Hotel Rating Scam / ରାଜଧାନୀରେ ସାଇବର ଅପରାଧୀଙ୍କ ଆତଙ୍କ, ହୋଟେଲ ରେଟିଂ ନାଁରେ ଲୁଟି ନେଲେ ୯ ଲକ୍ଷ
·1 hour ago·2 min read

Key Points
ଲିଙ୍କ୍ ଓ ଲୋଭନୀୟ ଅଫର ପଡ଼ିପାରେ ମହଙ୍ଗା
ରାଜଧାନୀରେ ସାଇବର ସିଣ୍ଡିକେଟ୍ର ଆତଙ୍କ
ଜାଲରେ ବରିଷ୍ଠ ନାଗରିକ ଓ ଗୃହିଣୀ
ରାଜଧାନୀରେ ସାଇବର ସିଣ୍ଡିକେଟ୍ର ଆତଙ୍କ
ଜାଲରେ ବରିଷ୍ଠ ନାଗରିକ ଓ ଗୃହିଣୀ
ରାଜଧାନୀ ଭୁବନେଶ୍ୱରରେ ଏବେ ସାଇବର ଅପରାଧୀଙ୍କ ଆତଙ୍କ । ଦିନକୁ ଦିନ ନୂଆ ନୂଆ ଫର୍ମୁଲା ଆପଣାଇ ଲୋକଙ୍କ ଟଙ୍କା ଲୁଟି ଚାଲିଛନ୍ତି ସାଇବର ଲୁଟେରା । କାହା ଆକାଉଣ୍ଟରୁ ୫ ଲକ୍ଷ ତ ପୁଣି କାହା ଆକାଉଣ୍ଟରୁ ୨୫ ଲକ୍ଷ ଉଭାନ ହୋଇଯାଉଛି । କାହାକୁ ସ୍କଲାରସିପ୍ ବାହାନାରେ ତ ଆଉ କାହାକୁ କ୍ରେଡିଟ୍ କାର୍ଡ କରାଇଦେବା ନାଁରେ ଜାଲରେ ଫସାଉଛି ସାଇବର ସିଣ୍ଡିକେଟ୍ । ବିଶେଷ କରି ବରିଷ୍ଠ ନାଗରିକ ଓ ଗୃହିଣୀମାନେ ଏହି ଶିକାର ହେଉଥିବା ବେଳେ ସାଇବର ଥାନାରେ ଏବେ ଅଭିଯୋଗର ପାହାଡ଼ ଜମିଛି ।
ଦିନକୁ ଦିନ ବଢୁଛି ସାଇବର ଲୁଟ୍ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳର ଲୋକେ ସାଇବର ଥାନାର ଦ୍ୱାରସ୍ଥ ହୋଇ ନିଜର ଅଭିଯୋଗ ଜଣାଉଛନ୍ତି । ରାଜଧାନୀର ରଘୁନାଥପୁର ଅଞ୍ଚଳର ବସୁଦେବ ସାମଲଙ୍କୁ ନିଜ ଜାଲରେ ପକାଇ ସାଇବର ଲୁଟେରା ବିନା OTPରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ଟଙ୍କା । ହ୍ୱାଟସଆପ୍ରେ ଏକ ସ୍କ୍ରିନ୍ ଶେୟାରିଂ ଲିଙ୍କ ପଠାଇ ବସୁଦେବଙ୍କ ମୋବାଇଲକୁ ହ୍ୟାକ୍ କରି ଏହି ବଡ଼ ଧରଣର ଠକେଇ କରାଯାଇଛି ।
ସେହିପରି ସାଇବର ଠକଙ୍କ କବଳରୁ ସାମ୍ବାଦିକ ବି ବର୍ତ୍ତି ପାରିନାହାନ୍ତି । ଏମଡି ଜାଭେଦ୍ ଅହମ୍ମଦ ନାମକ ଜଣେ ସାମ୍ବାଦିକ ଫେସବୁକରେ ଏକ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବିଜ୍ଞାପନ ଦେଖି ଆବେଦନ କରିଥିଲେ । ଏହାପରେ ତାଙ୍କ ପାଖକୁ ଏକ କଲ୍ ଆସିଥିଲା ଓ ହ୍ୱାଟସଆପରେ ଏକ apk ଫାଇଲ୍ ପଠାଯାଇଥିଲା । ସେହି ଫାଇଲ୍ ଡାଉନଲୋଡ୍ କରି ସୂଚନା ଭରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧୭ ହଜାର ଟଙ୍କା ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ୨ ଦିନିଆ ରିମାଣ୍ଡରେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ; ଭୀମସେନଙ୍କ ଦ୍ଵିତୀୟ ପ୍ରେମିକାକୁ ବି ହୋଇପାରେ ଜେରା
କେବଳ ଲିଙ୍କ୍ କିମ୍ବା ଆପ୍ ନୁହେଁ, ଏବେ ହୋଟେଲ୍ ରେଟିଂ ଦେବା ଆଳରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଉଛନ୍ତି ସାଇବର ଠକ । ଆନ୍ଧ୍ରପ୍ରଦେଶରୁ ଆସି ଭୁବନେଶ୍ବରରେ ରହୁଥିବା ଜଣେ ମହିଳାଙ୍କ ଠାରୁ ଏହିପରି ଭାବେ ୯ ଲକ୍ଷ ଟଙ୍କା ଲୁଟି ନିଆଯାଇଛି । ଇନଷ୍ଟାଗ୍ରାମରେ ଲୋଭନୀୟ ଅଫର ପାଇ ପ୍ରତେକ ଦିନ ହୋଟେଲ ରେଟିଂ ଦେବା ଟାସ୍କ କରି ଚାଲିଥିଲେ ମହିଳା ଜଣଙ୍କ । ପ୍ରଥମେ କିଛି ଲାଭ ମିଳିବା ପରେ ଅଧିକ ଟଙ୍କା ବିନିଯୋଗ କରି ଶେଷରେ ୯ ଲକ୍ଷ ହରାଇ ଏବେ ସାଇବର ଥାନାରେ କାନ୍ଦୁଛନ୍ତି ସେ । ସେହିପରି ଅନ୍ୟ ଏକ ମାମଲାରେ ପିଲାକୁ ସ୍କଲାରସିପ୍ ମିଳିଛି ଏବଂ ସେଥିପାଇଁ ୩ ହଜାର ଟଙ୍କା ଦେବାକୁ ପଡ଼ିବ କହି, ୩୬ ହଜାର ଟଙ୍କା ବଦଳରେ ଆକାଉଣ୍ଟରୁ ୭ ହଜାର ଟଙ୍କା ସଫା କରିଦେଇଛନ୍ତି ଲୁଟେରା ।
ସାଇବର ଲୁଟେରାଙ୍କ ଏହି ନୂଆ ନୂଆ ଫର୍ମୁଲା ଏବେ କେବଳ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରୁନି, ବରଂ ପୋଲିସ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେଣୁ କୌଣସି ଅଜଣା ଲିଙ୍କ୍, ଆପ୍ କିମ୍ବା ଲୋଭନୀୟ ଅଫର ଚକ୍କରରେ ନପଡ଼ି ସତର୍କ ରହିବା ହିଁ ଏକମାତ୍ର ସୁରକ୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories