Grok / ଫଟୋରେ ଲଙ୍ଗ୍ ପ୍ରେସ୍ କଲେ ପ୍ରସ୍ତୁତ ହୋଇଯିବ ଭିଡିଓ; ଦେଖନ୍ତୁ ଏଲନ୍ ମସ୍କଙ୍କ ଭାଇରାଲ୍ ପୋଷ୍ଟ
·4 months ago·2 min read

Key Points
ଭିଡିଓ ପୋଷ୍ଟ ସେୟାର୍ କରି ମସ୍କ ଲେଖିଛନ୍ତି, "ଫଟୋ ଉପରେ ଲଙ୍ଗ୍ ପ୍ରେସ୍ କରନ୍ତୁ, ଏହା ପରେ ଉକ୍ତ ଫଟୋର ଭିଡିଓ ପ୍ରସ୍ତୁତ ହୋଇଯିବ । ଏହାପରେ ନିଜ ପସନ୍ଦ ଅନୁସାରେ ପ୍ରମ୍ପ୍ଟ ଦେଲେ ସେହି ଅନୁସାରେ ଭିଡିଓ ତିଆରି ହୋଇଯିବ ।"
ନୂଆଦିଲ୍ଲୀ: ଆହୁରି ସହଜ ହୋଇଯିବ ଫଟୋରୁ ଭିଡିଓ ତିଆରି କରିବା । କେବଳ ଗୋଟିଏ ଲଙ୍ଗ୍ ପ୍ରେସ୍ରେ ସମ୍ପୂର୍ଣ୍ଣ ହେବ ପୁରା ପ୍ରକ୍ରିୟା । ରବିବାର ଏହି ସୂଚନା ଦେଇଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ।
ସୋସିଆଲ୍ ମିଡିଆ Xରେ ଏକ ପୋଷ୍ଟ କରିଛନ୍ତି ଏଲନ୍ ମସ୍କ । ଭିଡିଓ ପୋଷ୍ଟ ସେୟାର୍ କରି ମସ୍କ ଲେଖିଛନ୍ତି, "ଫଟୋ ଉପରେ ଲଙ୍ଗ୍ ପ୍ରେସ୍ କରନ୍ତୁ, ଏହା ପରେ ଉକ୍ତ ଫଟୋର ଭିଡିଓ ପ୍ରସ୍ତୁତ ହୋଇଯିବ । ଏହାପରେ ନିଜ ପସନ୍ଦ ଅନୁସାରେ ପ୍ରମ୍ପ୍ଟ ଦେଲେ ସେହି ଅନୁସାରେ ଭିଡିଓ ତିଆରି ହୋଇଯିବ ।" ମସ୍କଙ୍କ ଏହି ପୋଷ୍ଟ ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।
ଏଥିସହ ପଢ଼ନ୍ତୁ: ୩ ଜୀବନ ଯିବା ପରେ ଚେତିଲା ପ୍ରଶାସନ; କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା
ମସ୍କ ସେୟାର୍ କରିଥିବା ପୋଷ୍ଟରେ ଏକ କ୍ଷୁଦ୍ର ଭିଡିଓ ରହିଛି । ଯାହାକୁ Grokର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । Grok ହେଉଛି ଏଲନ୍ ମସ୍କଙ୍କ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) କମ୍ପାନୀ xAIର ପ୍ରଡକ୍ଟ । ଯେଉଁଥିରେ ଫଟୋର ବ୍ୟବହାର କରି ଆନିମେସନ ଭିଡିଓ ପ୍ରସ୍ତୁତ କରାଯାଇଛି ।
Grokର ନୂଆ ସୁବିଧା
ଏଲନ୍ ମସ୍କ ସେୟାର୍ କରିଥିବା ଭିଡିଓଟି ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ୍ ହୋଇ ଯାଇଛି । ଏହା ପରେ Grokର ଅନେକ ବ୍ୟବହାର ଉକ୍ତ ଟୁଲ୍ସର ବ୍ୟବହାର କରି ଫଟୋରୁ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଫିଚର Grokର ଏକ୍ସପେଣ୍ଡିଂ କ୍ରିଏଟିଭ୍ ଟୁଲକିଟ୍ର ଅଂଶ । ଯେଉଁଥିରେ ନୂଆ ଫିଚର୍ସ ସାମିଲ କରାଯାଇଛି । ଏଥିରେ ରାଇଟିଂ, ଇମେଜ ଜେନେରେଶନ ଓ ରିଅଲ୍ ଟାଇମ୍ ଡାଟା ଆକ୍ସେସ୍ ରହିଛି ।
ଏଥିସହ ପଢ଼ନ୍ତୁ: ଭୟଙ୍କର ବାତ୍ୟା - ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର
ମାଗଣାରେ Grok ୪ ସେବା
ମସ୍କଙ୍କ କମ୍ପାନୀ xAI ନିକଟରେ Grok ୪କୁ ବିଶ୍ଵବ୍ୟାପୀ ବ୍ୟବହାରକାରୀଙ୍କ ଲାଗି ମାଗଣାରେ ଲଞ୍ଚ୍ କରିଥିଲେ । ଏହାର ଚାଟବଟକୁ X ପ୍ଲାଟଫର୍ମ ଓ ଅନ୍ୟ ଆପ୍ରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯାହାକି ଏଣ୍ଡ୍ରୟଡ୍ ସହ ଆପଲ୍ ଡିଭାଇସ୍ରେ ଉପଲବ୍ଧ । ଏହାର ବ୍ୟବହାର ଭାତରେ ମଧ୍ୟ କରାଯାଇ ପାରିବ ।
Long press on any image to turn it into a video!
— Elon Musk (@elonmusk) November 9, 2025
Then customize the prompt to create whatever you can Imagine.
My prompt here was “add a boyfriend and they transition into muppets 😂 https://t.co/MkH4A4s1jl pic.twitter.com/nfNjT8ZK3m
ସୋସିଆଲ୍ ମିଡିଆ Xରେ ଏକ ପୋଷ୍ଟ କରିଛନ୍ତି ଏଲନ୍ ମସ୍କ । ଭିଡିଓ ପୋଷ୍ଟ ସେୟାର୍ କରି ମସ୍କ ଲେଖିଛନ୍ତି, "ଫଟୋ ଉପରେ ଲଙ୍ଗ୍ ପ୍ରେସ୍ କରନ୍ତୁ, ଏହା ପରେ ଉକ୍ତ ଫଟୋର ଭିଡିଓ ପ୍ରସ୍ତୁତ ହୋଇଯିବ । ଏହାପରେ ନିଜ ପସନ୍ଦ ଅନୁସାରେ ପ୍ରମ୍ପ୍ଟ ଦେଲେ ସେହି ଅନୁସାରେ ଭିଡିଓ ତିଆରି ହୋଇଯିବ ।" ମସ୍କଙ୍କ ଏହି ପୋଷ୍ଟ ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।
ଏଥିସହ ପଢ଼ନ୍ତୁ: ୩ ଜୀବନ ଯିବା ପରେ ଚେତିଲା ପ୍ରଶାସନ; କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା
ମସ୍କ ସେୟାର୍ କରିଥିବା ପୋଷ୍ଟରେ ଏକ କ୍ଷୁଦ୍ର ଭିଡିଓ ରହିଛି । ଯାହାକୁ Grokର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । Grok ହେଉଛି ଏଲନ୍ ମସ୍କଙ୍କ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) କମ୍ପାନୀ xAIର ପ୍ରଡକ୍ଟ । ଯେଉଁଥିରେ ଫଟୋର ବ୍ୟବହାର କରି ଆନିମେସନ ଭିଡିଓ ପ୍ରସ୍ତୁତ କରାଯାଇଛି ।
Grokର ନୂଆ ସୁବିଧା
ଏଲନ୍ ମସ୍କ ସେୟାର୍ କରିଥିବା ଭିଡିଓଟି ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ୍ ହୋଇ ଯାଇଛି । ଏହା ପରେ Grokର ଅନେକ ବ୍ୟବହାର ଉକ୍ତ ଟୁଲ୍ସର ବ୍ୟବହାର କରି ଫଟୋରୁ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଫିଚର Grokର ଏକ୍ସପେଣ୍ଡିଂ କ୍ରିଏଟିଭ୍ ଟୁଲକିଟ୍ର ଅଂଶ । ଯେଉଁଥିରେ ନୂଆ ଫିଚର୍ସ ସାମିଲ କରାଯାଇଛି । ଏଥିରେ ରାଇଟିଂ, ଇମେଜ ଜେନେରେଶନ ଓ ରିଅଲ୍ ଟାଇମ୍ ଡାଟା ଆକ୍ସେସ୍ ରହିଛି ।
ଏଥିସହ ପଢ଼ନ୍ତୁ: ଭୟଙ୍କର ବାତ୍ୟା - ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର
ମାଗଣାରେ Grok ୪ ସେବା
ମସ୍କଙ୍କ କମ୍ପାନୀ xAI ନିକଟରେ Grok ୪କୁ ବିଶ୍ଵବ୍ୟାପୀ ବ୍ୟବହାରକାରୀଙ୍କ ଲାଗି ମାଗଣାରେ ଲଞ୍ଚ୍ କରିଥିଲେ । ଏହାର ଚାଟବଟକୁ X ପ୍ଲାଟଫର୍ମ ଓ ଅନ୍ୟ ଆପ୍ରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯାହାକି ଏଣ୍ଡ୍ରୟଡ୍ ସହ ଆପଲ୍ ଡିଭାଇସ୍ରେ ଉପଲବ୍ଧ । ଏହାର ବ୍ୟବହାର ଭାତରେ ମଧ୍ୟ କରାଯାଇ ପାରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories