Murder / ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ; କୁନି ଝିଅକୁ ବି ଠେଲିଦେଲା ନୃଶଂସ
·3 months ago·2 min read

Key Points
ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ାରେ ବାଦ୍ ପଡ଼ିଲାନି ଝିଅ । ହାତରେ ନିଜ କୁନି ଝିଅକୁ ନିଆଁକୁ ଠେଲିଦେଲା କଂସେଇ ପିତା । ପ୍ରଥମେ ଛୁଆଙ୍କ ଆଖି ଆଗରେ ସ୍ତ୍ରୀ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲା ।
ହାଇଦ୍ରାବାଦ: କଳହ, ସନ୍ଦେହ ଶେଷରେ ନିଆଁରେ ଜଳିଗଲା ଜୀବନ, ତୁଟିଗଲା ସମ୍ପର୍କ । ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ାରେ ବାଦ୍ ପଡ଼ିଲାନି ଝିଅ । ହାତରେ ନିଜ କୁନି ଝିଅକୁ ନିଆଁକୁ ଠେଲିଦେଲା କଂସେଇ ପିତା । ପ୍ରଥମେ ଛୁଆଙ୍କ ଆଖି ଆଗରେ ସ୍ତ୍ରୀ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲା । ଆଉ ସ୍ତ୍ରୀ ଜଳିବା କ୍ଷଣି କୁନି ଝିଅକୁ ନିଆଁ ଭିତରକୁ ଠେଲିଦେଲା ।
ନୃଶଂସତାର ସମସ୍ତ ସୀମା ଲଂଘି ଏମିତି ନାରକୀୟ କାଣ୍ଡ ଘଟାଇଛି ଦୁଇ ଛୁଆଙ୍କ ବାପା । ହାଇଦ୍ରାବାଦର ନାଲ୍ଲାକୁନ୍ତା ଅଞ୍ଚଳରେ ବଡ଼ଦିନ ପୂର୍ବ ରାତିରେ ଏତେ ବଡ଼ ଅପରାଧ ଘଟିଛି । ନିଆଁରେ ଜଳି ଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧା ପୋଡ଼ା ଅବସ୍ଥାରେ ମୃତ୍ୟୁ ସହ ଯୁଝୁଛି କୁନି ଝିଅ ।
ଏଥିସହ ପଢ଼ନ୍ତୁ: ପଶୁ ବୋଲି... ପ୍ରାଣୀ ଚିକିତ୍ସାଳୟରେ ରାତିରେ ବିଲେଇ ଉପରେ ଢାଳିଦେଲେ ଥଣ୍ଡା ପାଣି ! ଚାଲିଗଲା ଜୀବନ
ସୂଚନା ଅନୁସାରେ, ଭେଙ୍କଟେଶ ଓ ତ୍ରିବେଣୀ ଭଲ ପାଇ ବାହା ହୋଇଥିଲେ । ଉଭୟଙ୍କ ଏକ କୁନି ଝିଅ ଓ ପୁଅ ଅଛନ୍ତି । ଖ୍ରୀଷ୍ଟମାସ ପୂର୍ବଦିନ ରାତି ଉଭୟ ଭେଙ୍କଟେଶ ଓ ତ୍ରିବେଣୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ପୂର୍ବରୁ ତ୍ରିବେଣୀଙ୍କୁ ସନ୍ଦେହ ନଜରରେ ଦେଖୁଥିବା ଭେଙ୍କଟେଶ ସେଦିନ ସବୁ କିଛି ଭୁଲି ଯାଇଥିଲା । ପ୍ରଥମେ ସ୍ତ୍ରୀକୁ ମନ ବୁଝିବା ପର୍ଯ୍ୟନ୍ତ ମାଡ଼ ମାରିଥିଲା ।
ଦୁଇ ଛୁଆଙ୍କ ସାମ୍ନାରେ ସ୍ତ୍ରୀ ତ୍ରିବେଣୀ ଉପରେ ଢାଳିଥିଲା ପେଟ୍ରୋଲ୍ । ପୁଅ ଓ ଝିଅ କିଛି ବୁଝିବା ଆଗରୁ ତ୍ରିବେଣୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ଭେଙ୍କଟେଶ । ଆଉ ସେହି ନିଆଁକୁ ଝିଅକୁ ବି ଠେଲି ଦେଇ ଘରୁ ଖସି ପଳାଇଥିଲା ।
ଛୁଆ ଓ ତ୍ରିବେଣୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ପଡ଼ୋଶୀ । ସେତେବେଳକୁ ନିଆଁରେ ସମ୍ପୂର୍ଣ୍ଣ ଜଳି ତ୍ରିବେଣୀ ଆଖି ବୁଜି ସାରିଥିଲେ । କୁନି ଝିଅର ଶରୀର ସାମାନ୍ୟ ପୋଡ଼ି ଯାଇଥିବା ବେଳେ ସେ ଏବ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: Video ଦେଖିଲେ ଲୋମଟାଙ୍କୁରି ଉଠିବ; ୧୦ ମହଲାରୁ ଗଳି ପଡ଼ିଲେ...
ସୂଚନା ଅନୁସାରେ, ପୂର୍ବରୁ ତ୍ରିବେଣୀଙ୍କୁ ସନ୍ଦେହ କରୁଥିଲା ଭେଙ୍କଟେଶ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୁଏ । ଯେଉଁଥିପାଇଁ ନିକଟରେ ତ୍ରିବେଣୀ ଛୁଆଙ୍କୁ ନେଇ ବାପଘରକୁ ମଧ୍ୟ ପଳାଇ ଯାଇଥିଲେ ।
ଆଉ ବାପ ଘରୁ ତ୍ରିବେଣୀ ଫେରିବା ପରେ ଭେଙ୍କଟେଶ ଏହି ନାରକୀୟ କାଣ୍ଡ ଭିଆଇଛି । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଭେଙ୍କଟେଶକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories