Bathroom Video Case / ସଫେଇ କର୍ମଚାରୀର କଳା କାରନାମା; ବାଥରୁମରେ କରୁଥିଲା ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍
·3 months ago·2 min read

Key Points
ହିମାଳୟ ଇଟରନାଲ ୟୁନିଭର୍ସିଟିରେ ହଇଚଇ
ବାଥରୁମରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍ ହେଉଥିଲା
ଶେଷରେ ଧରାପଡ଼ିଲା ଅଭିଯୁକ୍ତ ସଫେଇ କର୍ମଚାରୀ
ବାଥରୁମରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍ ହେଉଥିଲା
ଶେଷରେ ଧରାପଡ଼ିଲା ଅଭିଯୁକ୍ତ ସଫେଇ କର୍ମଚାରୀ
ହିମାଚଳ ପ୍ରଦେଶ ସିରମୌର ଜିଲ୍ଲାରେ ଲଜ୍ଜାଜନକ ଘଟଣା । ବିଶ୍ଵବିଦ୍ୟାଳୟ ବାଥରୁମରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ହେଉଥିଲା ସୁଟ୍ । ଶେଷରେ ଧରାପଡ଼ିଲା ଅଭିଯୁକ୍ତ ସଫେଇ କର୍ମଚାରୀ । ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଛାତ୍ରୀ ନିବାସ ବାଥରୁମରେ ସେମାନଙ୍କର ଗାଧୋଉଥିବା ଓ ଶୌଚ ସମୟର ଭିଡିଓ ରେକର୍ଡ ହେଉଥିଲା । ଏହି ଘଟଣା ଛାତ୍ରୀମାନେ ଜାଣିବା ପରେ ସମସ୍ତଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଛାତ୍ରୀମାନେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅବଗତ କରିଥିବାବେଳେ ଅଭିଯୁକ୍ତକୁ କାବୁ କରିଛି ପୋଲିସ ।
ଏହି ଘଟଣା ଜଣାପଡ଼ିବା ପରେ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧ ହେବାର ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଅଭିଯୁକ୍ତ ସଫେଇ କର୍ମଚାରୀକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଝାଡ଼ଖଣ୍ଡର ଅଧିବାସୀ । ଏହି ନିନ୍ଦନୀୟ କାଣ୍ଡ ଭିଆଇବା ପରେ ସେ କ୍ୟାମ୍ପସରୁ ପଳାୟନ କରିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଛାତ୍ରୀମାନେ ତାକୁ ମାଡ଼ି ବସିଥିଲେ । ଛାତ୍ରୀମାନେ ସଫେଇ କର୍ମଚାରୀକୁ ମାଡ଼ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ପଢନ୍ତୁ ଏହି ଖବର: ମହଙ୍ଗା ପଡ଼ିଲା WhatsAppରେ ଭିଡିଓ ଭାଇରାଲ୍; ୫ ବର୍ଷ ଜେଲ୍ ସହ ଗଣିବେ ୫ ଲକ୍ଷ ଲେଖାଏଁ ଜରିମାନା

- ବାଥରୁମରେ କରୁଥିଲା ଭିଡିଓ ରେକର୍ଡିଂ
ପଢନ୍ତୁ ଏହି ଖବର: ମହଙ୍ଗା ପଡ଼ିଲା WhatsAppରେ ଭିଡିଓ ଭାଇରାଲ୍; ୫ ବର୍ଷ ଜେଲ୍ ସହ ଗଣିବେ ୫ ଲକ୍ଷ ଲେଖାଏଁ ଜରିମାନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ପୂର୍ବରୁ ମଧ୍ୟ ଏହି ବିଶ୍ଵବିଦ୍ୟାଳୟଟି ବିବାଦ ଘେରକୁ ଆସିଥିଲା । କିଛି ମାସ ପୂର୍ବରୁ ଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ପୋକ ବାହାରୁଥିବା ଖାଦ୍ୟ ପରଷାଯାଇଥିଲା । ଏହାକୁ ନେଇ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ସେହି ଘଟଣାଟି ଥମିବା ପରେ ଏବେ ଅଶ୍ଳୀଳ ଭିଡିଓ ସୁଟିଂକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି ।
Related Topics
Explore more stories