୟ କାହାର ରିଲ୍ ହୋଇଗଲା। ଯେତେବେଳେ ଅନ୍ୟ ମଧ୍ୟ ଏହାର ମଜା ନେଉଛନ୍ତି। କେତେକ ଏହା ମଧ୍ୟ ମନ୍ତବ୍ୟ ଦେଉଛନ୍ତି, କ୍ୟାମେରାମ୍ୟାନ୍ କିପରି ଏଭଳି ଘଟଣାରେ ସବୁବେଳେ ବଞ୍ଚାଯାନ୍ତି?" ଅନ୍ୟମାନେ ଏପରି ମନ୍ତବ୍ୟ ଦେବା ପାଇଁ ସେହି ଲୋକଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tragedy in Goa: Man Swept Away by Waves at Baga Beach While Making Reel | Argus News