Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ; ପୋଲିସ-ସାଇଣ୍ଟିଫିକ୍ ଟିମ୍‌ର ତନାଘନା

Crime

Crime In Odisha / ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ; ପୋଲିସ-ସାଇଣ୍ଟିଫିକ୍ ଟିମ୍‌ର ତନାଘନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ; ପୋଲିସ-ସାଇଣ୍ଟିଫିକ୍ ଟିମ୍‌ର ତନାଘନା
Police Probe Half-Burnt Body Case in Gania

Key Points

ଥରିଲା ନୟାଗଡ଼, ରକ୍ତ ରଞ୍ଜିତ ହେଲା ରାଜରାସ୍ତା । ଓଡ଼ଗାଁ ପରେ ଗଣିଆରେ ବର୍ବରତା । ରାସ୍ତାକଡ଼ରୁ ମିଳିଲା ଦରପୋଡ଼ା ମୃତଦେହ ।
ନୟାଗଡ଼: ୨୪ ଘଣ୍ଟାରେ ୨ଟି ହତ୍ୟା । ଥରିଲା ନୟାଗଡ଼, ରକ୍ତ ରଞ୍ଜିତ ହେଲା ରାଜରାସ୍ତା । ଓଡ଼ଗାଁ ପରେ ଗଣିଆରେ ବର୍ବରତା । ରାସ୍ତାକଡ଼ରୁ ମିଳିଲା ଦରପୋଡ଼ା ମୃତଦେହ । ନୟାଗଡ଼ ଜିଲ୍ଲା ଗଣିଆ ତାନା ବାଲିସାହି ଗାଁ ନିକଟ ରାସ୍ତାକଡ଼ରି ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି ।

ଅଜଣା ଯୁବକଙ୍କୁ କେହି ହତ୍ୟା ପରେ ନିଆଁ ଲଗାଇ ଦେଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରମାଣ ନଷ୍ଟ ପାଇଁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଛାନଭିନ୍ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ନୟାଗଡରେ ହତ୍ୟା, ଖଇରାରେ ଦୁଇ ଜଣଙ୍କୁ ହାଣିଲା ପଡ଼ୋଶୀ,ଉଦଳାରେ ଯୁବକଙ୍କୁ ଗଛରେ ବାନ୍ଧି ଛେଚିଲେ ଲୋକେ 

ତେବେ ମୃତ ଯୁବକ ଜଣଙ୍କ କିଏ ? କିଏ ଓ କାହିଁକି ହତ୍ୟା ପରେ ଅର୍ଦ୍ଧଦଗ୍ଧ ମୃତଦେହ ଫିଙ୍ଗିଦେଲା । ଯୁବକ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବାମ ହାତେ ହୋଇଥିବା ଟାଟୁରେ ସଞ୍ଜୟ ବୋଲି ଲେଖା ଯାଇଛି । ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଣିଆ ଥାନା ଅଧିକାରୀ ।

ସେପଟେ ନୟାଗଡ଼ ଜିଲ୍ଲା ଓଡଗାଁରେ ବର୍ବର ହତ୍ୟାକାଣ୍ଡ ଘଟିଛି । ଅତି ଅମାନୁଷିକ ଭାବେ ଯୁବକଙ୍କ ହାତଗୋଡ଼ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯାହାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଛି ଓଡ଼ଗାଁରେ । ରବିବାର ବିଳମ୍ବିତ ରାତିରେ ମାଙ୍କଡ଼ା ପଥର ବ୍ୟବସାୟୀ ମାନେ ବେଆଇନ ଭାବେ ରୋହିବାଙ୍କରୁ ଓଡ଼ଗାଁକୁ ପଥର ଚାଲଣ କରୁଥିଲେ ।

ଏଥିସହ ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଲାଗିନି ଭିଡ଼ ହିଂସାର ଦଫା, ଅଭିଯୁକ୍ତମାନେ ଖସିଯିବାର ଆଶଙ୍କା 

ପଥର ଚାଲାଣକୁ ଓଡ଼ଗାଁ ଥାନା ଶିଳ୍ପୀ ନଗର ଅଞ୍ଚଳର ୨ ଜଣ ଯୁବକ ବିରୋଧ କରିଥିଲେ । ବିରୋଧ କରୁଥିବା ଜଣେ ଯୁବକକୁ କାବୁ କରି ୬ରୁ ୭ଜଣ ଯୁବକ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଓଡ଼ଗାଁ କଦଳୀ ବନ୍ଧ ଛକ ଠାରେ ଯୁବକଙ୍କୁ ହତ୍ୟା ପରେ ଖସି ପଳାଇ ଯାଇଛନ୍ତି ଦୁର୍ବୃତ୍ତ । ମୃତକ ଅଜିତ ସାହୁ ବୋଲି ଜଣାପଡ଼ିଛି ।

ଅଜିତଙ୍କର ସହଯୋଗୀ ସନ୍ତୋଷ କୁମାର ପ୍ରଧାନ ଘଟଣା ସ୍ଥଳରୁ ଖସି ଯାଇ ଓଡ଼ଗାଁ ଥାନାରେ ଖବର ଦେଇଥିଲେ ।ସକାଳୁ ଓଡ଼ଗାଁ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Half-Burnt Body of Youth Found on Roadside in Nayagarh | Argus News | Argus News