Videos
|
Crime

Hyderabad lady engineer death / ପ୍ରଥମେ ମନ୍ଦିରରେ କଲେ ପ୍ରବେଶ, ପରେ ମୂର୍ତ୍ତି ନେଇ ପୋଖରୀରେ ମାରିଲେ ଡିଆଁ; ରହସ୍ୟଘେରରେ ହାଇଦ୍ରାବାଦ ଇଞ୍ଜିନିୟରଙ୍କ ମୃତ୍ୟୁ

Subhramjit Ray
Browse all articles by Subhramjit Ray
·3 hours ago·2 min read
ପ୍ରଥମେ ମନ୍ଦିରରେ କଲେ ପ୍ରବେଶ, ପରେ ମୂର୍ତ୍ତି ନେଇ ପୋଖରୀରେ ମାରିଲେ ଡିଆଁ; ରହସ୍ୟଘେରରେ ହାଇଦ୍ରାବାଦ ଇଞ୍ଜିନିୟରଙ୍କ ମୃତ୍ୟୁ
Hyderabad lady engineer death

Key Points

ସଦ୍ୟ ହାଇଦ୍ରାବାଦରେ ଜଣେ ମହିଲା ଇଞ୍ଜିନିୟରଙ୍କ ମୃତ୍ୟୁ ପୋଲିସ ଲାଗି ଚିନ୍ତାର କାରଣ ପାଲଟିଛି। 
Hyderabad lady techie suicide case: ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସଫ୍ଟୱେର୍ ଇଞ୍ଜିନିୟର ଉଲଗ୍ନ ହୋଇ ମନ୍ଦିରରେ ପ୍ରବେଶ କରିବା, ଏହା ପରେ ଦେବୀ ଅମ୍ମାଭାରୁଙ୍କ ମୂର୍ତ୍ତି ଉଠାଇ ନେଇ ଦୌଡ଼ି ପଳାଇଯିବା ଏବଂ ଶେଷରେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଛନ୍ତି। ପୋଖରୀକୁ ଡେଇଁ ପଡ଼ିବା ପରେ ପ୍ରାଣ ହରାଇଥିବା ସେହି ୨୫ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ମନ୍ଦିରରୁ ଚୋରି ହୋଇ ଯାଇଥିବା ମୂର୍ତ୍ତି ଏପର୍ଯ୍ୟନ୍ତ ମିଳିନାହିଁ।

ପୋଲିସ କହିଛି ଯେ ମୃତକ ମହିଳା ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡିତ ଥିଲେ। ସେ ପୂର୍ବରୁ ବେଙ୍ଗାଲୁରୁ ଠାରେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରୁଥିଲେ। ହେଲେ ପରେ ବିଶାଖାପାଟଣା ଚାଲିଗଲେ। ପୋଲିସ ରିପୋର୍ଟ ଅନୁସାରେ ତାଙ୍କ ପିତାମାତାଙ୍କ ମଧ୍ୟରେ ବୈବାହିକ ବିବାଦ ଯୋଗୁଁ ତାଙ୍କ ପିତା ବିଶାଖାପାଟଣା ଏବଂ ତାଙ୍କ ମାଆ ହାଇଦ୍ରାବାଦର ପୀରଜାଡିଗୁଡ଼ାରେ ରହୁଥିଲେ।

ଏହା ସହ ପଢନ୍ତୁ: ଗୁଣି ଗାରେଡ଼ି ଅଭିଯୋଗରେ ମହିଳା ଗିରଫ; ବିଚାରପତିଙ୍କ ଆସନ ଉପରକୁ ପିଙ୍ଗିଲେ ସୋରିଷ

ମହିଳାଙ୍କ ମୃତଦେହ ହୋଇଛି ଉଦ୍ଧାର; ହେଲେ ଏପର୍ଯ୍ୟନ୍ତ ମିଳିନାହିଁ ମୂର୍ତ୍ତି
ମହିଳା ଜଣଙ୍କ ପୋଖରୀକୁ ଡେଇଁପଡ଼ିବା ପରେ, ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ସେ ଯେଉଁ ମୂର୍ତ୍ତିକୁ ମନ୍ଦିରରୁ ଚୋରାଇ ଆଣି ପୋଖରୀକୁ ଡେଇଁପଡ଼ିଥିଲେ ତାହା ଏ ପର୍ଯ୍ୟନ୍ତ ମିଳିନାହିଁ। ଏହାକୁ ତଦନ୍ତକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ବିବେଚନା କରନ୍ତି। ଏବେ ଏହି ମୂର୍ତ୍ତି ଖୋଜା ଚାଲିଛି। ପୋଲିସ ମୃତକ ମହିଳାଙ୍କ ମାଆଙ୍କୁ ମଧ୍ୟ ଜେରା କରିଛି। ଏହି ଘଟଣା ପୂର୍ବରୁ ଦିନରେ ତାଙ୍କର ଆର୍ଥିକ କାରବାର ଏବଂ କାର୍ଯ୍ୟକଳାପର ତଦନ୍ତ କରୁଛି।

ମୃତ୍ୟୁର ପୂର୍ବ ଦିନ ମାଆଙ୍କ ସହ ଖୋଜିଥିଲେ ଘର
ପୋଲିସ ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ସେ ଏବଂ ତାଙ୍କ ମାଆ ମିୟାପୁର ଠାରେ ଏକ ଦୁଇ ଶୟନ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ କିଣିବା ଉଦ୍ଦେଶ୍ୟରେ ତାହାକୁ ଦେଖିବାକୁ ଯାଇଥିଲେ। ଘରକୁ ଫେରିବା ପରେ ସେମାନେ ଅଲଗା ଅଲଗା ରୁମ୍ ରେ ଶୋଇଥିଲେ। ମୃତ ମହିଳା ଜଣକ ତାଙ୍କ ମାଆଙ୍କ ରୁମ୍କୁ ବନ୍ଦ କରି ଉଲଗ୍ନ ଅବସ୍ଥାରେ ଏକ ମନ୍ଦିରକୁ ଯାଇଥିଲେ ଏବଂ ପରେ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଶନିବାର ସକାଳେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ ପରେ ମୃତଦେହ ତାଙ୍କ ମାଆଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ମୃତକ ମହିଳାଙ୍କ ବାପାଙ୍କୁ ମଧ୍ୟ ଏ ଘଟଣା ବିଷୟରେ ସୂଚନା ଦିଆଯାଇଛି। ଅଧିକାରୀ ଆହୁରି କହିଛନ୍ତି ଯେ ମୃତକ ମହିଳା ଏବଂ ତାଙ୍କ ମାଆ ଉଭୟେ ଭୟ ଏବଂ ଚିନ୍ତାରେ ପୀଡିତ ଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored