Air Hostess Assault / କାମରେ ଯାଉଥିଲେ ଏୟାର ହୋଷ୍ଟେସ; ରାସ୍ତାରେ ଗାଡ଼ି ରଖି ଦୁଷ୍କର୍ମ କଲା କ୍ୟାବ୍ ଡ୍ରାଇଭର
·1 month ago·2 min read

Key Points
ଏୟାର ହୋଷ୍ଟେସ ଦୁଷ୍କର୍ମର ଶିକାର
କାମରେ ଯାଉଥିବାବେଳେ ଘଟିଲା ଅଘଟଣ
ଅଧାବାଟରେ ଗାଡ଼ି ରଖି ଦୁଷ୍କର୍ମ କଲା ଡ୍ରାଇଭର
କାମରେ ଯାଉଥିବାବେଳେ ଘଟିଲା ଅଘଟଣ
ଅଧାବାଟରେ ଗାଡ଼ି ରଖି ଦୁଷ୍କର୍ମ କଲା ଡ୍ରାଇଭର
ହାଇଦ୍ରାବାଦ: ପୁଣି ଦକ୍ଷିଣ ରାଜ୍ୟ ତେଲେଙ୍ଗାନାର କ୍ୟାପିଟାଲ ସିଟି ହାଇଦ୍ରାବାଦରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏକ ଘରୋଇ ଏୟାରଲାଇନର କ୍ୟାବିନ କ୍ରୁ ମେମ୍ବର କାମକୁ ଯାଉଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଅଫିସ ପକ୍ଷରୁ ପଠାଯାଇଥିବା କ୍ୟାବର ଡ୍ରାଇଭର ତାଙ୍କୁ ଅଧାବାଟରେ ଗାଡ଼ି ଅଟକାଇ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି । ଘଟଣାରେ ପୋଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିନେଇଛି ।
ପୋଲିସର କହିବାନୁସାରେ, ଏହି ଘଟଣାଟି ଜୁଲାଇ ୨୦ ତାରିଖ ଅପରାହ୍ନ ୨.୪୦ଟାରେ ଘଟିଛି । ମହିଳା ନିଜ କାମ ପାଇଁ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଶମଶାବାଦକୁ ଯାଉଥିଲେ । ଏୟାରଲାଇନ ପକ୍ଷରୁ କର୍ମଚାରୀଙ୍କ ଲାଗି ଉପଲବ୍ଧ କରାଯାଇଥିବା ଅଫିସ କ୍ୟାବ୍ ତାଙ୍କୁ ନେବାକୁ ବିମାନବନ୍ଦରରେ ପହଞ୍ଚିଥିଲା । କିଛି ସମୟ ପରେ ଡ୍ରାଇଭର ଜଣକ ନିର୍ଦ୍ଧାରିତ ରୁଟକୁ ପରିବର୍ତ୍ତନ କରିଥିଲା ।

- ଶୂନଶାନକୁ ସ୍ଥାନକୁ ନେଇଗଲା
- ଘଟଣାର ଗୋଟିଏ ଦିନ ଭିତରେ ଅଭିଯୁକ୍ତ ଗିରଫ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ
ଏହି ଘଟଣା ପରେ ପୋଲିସ ଏୟାରଲାଇନ୍ସର ମହିଳା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛି । ବିଶେଷ କରି ମହିଳା କର୍ମଚାରୀମାନେ ବିମାନବନ୍ଦର ଯିବା ଆସିବା କରିବା ସମୟରେ କିପରି ସୁରକ୍ଷିତ ଭାବେ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ, ସେହି ବ୍ୟବସ୍ଥାକୁ ଦୃଢ କରିବାକୁ ଗୁରୁତ୍ଵ ଦେବାକୁ କହିଛି ।

Related Topics
Explore more stories