Hidden Camera in Bathroom / ଘର ମାଲିକର କଳା କାରନାମା, ବାଥ୍ରୁମ୍ ବଲ୍ବରେ ଲଗାଇଥିଲେ ଗୁପ୍ତ କ୍ୟାମେରା
·7 months ago·2 min read

Key Points
ଘର ମାଲିକଙ୍କ କଳା କାରନାମା । ମହିଳାଙ୍କ ବାଥରୁମ୍ରେ ଲଗାଇଥିଲେ ଗୁପ୍ତ କ୍ୟାମେରା । ରେକର୍ଡ କରୁଥିଲେ ଆପତ୍ତିଜନକ ଭିଡିଓ ।
ତେଲେଙ୍ଗାନାର ହାଇଦ୍ରାବାଦର ଭେଙ୍ଗାଲରାଓ ନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଘରମାଲିକ ତାଙ୍କ ମହିଳା ଭଡାଟିଆଙ୍କ ଏମିତି କରିଥିଲେ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଘର ମାଲିକ ମହିଳା ଭଡ଼ାଟିଆଙ୍କ ବାଥ୍ରୁମ୍ର ବଲ୍ବ୍ ହୋଲ୍ଡରରେ ଏକ ଗୁପ୍ତ କ୍ୟାମେରା ଲଗାଇଥିଲେ । ଏହା ଦ୍ବାରା ସେ ମହିଳାଙ୍କ କିଛି ଆପତ୍ତିଜନକ ଭିଡିଓ ଉକ୍ତ କ୍ୟାମେରା ମାଧ୍ୟମରେ ରେକର୍ଡ କରି ରଖିଥିଲେ ।
ସୂଚନା ଅନୁସାରେ, ଏକ ଘରୋଇ ସଂସ୍ଥାରେ କାମ କରୁଥିବା ୨୩ ବର୍ଷୀୟା ବିବାହିତ ମହିଳା ଜବାହାର ନଗରର ବାସିନ୍ଦା ଅଶୋକ ଯାଦବଙ୍କ ଘରେ ଭଡ଼ା ରହୁଥିଲେ । ସେ ତାଙ୍କ ସ୍ବାମୀଙ୍କ ସହିତ ରହୁଥିଲେ ।
ଗତ ଅକ୍ଟୋବର ୪ ତାରିଖରେ ସେ ବାଥରୁମ୍ ଲାଇଟ୍ କାମ କରୁନଥିବା ଘର ମାଲିକଙ୍କୁ କହିଥିଲେ । ଯାହାଫଳରେ ଘର ମାଲିକ ଅଶୋକ ଯାଦବ ମରାମତି ପାଇଁ ଜଣେ ଇଲେକ୍ଟ୍ରିସିଆନ୍ ପଠାଇଥିଲେ । ଆଉ ଅକ୍ଟୋବର ୧୩ ତାରିଖରେ ମହିଳାଙ୍କ ସ୍ୱାମୀ ବଲ୍ବ ହୋଲ୍ଡରରେ ଏକ ଢିଲା ସ୍କ୍ରୁ ଦେଖିବାକୁ ପାଇଥିଲେ । ଟର୍ଚ୍ଚଲାଇଟ୍ ସାହାଯ୍ୟରେ ଯାଞ୍ଚ କରିବା ପରେ ସେ ସେଥିରୁ ଏକ ଗୁପ୍ତ କ୍ୟାମେରା ପାଇଥିଲେ । ଏନେଇ ସେ ଯେତେବେଳେ ଘର ମାଲିକଙ୍କୁ ପଚାରିଥିଲେ ସେ ଏହି ଘଟଣା ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଥିଲେ । ଏହା ସହ ଉକ୍ତ ଦମ୍ପତିଙ୍କୁ ପୋଲିସରେ ରିପୋର୍ଟ ନ କରିବାକୁ ମଧ୍ୟ ଧମକ ଦେଇଥିଲେ ।
ପୋଲିସ ଘରମାଲିକଙ୍କୁ ଗିରଫ କରିଛି
ତେବେ ଘର ମାଲିକର ଧମକରେ ନ ଡରି ମହିଳା ଏବଂ ତାଙ୍କ ସ୍ୱାମୀ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସେମାନଙ୍କ ଅଭିଯୋଗ ପରେ ମଧୁରାନଗର ପୋଲିସ ଅଶୋକ ଯାଦବ ଏବଂ ଇଲେକ୍ଟ୍ରିସିଆନ୍ ଚିଣ୍ଟୁଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଘର ମାଲିକ ଅଶୋକ ଯାଦବଙ୍କୁ ଗିରଫ କରାଯାଇଛି । କିନ୍ତୁ ଯେଉଁ ଇଲେକ୍ଟ୍ରିସିଆନ୍ ବଲ୍ବରେ କ୍ୟାମେରା ଲଗାଇଥିଲେ ସେ ଏବେ ବି ଫେରାର୍ ଅଛି ।
ସେହିପରି ବାଥରୁମ୍ ବଲବ୍ରେ ଲାଗିଥିବା କ୍ୟାମେରାକୁ ଜବତ କରାଯାଇଛି ଏବଂ ଫରେନସିକ୍ ଦଳ ରେକର୍ଡିଂ ଯାଞ୍ଚ କରୁଛନ୍ତି । ପୂର୍ବରୁ ତେଲେଙ୍ଗାନାର ସଙ୍ଗାରେଡ୍ଡିର ଅମୀନପୁର ପୌରପାଳିକା ଅନ୍ତର୍ଗତ କିଷ୍ଟାରେଡ୍ଡିପେଟରେ ଏକ ଘରୋଇ ବାଳିକା ହଷ୍ଟେଲରେ ରହୁଥିବା ଝିଅମାନେ ଏକ ଫୋନ୍ ଚାର୍ଜର୍ ଭିତରେ ଏକ ଗୁପ୍ତ କ୍ୟାମେରା ପାଇଥିଲେ। ପୋଲିସ ହଷ୍ଟେଲ୍ ୱାର୍ଡେନ୍ ମହେଶ୍ୱରଙ୍କୁ ଦାୟୀ କରି ଗିରଫ କରିଥିଲା । ଆଉ ଏବେ ହାଇଦ୍ରାବାଦରେ ସମାନ ଘଟଣା ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ବାହା ହେବାକୁ ମନା କରିବାରୁ ଫାର୍ମାସୀ ଛାତ୍ରୀଙ୍କ ଗଳା କାଟିଦେଲା, ୨ ଗିରଫ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories