Videos
|
Crime

Greater Noida Society Viral Video / ରାତି ଅଧରେ ମହିଳାଙ୍କ ହାଇଭୋଲଟେଜ୍ ଡ୍ରାମା; ଗାଳି ଗୁଲଜ କରୁଥିବାର ଭିଡ଼ିଓ

Subhramjit Ray
Browse all articles by Subhramjit Ray
·24 mins ago·2 min read
ରାତି ଅଧରେ ମହିଳାଙ୍କ ହାଇଭୋଲଟେଜ୍ ଡ୍ରାମା; ଗାଳି ଗୁଲଜ କରୁଥିବାର ଭିଡ଼ିଓ
Greater Noida Society Viral Video

Key Points

ଗ୍ରେଟର ନୋଏଡା ସ୍ଥିତ ଏକ ସୋସାଇଟି ପରିସରରେ ଜଣେ ଡେଲିଭରି ବୟକୁ ଅଟକାଇବା ପରେ ସୁରକ୍ଷା କର୍ମୀଙ୍କୁ ଜଣେ ମଦ୍ୟପ ମହିଳା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Amrapali Centurion Park Terrace Homes society: ଗତକାଲି ରାତିରେ ଗ୍ରେଟର ନୋଏଡ଼ା ସ୍ଥିତ ଅମ୍ରାପାଲି ସେଞ୍ଚୁରିଅନ ପାର୍କ ଟେରାସ ହୋମ ସୋସାଇଟିରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା। ଏଠାରେ ଜଣେ ମହିଳା ଜଣେ ସୁରକ୍ଷା କର୍ମୀଙ୍କୁ ଗାଳି ଗୁଲଜ କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିସରଖ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବାର ଜଣାପଡ଼ିଛି। କୁହାଯାଉଛି ଯେ ମହିଳା ଜଣକ ଗତକାଲି ରାତିରେ ଅନଲାଇନ୍ ରେ ଖାଦ୍ୟପେୟେ ସମେତ ଅନ୍ୟ କିଛି ସାମଗ୍ରୀ ଅର୍ଡ଼ର କରିଥିଲେ।

ହେଲେ ଯେତେବେଳେ ଡେଲିଭରି ବୟ ସେହି ସୋସାଇଟି ଠାରେ ପହଞ୍ଚିଲା, ସେତେବେଳେ ସେଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ ପାଇଁ ଅଟକାଇଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମହିଳା ଜଣକ ରାଗିଯାଇ ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ସେ ମହିଳା ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ।

ଏହା ସହ ପଡନ୍ତୁ: ରାସ୍ତାରେ ଓଲଟିଗଲା ମଦ ବୋଝେଇ କାର; ଲୁଟି ନେବାକୁ ମାଡ଼ି ଆସିଲେ ଲୋକ

ମନ ଇଚ୍ଛା କରିଥିଲେ ଗାଳି ଗୁଲଜ
ଅଭିଯୋଗ ହୋଇଛି ଯେ ବିବାଦ ବଢିବା ପରେ ମଦ୍ୟପାନ କରିଥିବା ସେହି ମହିଳା ଜଣଙ୍କ ସୁରକ୍ଷାକର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହି ସମୟରେ ମହିଳାଙ୍କ ଜାତି ଭିତ୍ତିକ ଶବ୍ଦର ବ୍ୟବହାର କରିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ମହିଳା ଜଣଙ୍କ ଦ୍ୱାରା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଚେୟାରରେ ବସିଥିବା ସୁରକ୍ଷାକର୍ମୀଙ୍କୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ। ଏପରିକି ସେହି ମଦ୍ୟପ ମହିଳା ଜଣଙ୍କ ଅନ୍ୟ ଜଣେ ସୁରକ୍ଷାକର୍ମୀଙ୍କୁ ଥାପଡ଼ ମାରିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ରହିଥିବା ଅନ୍ୟ ସୁରକ୍ଷା କର୍ମୀ ସେହି ମହିଳାଙ୍କ କାର୍ଯ୍ୟକଳାପକୁ ଦେଖୁଥିଲେ। କେହି ଜଣେ ଏହି ଘଟଣାର ଭିଡି଼ଓ ରେକର୍ଡ କରି ଏହାକୁ ସେୟାର କରିଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି।

ଘଟଣାକୁ ନେଇ କ’ଣ କହିଲା ପୋଲିସ?
ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ବିସରଖ ଥାନା ଅଧିନସ୍ଥ ସେଞ୍ଚୁରିଅନ ଟେରାସ ହୋମ ସୋସାଇଟିରେ ଜଣେ ମହିଳା ଅନଲାଇନ୍ ରେ ଖାଦ୍ୟ ଅର୍ଡର କରିଥିଲେ। ତାଙ୍କ ଅର୍ଡର ନେଇ ଆସିଥିବା ଡେଲିଭରି ବୟକୁ ସୋସାଇଟି ସିକ୍ୟୁରିଟି ଗାର୍ଡ ଅଟକାଇ ଥିଲେ। ମହିଳା ଜଣକ ଏକଥା ଜାଣିବା ପରେ ସୋସାଇଟି ପରିସରରେ ରାତି ଅଧରେ ହଙ୍ଗାମା କରିଥିଲେ। ସୂଚନା ମୁତାବକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: