Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହାତରେ ଥିଲା କମ୍ବଳ, କମ୍ବଳ ଭିତରେ ୩୭ କେଜିର ସୁନା; ଏମିତି ମାଡ଼ି ବସିଲା ପୋଲିସ

Crime

Gold Smuggling / ହାତରେ ଥିଲା କମ୍ବଳ, କମ୍ବଳ ଭିତରେ ୩୭ କେଜିର ସୁନା; ଏମିତି ମାଡ଼ି ବସିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହାତରେ ଥିଲା କମ୍ବଳ, କମ୍ବଳ ଭିତରେ ୩୭ କେଜିର ସୁନା; ଏମିତି ମାଡ଼ି ବସିଲା ପୋଲିସ
₹55 Crore Gold Hidden in Blanket Recovered

Key Points

ଆସାମର ଗୁଆହାଟି ପୋଲିସ ମହାରାଷ୍ଟ୍ରର ଜଣେ ଯୁବକଙ୍କ ଠାରୁ ୩୭ କେଜି ସୁନା ଜବତ କରିଛି । ରଫ ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାର ଅକ୍ଷୟ ବନସୋଡେ ।
ଗୁଆହାଟି: ଧୂଷର ରଙ୍ଗର ଟି-ସାର୍ଟ ସାଙ୍ଗକୁ କଳା ପ୍ୟାଣ୍ଟ । ଦେଖିବାକୁ ପୂରା ସାଧାସିଧା । କେହି ଦେଖିଲେ ବି ଭାବିବ ନାହିଁ ଯୁବକ ଜଣଙ୍କ ୩୭ କେଜିର ସୁନା ଚାଲାଣ କରୁଛନ୍ତି । ପ୍ରଥମେ ପୋଲିସର ଆଖି ବି ଏଭଳି ଧୋକା ଖାଇଥିଲା ।

କିନ୍ତୁ, ଯୁବକଙ୍କ ହାତରେ ଥିବା କମ୍ବଳରୁ ଯେତେବେଳେ ୫୫ କୋଟିର ସୁନା ମିଳିଲା । ସେତେବେଳେ ପୋଲିସ୍ ବି ତାଜୁବ ହୋଇଗଲା । ଆସାମର ଗୁଆହାଟି ପୋଲିସ ମହାରାଷ୍ଟ୍ରର ଜଣେ ଯୁବକଙ୍କ ଠାରୁ ୩୭ କେଜି ସୁନା ଜବତ କରିଛି ।

ଏଥିସହ ପଢ଼ନ୍ତୁ: ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରେ ଚାଲିଥିଲା ସେକ୍ସ ରାକେଟ; ଧରାପଡ଼ିଲେ ୨ ଅଭିନେତ୍ରୀ, ଦଲାଲ ଗିରଫ 

ଗୁଆହାଟି ପୋଲିସ ଅନୁସାରେ, ଗିରଫ ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାର ଅକ୍ଷୟ ବନସୋଡେ । ସେ ପ୍ରାୟ ୨ ମାସ ହେଲା ଗୁଆହାଟିରେ ରହୁଥିଲେ । ସୋମବାର ସନ୍ଧ୍ୟାରେ ପୋଲିସ ବିଶ୍ଵସ୍ତ ସୂତ୍ରରୁ ସୁନା ଚୋରା ଚାଲାଣ ନେଇ ଖବର ପାଇଥିଲା ।

ଯାହା ପରେ ଗୁଆହାଟିର ଖାରଘୁଲି ଅଞ୍ଚଳରେ ଛକି ରହିଥିଲା ପୋଲିସ । ଗୁଆହାଟିର ପୋଲିସ ଡେପୁଟି କମିଶନର ସାମ୍ଭବୀ ମିଶ୍ରା କହିଛନ୍ତି, "ଆମେ ଯୁବକଙ୍କୁ ଧରିବା ସମୟରେ ସେ ଭିକାରୀ ବା ବେଘର ବ୍ୟକ୍ତି ଭଳି ଦେଖା ଯାଉଥିଲେ । ତାଙ୍କ ହାତରେ ଏକ କମ୍ବଳ ସହ କିଛି କପଡ଼ା ଥିଲା ।"

କମ୍ବଳ ଭିତରେ ସୁନା ଲୁଚାଇଥିଲେ

ଗୁଆହାଟିର ପୋଲିସ ଡେପୁଟି କମିଶନର ସାମ୍ଭବୀ ମିଶ୍ରାଙ୍କ ଅନୁସାରେ, କମ୍ବଳ ଭିତରେ ସୁନାକୁ ପ୍ୟାକ୍ କରି ରଖିଥିଲେ । ମହାରାଷ୍ଟ୍ର ଯୁବକ ଜଣଙ୍କ ବିଗତ ୨ ମାସ ହେଲା ଗୁଆହାଟିର ଗାନ୍ଧୀ ବସ୍ତି ଅଞ୍ଚଳରେ ରହୁଥିଲେ ।


ପୋଲିସ ଅନୁସାରେ, ଯୁବକ ଜଣଙ୍କ କୋରିୟର୍ ବାହକ ଭାବେ କାମ କରୁଥିଲେ । ତାଙ୍କ କାମ ହେଲା ସୁନାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇବା । ବିଗତ ୨ ମାସ ମଧ୍ୟରେ ଯୁବକ ଜଣଙ୍କ ଏଭଳି ଭାବେ ୩ ଥରରେ ପ୍ରାୟ ୨୦ କେଜି ସୁନା ଚୋରା ଚାଲାଣ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ୫ ବର୍ଷ ପରେ କନ୍ୟାକୁମାରୀରୁ ଧରାପଡ଼ିଲେ ଦମ୍ପତି; ଓଡ଼ିଶାରୁ କରିଥିଲେ ସୁନା ଚୋରି 

ଅନ୍ତର୍ଜାତୀୟ ଲିଙ୍କ୍

ଜବତ ହୋଇଥିବା ସୁନା ୨୪ କ୍ୟାରେଟ୍‌ର । ପୋଲିସ ଅନୁସାରେ, ଏହି ସୁନାକ ମଧ୍ୟପ୍ରାଚ୍ୟ କିମ୍ବା ମିଆଁମାରର ଅଣାଯାଇଛି । ଏହା ପଛରେ ଅନ୍ତର୍ଜାତୀୟ ସୁନା ଚୋରା ଚାଲାଣ ରାକେଟ୍ କାମ କରୁଥିବା ପୋଲିସ ସନ୍ଦେହ କରି ଛାନଭିନ୍ କରୁଛି ।

ଗୁଆହାଟିର କେନ୍ଦ୍ରୀୟ ଡିସିପି କହିଛନ୍ତି, "ତଦନ୍ତରୁ ଜଣାପଡ଼ିଛି ସୁନା ମଧ୍ୟପ୍ରାଚ୍ୟ କିମ୍ବା ମିଆଁମାରରୁ ଆଣି ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ପଠା ଯାଉଥିଲା । ଗିରଫ ଅକ୍ଷୟଙ୍କ ସହ ଏହି ରାକେଟ୍‌ରେ ଆଉ କିଏ ସାମିଲ୍ ? ସେ ଦିଗରେ ତଦନ୍ତ ଜାରି ରହିଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored