Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Hyderabad HIV Injection Case / ବାହାଘର ଭାଙ୍ଗିବା ପରେ ଯୁବକ କଲେ ଏପରି କାମ ଶୁଣିଲେ ଉଡ଼ିଯିବ ହୋସ୍

Subhramjit Ray
Browse all articles by Subhramjit Ray
·4 months ago·2 min read
ବାହାଘର ଭାଙ୍ଗିବା ପରେ ଯୁବକ କଲେ ଏପରି କାମ ଶୁଣିଲେ ଉଡ଼ିଯିବ ହୋସ୍
Hyderabad HIV Injection Case

Key Points

ପୋଲିସ ଅନୁସାରେ ଏହି ଘଟଣାଟି ଗତ ୧୧ ତାରିଖରେ ହୋଇଥିଲା।
ବାହାଘର ଭାଙ୍ଗିଯିବା ପରେ ଜଣେ ଯୁବକ ଏବେ ଯେଉଁ କାମ କରିଛନ୍ତି ତାହା ବର୍ତ୍ତମାନ ମାନବିକତା ଉପରେ ପ୍ରଶ୍ନ ଉଠାଇଛି। ହାଇଦ୍ରାବାଦ ସ୍ଥିତ ପୋଚାରମ ଅଞ୍ଚଳରେ ଜଣେ ୨୪ ବର୍ଷୀୟ ଯୁବକ ୨୨ ବର୍ଷୀୟ ଯୁବତୀଙ୍କୁ ଏଚଆଇଭି ସଂକ୍ରମିତ କରିଥିବାର ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଯୁବତୀଙ୍କ ଦେହରେ ଜବରଦସ୍ତି ଇଞ୍ଜେକ୍ସନ ଲଗାଇ ଦେଇଥିଲେ। ଏଥିରେ ସମ୍ପୃକ୍ତ ଯୁବକଙ୍କ ସଂକ୍ରମିତ ରକ୍ତ ରହିଥିବାର କୁହାଯାଉଛି।

ପୋଲିସ ଅନୁସାରେ ଏହି ଘଟଣାଟି ଗତ ୧୧ ତାରିଖରେ ହୋଇଥିଲା। ଯୁବକ ଜଣଙ୍କ ଏଚଆଇଭି ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଯୁବତୀଙ୍କ ପରିବାର ଲୋକ ଏହି ବାହାଘର ଭାଙ୍ଗି ଦେଇଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଏହି ସୂଚନା ଦେଇଛି।

ଉଭୟ ପକ୍ଷ ଥିଲେ ପରସ୍ପରର ସମ୍ପର୍କୀୟ; ପୂର୍ବରୁ ସ୍ଥିର ହୋଇଥିଲା ବିବାହ

ପୋଲିସ କହିଛି ଯେ ଅଭିଯୁକ୍ତ ଏବଂ ପୀଡିତା ହେଉଛନ୍ତି ପରସ୍ପରର ସମ୍ପର୍କୀୟ। ଯୁବତୀଙ୍କ ବାପା-ମାଆ ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ତାଙ୍କର ବିବାହ ସ୍ଥିର କରିଥିଲେ। ଯୁବକଙ୍କ ବାପା-ମାଆ ପୂର୍ବରୁ ଏଚଆଇଭି ସଂକ୍ରମିତ ଥିଲେ। ବିବାହ ପୂର୍ବରୁ ଯୁବତୀଙ୍କ ବାପା-ମାଆ ଗତ ବର୍ଷ ସେପ୍ଟେମ୍ବରରେ ଯୁବକଙ୍କ ପରୀକ୍ଷା କରାଇଥିଲେ।

ଏଚଆଇଭି ସଂକ୍ରମିତ ବୋଲି ଜଣାପଡିବା ପରେ ଭାଙ୍ଗିଲା ବାହାଘର
ପୋଲିସ କହିବା ଅନୁସାରେ ଯୁବକ ଜଣଙ୍କ ଏଚଆଇଭି ସଂକ୍ରମିତ ବୋଲି ପରୀକ୍ଷା ବେଳେ ଜଣା ପଡ଼ିଥିଲା। ଏହା ପରେ ଯୁବତୀଙ୍କ ପରିବାର ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କ ବାହଘର ବାତିଲ କରି ଦେଇଥିଲେ। ବାହାଘର ଭାଙ୍ଗିଯିବା କାରଣରୁ ଯୁବକ ଜଣକ ଏପରି କାମ କରିଥିଲେ। କାରଣ ସେ ଭାବୁଥିଲେ ଯେ ଯଦି ଯୁବତୀ ଜଣଙ୍କ ମଧ୍ୟ ସଂକ୍ରମିତ ହୋଇଯାନ୍ତି, ତାହେଲେ ସେ ତାଙ୍କୁ ବିବାହ କରିବେ ଏବଂ ସବୁଦିନ ପାଇଁ ତାଙ୍କ ସହିତ ରହିବେ।

ଜବରଦସ୍ତି ଲଗା ଯାଇଥିଲା ସଂକ୍ରମିତ ରକ୍ତର ଇଞ୍ଜେକ୍ସନ

ପୋଲିସ କହିବା ଅନୁଯାୟୀ ଗତ ୧୧ ତାରିଖରେ ଅଭିଯୁକ୍ତ ଯୁବକ, ପୀଡିତା ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ଦେହରେ ଜୋରଜବରଦସ୍ତି ତାଙ୍କ ଦେହରେ ଜବରଦସ୍ତି ଇଞ୍ଜେକ୍ସନ ଲଗାଇ ଦେଇଥିଲେ। ଯେଉଁଥିରେ ଅଭିଯୁକ୍ତଙ୍କ ସଂକ୍ରମିତ ରକ୍ତ ରହିଥିଲା। ଏହି ଘଟଣା ପରେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା।

ହତ୍ୟା ଉଦ୍ୟମ ମାମଲା ରୁଜୁ
ପୋଛାରମ ଆଇଟି କରିଡର ଥାନାରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟପଟେ ପୀଡ଼ିତା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।

ଏଥିସହ ପଢ଼ନ୍ତୁ: ମାଛ ପାଇଁ ମୁଥ ମାରିଲେ, ମୁଣ୍ଡକୁ ପଥରରେ ଛେଚି ସାଙ୍ଗକୁ ମାରିଦେଲେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hyderabad: HIV-Positive Man Accused of Injecting Infected Blood into Fiancée | Argus News