Videos
|
Crime

Fish Fight Turns Deadly / ମାଛ ପାଇଁ ମୁଥ ମାରିଲେ, ମୁଣ୍ଡକୁ ପଥରରେ ଛେଚି ସାଙ୍ଗକୁ ମାରିଦେଲେ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ମାଛ ପାଇଁ ମୁଥ ମାରିଲେ, ମୁଣ୍ଡକୁ ପଥରରେ ଛେଚି ସାଙ୍ଗକୁ ମାରିଦେଲେ
Shocking Crime in Mumbai

Key Points

ରାତି ସାରା ଆସର ଜମିଲା । ମାଛ ଭଜା ସାଙ୍ଗକୁ ତଣ୍ଟି ପର୍ଯ୍ୟନ୍ତ ବସି ମଦ ପିଇ ନିଶାରେ ଶୋଇ ପଡ଼ିଲେ । ହେଲେ ମାଛ ଭଜା ଥିବା କଡ଼େଇକୁ ଢାଙ୍କିବାକୁ ଭୁଲିଗଲେ ।
ମୁମ୍ବାଇ: ୩ ସାଙ୍ଗ ଏକାଠି ମିଶିଲେ, ମଦ ସହ ମାଛ ଆଣିଲେ । ରାତି ସାରା ଆସର ଜମିଲା । ମାଛ ଭଜା ସାଙ୍ଗକୁ ତଣ୍ଟି ପର୍ଯ୍ୟନ୍ତ ବସି ମଦ ପିଇ ନିଶାରେ ଶୋଇ ପଡ଼ିଲେ । ହେଲେ ମାଛ ଭଜା ଥିବା କଡ଼େଇକୁ ଢାଙ୍କିବାକୁ ଭୁଲିଗଲେ ।

ଆଉ ଏହି ଭୁଲ୍‌ ପାଇଁ ରାତିରେ ଘଟିଗଲା ବୀଭତ୍ସ କାଣ୍ଡ । ମଦ ନିଶାରେ ଚୂର୍ ହୋଇ ମାଛ କଡ଼େଇ ଘୋଡ଼ାଇ ନଥିଲେ । ଏହି ସୁଯୋଗରେ ମୂଷା ଆସି ସବୁ ମାଛ ଖାଇଗଲେ । ଆଉ ମଦ ନିଶାରେ ଶୋଇ ପଡ଼ିଥିବା ୨ ସାଙ୍ଗ ଉଠି ଖାଇବାକୁ ଯିବାବେଳେ ମାଛ ନଥିଲା ।

ଯାହାକୁ ନେଇ ୨ ସାଙ୍ଗ ତୃତୀୟ ସାଙ୍ଗକୁ ସନ୍ଦେହ କରିଥିଲେ । ସବୁ ମାଛ ସେ ଏକାକୀ ଖାଇ ଦେଇଥିବା ଭାବି ଯୁକ୍ତିତର୍କ, ଝଗଡ଼ା ଆରମ୍ଭ କରିଥିଲେ । ଆଉ ମାଛ ରାଗରେ ମୁହଁକୁ ମୁଥ ମାରିବା ସହ ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲେ ।

ଏଥିସହ ପଢ଼ନ୍ତୁ: ଭାଇ ହେଲା ଭଗାରି; ବାଡ଼େଇ ବାଡ଼େଇ ବଡ଼ଭାଇ ଓ ମାଆକୁ ମାରିଦେଲା ସାନ ପୁଅ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ଭୀବତ୍ସ ହତ୍ୟାକାଣ୍ଡ ଘଟିଛି ମୁମ୍ବାଇର ଗୋରେଗାଓଁରେ । ସୂଚନା ଅନୁସାରେ, ଫେବ୍ରୁଆରୀ ୨୪ ତାରିଖରେ ଅଫସର ତାର ଦୁଇ ସାଙ୍ଗ ସୁରେଶ ଓ ରାଜେଶଙ୍କ ସହ ତାଙ୍କ ପ୍ଲାଟ୍‌ରେ ପାର୍ଟି କରିଥିଲେ । ରାତିରେ ପେଟେ ପେଟେ ମଦ ପିଇବା ସହ ମାଛ ଆଣି ଭାଜି ରଖିଥିଲେ ।

ହେଲେ ମାଛ ଘୋଡ଼ାଇ ନଥିବାରୁ ଖାଇ ଯାଇଥିଲା ମୂଷା । ନିଦ ନିଶାରେ ଥିବା ସୁରେଶ ଓ ରାଜେଶ ଉଠିବା ପରେ ଖାଲି କଡ଼େଇ ଦେଖି ରାଗି ଯାଇଥିଲେ । ଯାହାକୁ ନେଇ ଅଫସରଙ୍କ ସହ ସୁରେଶ ଓ ରାଜେଶଙ୍କ ଝଗଡ଼ା ହୋଇଥିଲା । ପରେ ଅଫସରଙ୍କୁ ପିଟି ପିଟି ମାରିଦେଲେ ଦୁଇ ସାଙ୍ଗ ।

ମୁମ୍ବାଇରେ ହତ୍ୟା ପରେ ସୁରେଶ ଓ ରାଜେଶ ହରିୟାଣା ଖସି ପଳାଇଥିଲେ । ସେପଟେ ହତ୍ୟା ମାମଲା ରୁଜୁ କରି ପୋଲିସ ଆରମ୍ଭ କରିଥିଲା ଛାନଭିନ୍ । ଶେଷରେ ପୋଲିସ ଦୁଇ ଅଭିଯୁକ୍ତ ସୁରେଶ ଓ ରାଜେଶଙ୍କୁ ଗିରଫ କରିଛି । ଦୁହେଁ କବାଡ଼ି ବ୍ୟବସାୟ କରୁଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ:
 ୟୁଟ୍ୟୁବର ରାହୁଲ ହତ୍ୟା ଘଟଣା,ଅଭିଯୁକ୍ତଙ୍କୁ ଚିହ୍ନିବେ ପ୍ରତ୍ୟକ୍ଷଦର୍ଶୀ

ସୁରେଶର ଘର ହରିୟାଣାର କୈଥଲରେ ହୋଇଥିବା ବେଳେ ରାଜେଶ ନେପାଳର ବାସିନ୍ଦା । ଦୁହିଁଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜି ଥିଲା । କାରଣ ଦୁହେଁ ଫୋନ୍ ବ୍ୟବହାର କରୁନଥିବା ବେଳେ ଚିହ୍ନଟ ପାଇଁ କୌଣସି ଡକ୍ୟୁମେଣ୍ଟ ଛାଡ଼ି ନଥିଲେ ।

ଫଳରେ ପୋଲିସ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ଜଣ ଜରି ଗୋଟାଳିଙ୍କୁ ପଚରାଉଚରା କରିଥିଲା । ଏହାପରେ ସୁରେଶର ଠିକଣା ହରିୟାଣା ଜଣାପଡ଼ିବା ପରେ ତାକୁ ଧରିଥିଲା ପୋଲିସ । ପରେ ରେଲୱେ ଷ୍ଟେସନରୁ ରାଜେଶ ଧରାପଡ଼ିଛି । ତଦନ୍ତରୁ ଜଣାପଡ଼ିଛି ରାଜେଶ ଏଭଳି ସଙ୍ଗୀନ ଅପରାଧରେ ଆଗରୁ ଜଡ଼ିତ ।