Earthquake / ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା
·4 months ago·2 min read

Key Points
ଗଣତନ୍ତ୍ର ଦିବସ ଅବସରରେ ପରେଡ୍ ଆଗକୁ ବଢୁଥିଲା । ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହେଉଥିଲା ଗଗନ ପବନ । ଗଣତନ୍ତ୍ର ଦିବସର ପରେଡ୍ରେ ସାମିଲ ହୋଇଥିଲେ ୨୦ଟି ସ୍କୁଲ୍ର ଛୁଆ । ସେଦିନ ଥିଲା ୨୦୦୧ ମସିହା ଜାନୁଆରୀ ୨୬ ।
ନୂଆଦିଲ୍ଲୀ: ହାତରେ ଥିଲା ତ୍ରିରଙ୍ଗା, ସମସ୍ତେ ପିନ୍ଧିଥିଲେ ୟୁନିଫର୍ମ । ଗଣତନ୍ତ୍ର ଦିବସ ଅବସରରେ ପରେଡ୍ ଆଗକୁ ବଢୁଥିଲା । ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହେଉଥିଲା ଗଗନ ପବନ । ଗଣତନ୍ତ୍ର ଦିବସର ପରେଡ୍ରେ ସାମିଲ ହୋଇଥିଲେ ୨୦ଟି ସ୍କୁଲ୍ର ଛୁଆ ।
ସମସ୍ତ ଛାତ୍ରଛାତ୍ରୀ ଧାଡ଼ିରେ ଯିବାକୁ ଶିକ୍ଷକ ତାଗିଦ୍ କରୁଥିଲେ । ଗୁଜରାଟର କଚ୍ଛ ଜିଲ୍ଲା ଅଞ୍ଜାର ସହରରେ ଗଣତନ୍ତ୍ର ଦିବସରେ ଧୁମଧାମରେ ଚାଲିଥିଲା ପରେଡ୍ । ଯେଉଁଥିରେ ୧୯ଟି ସ୍କୁଲ୍ ଓ ୨ଟି କନ୍ୟା ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପରେଡ୍ ଟାଉନ୍ ହଲ୍ ପର୍ଯ୍ୟନ୍ତ ଯିବାର ଥିଲା ।
ଏଥିସହ ପଢ଼ନ୍ତୁ: ନକ୍ଭୀଙ୍କ ବୟାନକୁ ନେଇ ଝଡ଼; ବିଶ୍ଵକପ୍ରୁ ପାକିସ୍ତାନ ହଟିଲେ ମିଳିବ ଏହି ଦଣ୍ଡ
ପରେଡ୍ ସଂକୀର୍ଣ୍ଣ ରାସ୍ତା ଦେଇ ଖତ୍ରି ଛକରେ ପହଞ୍ଚୁଥିଲା । ସେଦିନ ଥିଲା ୨୦୦୧ ମସିହା ଜାନୁଆରୀ ୨୬, ସମୟ ସକାଳ ୮ଟା ୪୦ ମିନିଟ୍ । ହଠାତ୍ ଥିର ଉଠିଥିଲା ଧରିତ୍ରୀ, ଆଉ ଆଖି ପିଛୁଳାକେ ଭୂଇଁରେ ଧରାଶାୟୀ ହୋଇ ପଡ଼ିଲା ପାଖରେ ଥିବା ୨-୩ ମହଲା କୋଠା ସବୁ ।
ଶତାଧିକ ସ୍କୁଲ୍ ଛାତ୍ରଛାତ୍ରୀ ଓ ଶିକ୍ଷକ କେହି କିଛି ବୁଝିବା ଆଗରୁ ସେମାନଙ୍କ ଉପରେ ଧସିଥିଲା ଗୋଟିଏ ପରେ ଗୋଟିଏ କୋଠା । ଏହି ଭୟଙ୍କର ଭୂମିକମ୍ପରେ ୧୮୫ ଜଣ ଛାତ୍ରଛାତ୍ରୀଙ୍କ ସହ ୨୦ ଶିକ୍ଷକ ଆଖି ବୁଜିଥିଲେ । ଏତେ ବଡ଼ ଭୂମିକମ୍ପରୁ ବଞ୍ଚି ଯାଇଥିଲେ ହାତ ଗଣତି କିଛି ଶିକ୍ଷକ ଓ ଛାତ୍ର ।
ପରେଡ୍ ବିଳମ୍ବ ପାଇଁ ବଢ଼ିଗଲା ଧନଜୀବନ କ୍ଷତି
ଉକ୍ତ ପରେଡ୍ରେ ସାମିଲ୍ ହୋଇଥିବା ଓ ଭଗ୍ନ କୋଠା ତଳେ ୪ ଘଣ୍ଟା ଫସି ରହିଥିବା ଶିକ୍ଷକ ବିଶ୍ରାମଭାଇଙ୍କ ଅନୁସାର, ସେ ବିଗତ ୩୬ ବର୍ଷ ହେଲା ଅଞ୍ଜାରରେ ଶିକ୍ଷକତା କରି ଆସୁଛନ୍ତି ।
ଏଥିସହ ପଢ଼ନ୍ତୁ: ସାଂଘାତିକ ଷଡ୍ଯନ୍ତ୍ର, ନିଜ ଘରେ ଶତ୍ରୁକୁ ପାଳୁଛନ୍ତି ଚୀନ୍ ରାଷ୍ଟ୍ରପତି !
ବିଶ୍ରାମଭାଇଙ୍କ ଅନୁସାରେ, ପ୍ରତିବର୍ଷ ଭଳି ୨୦୦୧ ଜାନୁଆରୀ ୨୬ରେ ପରେଡ୍ ବାହାରିଥିଲା । ସକାଳ ୭ଟା ୩୦ ପରିବର୍ତ୍ତେ ୪୫ ମିନିଟ୍ ବିଳମ୍ବରେ ୮ଟା ୧୫ରେ ପରେଡ୍ ବାହାରିଥିଲା । ଯଦି ନିର୍ଦ୍ଧାରିତ ସମୟରେ ପରେଡ୍ ବାହାରିଥାନ୍ତା ତାହେଲେ ଆମେ ଖୋଲା ସ୍ଥାନରେ ପହଞ୍ଚି ଯାଇଥାନ୍ତୁ । ଏତେ ବଡ଼ ପରିମାଣର ଧନଜୀବନ କ୍ଷତି ହୋଇ ନଥାନ୍ତା ।
୨୦୦୧ ଜାନୁଆରୀ ୨୬ରେ ଗୁଜରାଟର ଭୂଜ ଜିଲ୍ଲାରେ ଭୀଷଣ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ଥିଲ ୭.୭ । ପ୍ରାୟ ୭୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା । କେବଳ କଚ୍ଛ ଓ ଭୂଜ ସହରରେ ଭୂମିକମ୍ପ ନେଇ ଯାଇଥିଲା ୧୨ ହଜାର ଲୋକଙ୍କ ଜୀବନ । ୬ ଲକ୍ଷ ଲୋକ ବାସଗୃହ ହରାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories