Vigilance Raid / ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ
·2 months ago·3 min read

Key Points
କାନ୍ଥ ଫଟେଇଲା ବେଳକୁ ପୁଳା ପୁଳା ସୁନା
ସୋଫା ଗଦି ଚିରିଲା ବେଳକୁ କୋଟି କୋଟି ଟଙ୍କା
ARTO ଅଫିସର ପୂରା ସିଷ୍ଟମ ଉପରେ ପ୍ରଶ୍ନବାଚୀ
ସୋଫା ଗଦି ଚିରିଲା ବେଳକୁ କୋଟି କୋଟି ଟଙ୍କା
ARTO ଅଫିସର ପୂରା ସିଷ୍ଟମ ଉପରେ ପ୍ରଶ୍ନବାଚୀ
ଲକ୍ଷ୍ନୌ: ପ୍ରଥମେ ଗଦି ଚିରା ହେଲା, ତା ପରେ ସୋଫା । ଏହାପରେ ଛାତ ଫଟାଯିବା ସାଙ୍ଗକୁ ଘରର କାନ୍ଥ ମଧ୍ୟ ଭଙ୍ଗାଗଲା । ଭିଜିଲାନ୍ସ ଟିମ ଯୁଆଡ଼େ ହାତ ମାରିଲା ସେଠୁ ବାହାରିଲା ପୁଳା ପୁଳା ଟଙ୍କା । କେଉଁଠୁ ଗଦା ଗଦା ଟଙ୍କା ବିଡ଼ା ତ ଆଉ କେଉଁଠି କେଜିଏ କେଜିଏ ସୁନା, ରୁପା ଅଳଙ୍କାର । ଯାହାକୁ ଦେଖି ଭିଜିଲାନ୍ସର ଅଧିକାରୀ ତାଜୁବ୍ ହୋଇଯାଇଛନ୍ତି । ଆଗ୍ରାର ପୂର୍ବ ଏଆରଟିଓ ଲଲିତ କୁମାରଙ୍କ ଘରେ ରେଡ୍ ସମୟରେ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।
ଉତ୍ତର ପ୍ରଦେଶ ଭିଜିଲାନ୍ସ ଚଢାଉ ବେଳେ ସାମ୍ନାକୁ ଆସିଥିବା ଦୃଶ୍ୟ ଆଲୋଚନାର ବିଷୟ ପାଲଟିଛି। ବର୍ଷ ବର୍ଷ ଧରି ଜମା ହୋଇଥିବା ଆୟ ବର୍ହିଭୂତ ସମ୍ପତ୍ତିକୁ ଲୁଚାଇବା ପାଇଁ ଘରର ବିଭିନ୍ନ ସ୍ଥାନକୁ ଗୁପ୍ତ କେନ୍ଦ୍ର କରାଯାଇଥିଲା । ତଦନ୍ତ ବେଳେ ପ୍ରାୟ ୧୩ କିଲୋଗ୍ରାମ ସୁନା, ₹୧.୬୨ କୋଟି ନଗଦ ଟଙ୍କା, ଏବଂ ଅନେକ ସମ୍ପତ୍ତିର ରେକର୍ଡ ଠାବ ହୋଇଛି । ଏହି ରେଡ୍ ପରେ ଲୋକେ ଏବେ ପୂରା RTO ଅଫିସ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

- ଲଳିତ କୁମାରଙ୍କ ବିରୋଧରେ ଆସିଥିଲା ଅଭିଯୋଗ
- କାନ୍ଥ ଦେଇଥିଲା ପ୍ରମାଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୧୩ କେଜି ସୁନା ଜବତ
- ୧.୬୨ କୋଟି ନଗଦ ଟଙ୍କା ଜବତ
ପଢନ୍ତୁ ଏହି ଖବର: ୧୪ ବର୍ଷ ପ୍ରେମ ବିବାହର ରକ୍ତାକ୍ତ ଅନ୍ତ; ସ୍ତ୍ରୀ ବାପଘରକୁ ଯିବାରୁ ହତ୍ୟା କଲା ସ୍ଵାମୀ
- ସମ୍ପତ୍ତିର ନେଟୱାର୍କ ୩ଟି ସହରରେ ବ୍ୟାପିଛି
Related Topics
Explore more stories