La Residentia Society Greater Noida / ପେଚା ଆତଙ୍କରେ ଆତଙ୍କିତ ଗ୍ରେଟର ନୋଏଡା ସୋସାଇଟି; ବ୍ଲେଡ୍ ଅପେକ୍ଷା ଦ୍ରୁତ ଗତିରେ କରୁଛି ଆକ୍ରମଣ
·1 hour ago·2 min read

Key Points
ପେଚା ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ରାତିରେ ସୋସାଇଟି ପରିସରରେ ଆସୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ବିଗତ ୩ ଦିନ ଧରି, ପଶ୍ଚିମ ଗ୍ରେଟର ନୋଏଡା ସ୍ଥିତ "ଲା ରେସିଡେନ୍ସିଆ" ସୋସାଇଟି (La Residentia Society) ପରିସରରେ ଆତଙ୍କ ଖେଳାଇଛି ଏକ ପେଚା। ଏଠାରେ ରହୁଥିବା ବାସିନ୍ଦା ଏବେ ଏକ ପେଚା ଦ୍ୱାରା ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପେଚା ଏପର୍ଯ୍ୟନ୍ତ ପ୍ରାୟ ୪-୫ ଜଣ ଲୋକଙ୍କୁ ଆକ୍ରମଣ କରିସାରିଛି। ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ବାରମ୍ବାର ଘଟଣା ପରେ, ସୋସାଇଟି ପରିସରକୁ ଆସୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଯାଇଛି।
ସୋସାଇଟି ବାସିନ୍ଦା କହିଛନ୍ତି ଯେ ରାତିରେ, ଯେତେବେଳେ ଲୋକମାନେ ପାର୍କିଂ ସ୍ଥାନ, ଲବି କିମ୍ବା ସୋସାଇଟି ପରିସରକୁ ଯିବା ଆସିବା କରୁଛନ୍ତି, ସେତେବେଳେ ପେଚା ହଠାତ୍ ଉପରୁ ଆସି ସେମାନଙ୍କୁ ଆକ୍ରମଣ କରୁଛି। ରିପୋର୍ଟ କରାଯାଉଛି ଯେ ପେଚା ଲୋକଙ୍କ ମୁଣ୍ଡ ଏବଂ ଶରୀରକୁ ତାହାର ଥଣ୍ଟରେ ଆକ୍ରମଣ କରୁଛି। ଯାହା ଫଳରେ ଗଭୀର ଆଘାତ ଲାଗୁଛି।
ଏହା ସହ ପଢନ୍ତୁ: ରାତି ଅଧରେ ମହିଳାଙ୍କ ହାଇଭୋଲଟେଜ୍ ଡ୍ରାମା; ଗାଳି ଗୁଲଜ କରୁଥିବାର ଭିଡ଼ିଓ
ଯୁବକଙ୍କ ଉପରେ କଲା ଆକ୍ରମଣ, ଦିଆଗଲା ୧୫ ଇଞ୍ଜେକ୍ସନ
ସୋସାଇଟିର ବାସିନ୍ଦା ବିନୋୟ କହିଛନ୍ତି ଯେ ବୁଧବାର ରାତି ପ୍ରାୟ ଏଗରଟା (11:00 AM) ସମୟ ସେ ତାଙ୍କ ଗାଡ଼ି ପାର୍କିଂ କରିବା ପରେ ଲବି ଆଡ଼କୁ ଯାଉଥିବା ସମୟରେ ପେଚା ପଛ ପଟରୁ ଆସି ତାଙ୍କ ମୁଣ୍ଡକୁ ଏହାର ଥଣ୍ଟରେ ଆଘାତ କରିଥିଲା। ଆକ୍ରମଣରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ସେ ହସ୍ପିଟାଲକୁ ଯାଇ ପ୍ରାଥମିକ ଚିକିତ୍ସା ପାଇଥିଲେ। ଚିକିତ୍ସା ସମୟରେ ତାଙ୍କୁ ୧୫ ଇଞ୍ଜେକ୍ସନ ଦିଆଯାଇଥିଲା। ଯେଉଁଥିରେ ରାବିଜ୍ ଏବଂ ଟିଟାନସ୍ ଇଞ୍ଜେକ୍ସନ ମଧ୍ୟ ଦିଆଯାଇଥିଲା।
ପେଚାକୁ ଯଥାଶୀଘ୍ର ଧରିବା ପାଇଁ ଦାବି କଲେ ଲୋକ
ଏହି ସୋସାଇଟି ଲୋକ ଦାବି କରିଛନ୍ତି ଯେ ପେଚାକୁ ସୁରକ୍ଷିତ ଭାବରେ ଧରି ଯଥାଶୀଘ୍ର ଉପଯୁକ୍ତ ପ୍ରାକୃତିକ ବାସସ୍ଥାନରେ ଛାଡି ଦିଆଯାଉ। ଯାହା ଦ୍ଵାରା ସୋସାଇଟି ବାସିନ୍ଦା କୌଣସି ଆଘାତ କିମ୍ବା ଅସୁବିଧାର ସାମ୍ନା କରିବେ ନାହିଁ। ସେମାନେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପେଚାକୁ ସୁରକ୍ଷିତ ଭାବରେ ବାହାର କରାଯାଇନାହିଁ, ସେପର୍ଯ୍ୟନ୍ତ ରାତିରେ ସେହି ସ୍ଥାନକୁ ଆସୁଥିବା ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories