Gurugram Gundagardi Ghatna / ଦାଦାବଟି ନମିଳିବାରୁ ଅଣ୍ଡା ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ, ଭଙ୍ଗାରୁଜା
·16 hours ago·2 min read

Key Points
ଅଣ୍ଡା ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ 'ପାୱ୍ୱା ଡନ୍' ପ୍ରତି ମାସରେ ୫୦,୦୦୦ ଟଙ୍କାର ଦାଦାବଟି ମାଗୁଥିଲା। ଯଦି ସେ ଦାଦାବଟି ନ ଦିଅନ୍ତି ତାହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଉଥିଲା।
Gurugram egg seller office vandalised: ସଦ୍ୟ ହରିଆଣାର ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଅପରାଧିଙ୍କ ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି। ଏଠାକାର ଜଣେ ବ୍ୟବସାୟୀ ଦାଦାବଟି ଦେବାକୁ ମନା କରିବାରୁ ସେମାନେ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି। "ପାୱା ଡନ୍" ନାମକ ଜଣେ ବ୍ୟକ୍ତିଙ୍କୁ ମାସିକ ୫୦,୦୦୦ ଟଙ୍କାର ଦାଦାବଟି ନଦେବାରୁ, ଏହି ଅପରାଧି କୁରାଢ଼ି ଏବଂ ଗଦା ସାହାଯ୍ୟରେ ଜଣେ ଅଣ୍ଡା ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ କରିଥିଲେ। ସେମାନଙ୍କ ଦ୍ୱାରା କରାଯାଇଥିବା ହଙ୍ଗାମାର ଭିଡ଼ିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା।
ରିପୋର୍ଟ ଅନୁସାରେ, ଅପରାଧି ଅଣ୍ଡା ବ୍ୟବସାୟୀଙ୍କ ଠାରୁ ୫୦,୦୦୦ ଟଙ୍କାର ଦାଦାବଟି ଦାବି କରିଥିଲେ। ଯେତେବେଳେ ବ୍ୟବସାୟୀ ଜଣଙ୍କ ଦାଦାବଟି ଦେବାକୁ ମନା କରିଥିଲେ, ସେତେବେଳେ ସେହି କଥିତ ଗୁଣ୍ଡା ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ସମଗ୍ର ଘଟଣାର ସେଠାରେ ଲାଗିଥିଲା ସିସିଟିଭିରେ କଏଦ ହୋଇଥିଲା।
ଆକ୍ରମଣ ସମୟରେ, ଅପରାଧି ହତିଆର ସହାୟତାରେ ଅଣ୍ଡା ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଏପରିକି ସେମାନେ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିବା ଦୋକାନ ମାଲିକଙ୍କୁ ମଧ୍ୟ ଆକ୍ରମଣରୁ ବର୍ତ୍ତି ପାରିନଥିଲେ। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ସହ ପଢନ୍ତୁ: ଥାନାରେ ନଥିଲେ ଅଫିସର; ନିଜେ ଟୋପି ପିନ୍ଧି SHO ପାଲଟିଗଲା ମଦୁଆ, ଆଉ ତା'ପରେ...
"ମାସକୁ ଦରକାର ୫୦,୦୦୦..."
ଅଣ୍ଡା ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ "ପାୱା ଡନ୍" ମାସିକ ୫୦,୦୦୦ ଟଙ୍କାର ଦାାଦାବଟି ଦାବି କରୁଥିଲା। ଯଦି ସେ ତାକୁ ଦାଦାବଟି ନଦିଅନ୍ତି ତାହେଲେ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ଏହି ଅପରାଧି ବିଳମ୍ବିତ ରାତିରେ ସୋମନଙ୍କ ସହ ଆସିଥିବା ଲୋକଙ୍କ ସହିତ ପହଞ୍ଚି ହଙ୍ଗାମା କରିଥିଲେ।
ଏହି ଘଟଣା ବିଷୟରେ ଖବର ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଜବତ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଗ୍ରାମ ପୋଲିସ କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories