Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଲିସ ହେପାଜତରେ IPL ବେଟିଂ ରାକେଟର କିଙ୍ଗପିନ୍; ହାତଉଥିଲା କୋଟି କୋଟି

Crime

IPL Betting Racket / ପୋଲିସ ହେପାଜତରେ IPL ବେଟିଂ ରାକେଟର କିଙ୍ଗପିନ୍; ହାତଉଥିଲା କୋଟି କୋଟି

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
ପୋଲିସ ହେପାଜତରେ IPL ବେଟିଂ ରାକେଟର କିଙ୍ଗପିନ୍; ହାତଉଥିଲା କୋଟି କୋଟି
IPL Betting Racket

Key Points

ହାଇପ୍ରୋଫାଇଲ ଆଇପିଏଲ ବେଟିଂ ରାକେଟ୍
ଧରାପଡ଼ିଲା ବ୍ରହ୍ମପୁରରେ ଲୁଚିଥିବା କିଙ୍ଗପିନ୍
ବେଟିଂ କରି ହାତଉଥିଲା ଲକ୍ଷ ଲକ୍ଷ ଟଙ୍କା
ପୁରୀରେ ଚାଲିଥିବା ହାଇ-ପ୍ରୋଫାଇଲ୍ IPL ବେଟିଂ ରାକେଟ୍ ମାମଲାରେ ପୋଲିସ ବଡ଼ ସଫଳତା ପାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ବ୍ରହ୍ମପୁରରେ ଲୁଚିଥିଲା କିଙ୍ଗପିନ୍ । ଏବେ ଶେଷରେ ପୋଲିସ ହେପାଜତକୁ ଆସିଛି ବେଟିଂ ରାକେଟ ମାଷ୍ଟରମାଇଣ୍ଡ । ଆଇପିଏଲ ବେଟିଂ ରାକେଟରେ ସମ୍ପୃକ୍ତ ରହି ଚଳାଇଥିଲା ସାମ୍ରାଜ୍ୟ । ଫିଲ୍ମ ଷ୍ଟାଇଲରେ ନିଜ ନାଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହାତେଇଥିଲା । ୩୨ ବର୍ଷୀୟ ବସ୍ ଓରଫ କ୍ରିଷ୍ଣ ପ୍ରସାଦ ତ୍ରିପାଠୀକୁ ପୋଲିସ ଗିରଫ କରିଛି ।

ତଦନ୍ତରେ କୋଟି କୋଟି ଟଙ୍କାର ବେଟିଂ କାରବାର ହୋଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ପୁରୀ ପୋଲିସ ଏହି ରାକେଟ୍‌ରେ ଜଡିତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ବ୍ୟାଙ୍କ ଖାତାରେ ଥିବା ଲକ୍ଷାଧିକ ଟଙ୍କାକୁ ଜବତ କରିଥିଲା। ମାମଲାର ଚେର ଖୋଜିବା ପାଇଁ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି । ଅଭିଯୁକ୍ତ କ୍ରୀଷ୍ଣର ବ୍ରହ୍ମପୁରରେ ଘର ଅଛି ଏବଂ ନମସ୍ତେ ନାମକ ଏକ ହୋଟେଲ ମଧ୍ୟ ଅଛି । ପୋଲିସ ଅଭିଯୁକ୍ତ କ୍ରୀଷ୍ଣର ଘର ସର୍ଚ୍ଚ କରି ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଛି ଏବଂ ଆକ୍ସିସ ବ୍ୟାଙ୍କରେ ଥିବା ୮ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ବ୍ୟାଙ୍କ ଆକାଉଣ୍ଟ ସହ ତାର ସମ୍ପତ୍ତି, ଏଟିଏମ ଆଦି ସମସ୍ତ ଡିଟେଲ୍ସ ଯାଞ୍ଚ୍ କରୁଛି ପୋଲିସ ।

  • ଘଟଣା ଏପ୍ରିଲ ୨୯ ତାରିଖର
ତେବେ କ୍ରିଷ୍ଣ ନିଜ ପରିଚୟ ଗୋପନ ରଖି ଏହି କାରବାର କରି ଆସୁଥିଲା । ବସ୍ ନାମରେ ତାକୁ ସମସ୍ତେ ଜାଣିଥିଲେ । ସେ ହିଁ ସଫ୍ଟୱେର ଡେଭେଲପ କରି ସ୍କାଇ ଏକ୍ସଚେଞ୍ଜ ନାମକ ବେଟିଂ ପ୍ଲାଟଫର୍ମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହାତଉଥିଲା । ତେବେ ଗତ ଏପ୍ରିଲ ୨୯ ତାରିଖରେ ଆଇପିଏଲ ବେଟିଂ ପାଇଁ ୪ଜଣଙ୍କୁ ଧରିଥିଲା ପୋଲିସ । ୨୩ ଲକ୍ଷ ୩୫ ହଜାର ଟଙ୍କାର ସମେତ ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କା ପୋଲିସ ଜବତ କରିଥିଲା । ପୁରୀ ମଶାଣି ଚଣ୍ଡୀଠାରେ ଏକାଠି ହୋଇ ଚାଲିଥିଲା ବେଟିଂ।


  • ଲକ୍ଷ ଲକ୍ଷ ଟଙ୍କା ଜବତ
ସ୍କାଇ ଏକ୍ସଚେଞ୍ଜ ବେଟିଂ ପ୍ଲାଟଫର୍ମରେ ବେଟ୍ ଚାଲିଥିଲା ବେଳେ ପୋଲିସକୁ ଦେଖି ଦୌଡ଼ି ପଳାଇଥିଲେ ଏକାଧିକ ବ୍ୟକ୍ତି । ମାର୍କଣ୍ଡେଶ୍ୱର ସାହିର ୩୮ ବର୍ଷୀୟ ପ୍ରସନ୍ନ ପୃଷ୍ଟି, ବଡ଼ଶଙ୍ଖ ଅଞ୍ଚଳର ବି ନାଗେଶ୍ୱର ରାଓ, ମଶାଣି ଚଣ୍ଡୀ ଛକର ବିଶ୍ୱଜିତ୍ ଲେଙ୍କା ଓ ଚନ୍ଦନପୁର ବୀର ପ୍ରତାପ ପୁରର ରମାକାନ୍ତ ସାହୁଙ୍କୁ ବାନ୍ଧିଛି ପୋଲିସ । ଘଟଣା ସ୍ଥଳରୁ ୩ ଲକ୍ଷ ୪ ହଜାର ଟଙ୍କା ସମେତ ୬ ମୋବାଇଲ ଜବତ କରାଯାଇଥିଲା ।

ପଢନ୍ତୁ ଏହି ଖବର: ବେଟିଂ ଆପ୍ ମାମଲା; ଯୁବରାଜ ସିଂହ, ଉର୍ବଶୀ ରାଉତେଲା, ସୋନୁ ସୁଦ୍‌ଙ୍କ ସହ ଏମାନଙ୍କ ସମ୍ପତ୍ତି ଜବତ

ପ୍ରସନ୍ନ ପୃଷ୍ଠିଙ୍କ ଘରେ ଚଢାଉ ବେଳେ ୨୨ ଲକ୍ଷ ୩୧ ହଜାର ଟଙ୍କାର କ୍ୟାସ ମିଳିଥିଲା । ଦୁଇ ବର୍ଷ ଧରି ଚାଲିଥିଲା ଏଇଭଳି ଅବୈଧ ବ୍ୟାପାର । କିନ୍ତୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣ ଓରଫ ବସକୁ ଧରିବାରେ ସଫଳ ହୋଇ ପାରିନଥିଲା ପୋଲିସ । ଶେଷରେ ପୁରୀ ପୋଲିସକୁ ସଫଳତା ମିଳିଛି । ଘଟଣାରେ ପୋଲିସ ଅଧିକ ଛାନଭିନ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Puri Police Arrest Alleged Kingpin of High-Profile IPL Betting Racket | Argus News