|
logo
Live
Argus News App
GET APP

Argus News - ବଡ଼ ଧରଣର ସୁନା ଋଣ ଘୋଟାଲା; ନକଲି ସୁନାରେ କେମିତି ମିଳିଲା ୨୩ କୋଟି ଲୋନ୍ ?

Crime

Gold Loan Scam / ବଡ଼ ଧରଣର ସୁନା ଋଣ ଘୋଟାଲା; ନକଲି ସୁନାରେ କେମିତି ମିଳିଲା ୨୩ କୋଟି ଲୋନ୍ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଡ଼ ଧରଣର ସୁନା ଋଣ ଘୋଟାଲା; ନକଲି ସୁନାରେ କେମିତି ମିଳିଲା ୨୩ କୋଟି ଲୋନ୍ ?
Fake Gold, Real Loan

Key Points

ପ୍ରାୟ ଅଢ଼େଇ ବର୍ଷ ଧରି ନକଲି ସୁନା ରଖି ବ୍ୟାଙ୍କରୁ ଋଣ ନେଉଥିଲେ ଗ୍ରାହକ । ୨୦୨୩ ଜାନୁଆରୀରୁ ୨୦୨୫ ଅକ୍ଟୋବର ମଧ୍ୟରେ ନାଗପୁରର ନକଲି ସୁନା ଋଣ ଘୋଟାଲା ହୋଇଥିବା ଜଣାପଡ଼ିଛି ।
ମୁମ୍ବାଇ: ନକଲି ସୁନା ରଖି ୨୩ କୋଟିର ଋଣ । ICICI ବ୍ୟାଙ୍କର ବିଭିନ୍ନ ଶାଖାରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ବ୍ୟାଙ୍କରୁ ପ୍ରାୟ ୨୩ କୋଟି ଋଣ ନିଆଯାଇଛି । ଏନେଇ ଜଣାପଡ଼ିବା ପରେ ବ୍ୟାଙ୍କର ଅଭିଯୋଗ କ୍ରମେ ପୋଲିସ ଆରମ୍ଭ କରିଛି ତଦନ୍ତ ।

୯ ଶାଖାରେ ନକଲି ଗହଣା

ପ୍ରାୟ ଅଢ଼େଇ ବର୍ଷ ଧରି ନକଲି ସୁନା ରଖି ବ୍ୟାଙ୍କରୁ ଋଣ ନେଉଥିଲେ ଗ୍ରାହକ । ୨୦୨୩ ଜାନୁଆରୀରୁ ୨୦୨୫ ଅକ୍ଟୋବର ମଧ୍ୟରେ ନାଗପୁରର ନକଲି ସୁନା ଋଣ ଘୋଟାଲା ହୋଇଥିବା ଜଣାପଡ଼ିଛି । ବ୍ୟାଙ୍କ ଯେତେବେଳେ ସୁନା ଋଣ ପୋର୍ଟଫୋଲିଓର ଅନ୍ତରୀଣ ଅଡିଟ୍ କଲା ତ ଘୋଟାଲା ସାମ୍ନାକୁ ଆସିଲା ।

ଏଥିସହ ପଢ଼ନ୍ତୁ: ବିରିୟାନି ଚେନ୍‌ର ଛୋଟ ଭୁଲ, ଧରାପଡ଼ିଲା ୭୦ ହଜାର କୋଟିର ଘୋଟାଲା

ICICI ବ୍ୟାଙ୍କର ଅନ୍ତରୀଣ ଅଡିଟ୍‌ରୁ ଜଣାପଡ଼ିଛି ଯେ, ବ୍ୟାଙ୍କର ଭିନ୍ନ ଭିନ୍ନ ୯ଟି ଶାଖାରେ ବନ୍ଧକ ରଖା ଯାଇଥିବା ଅଳଙ୍କାର ସୁନା ନୁହେଁ । ନକଲି ଅଳଙ୍କାର ରଖି ଗ୍ରାହକ ଋଣ ନେଇଛନ୍ତି । ଏଭଳି ଭାବେ ମୋଟ ୧୯୫ ଜଣ ଗ୍ରାହକ ନକଲି ସୁନା ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଛନ୍ତି ।

ସୁନା ନ ପରଖି କେମିତି ଦେଲେ ଋଣ ?

ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଧନ୍ତୋଲି ପୋଲିସ ଜାଲିଆତି ଧାରାରେ ମାମଲା ରୁଜୁ କରିଛି । ଏଥିସହ ଏତେ ବଡ଼ ସ୍କାମ୍‌ରେ ବ୍ୟାଙ୍କର କୌଣସି କର୍ମଚାରୀ ଅଥବା ଅଧିକାରୀ ସାମିଲ୍ ଅଛନ୍ତି କି ନାହିଁ ସେ ଦିଗରେ ଯାଞ୍ଚ କରୁଛି ପୋଲିସ । କାରଣ ସୁନାର ଶୁଦ୍ଧତା ପରଖୁଥିବା ବଣିଆର ବିନା ଏତେ ଟଙ୍କା ଋଣ ଦେବା ଅସମ୍ଭବ । ବର୍ତ୍ତମାନ ପୋଲିସ ୧୯୫ ଜଣ ସନ୍ଦିଗ୍ଧ ଗ୍ରାହକଙ୍କ ତାଲିକା କରୁଛି ।

ଏଥିସହ ପଢ଼ନ୍ତୁ: ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା.୪୦ ହଜାର ଏକର ଜମି ଏବେ ‘ନିଖୋଜ

ICICI ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଧନଞ୍ଜୟ ରମେଶ ଥିଟେଙ୍କ ଅଭିଯୋଗ କ୍ରମେ ପୋଲିସ ଛାନଭିନ୍ କରୁଛି । ବ୍ୟାଙ୍କ ଦ୍ଵାରା ହୋଇଥିବା ଗୋଲ୍ଡ ଲୋନ୍ ଅଡିଟ୍‌ରୁ ଜଣାପଡ଼ିଛି ମନିଭବନ ଶାଖା ସହ ମୋଟ ୯ଟି ଭିନ୍ନ ଭିନ୍ନ ଶାଖାରେ ବନ୍ଧକ ରଖା ଯାଇଥିବା ସୁନା ନକଲି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Loan Scam: ବଡ଼ ଧରଣର ସୁନା ଋଣ ଘୋଟାଲା; ନକଲି ସୁନାରେ କେମିତି ମିଳିଲା ୨୩ କୋଟି ଲୋନ୍ ? | Argus News